୨୦୨୩-୨୪ ପାଇଁ ୨୮ହଜାର ୨୦୦ କୋଟିର ଅତିରିକ୍ତ ବଜେଟ, ଏହି ଯୋଜନା ପାଇଁ ସର୍ବାଧିକ ୪୬୯୮ କୋଟି ବ୍ୟୟବରାଦ

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ଷୋଡ଼ଶ ବିଧାନସଭାର ତ୍ରୟୋଦଶ ଅଧିବେଶନ ଅର୍ଥାତ୍ ମୌସୁମୀ ଅଧିବେଶନରେ ଉପସ୍ଥାପିତ ହୋଇଛି ଅତିରିକ୍ତ ବଜେଟ। ୨୦୨୩-୨୪ ପାଇଁ ଅତିରିକ୍ତ ବଜେଟ ଆଗତ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଚଳିତ ଆର୍ଥିକ ବର୍ଷ ପାଇଁ ୨୮ହଜାର ୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
୨୦୨୩-୨୪ ପାଇଁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଗତ କରିଥିବା ଅତିରିକ୍ତ ବଜେଟରେ ବିପର୍ଯ୍ୟୟ ପରିଚାଳନା ପାଇଁ ସର୍ବାଧିକ ୪୬୯୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ପଞ୍ଚାୟତିରାଜ ବିଭାଗ ପାଇଁ ୪ ହଜାର ୮୩ କୋଟି,କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୪,୦୬୭ କୋଟି, ଗଣଶିକ୍ଷା ପାଇଁ ୨୮୮୨ କୋଟି, ଜଳସଂପଦ ପାଇଁ ୨୪୦୭ କୋଟି, ସ୍ବସ୍ଥ୍ୟ ସେବା ଓ ଭିତ୍ତିଭୂମି ବିକାଶ ପାଇଁ ୧୩୨୭ କୋଟି, ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ପାଇଁ ୧୩୫୫ କୋଟ। ଗ୍ରାମ୍ୟ ଉନ୍ନୟନ ପାଇଁ ୮୯୭ କୋଟି,ମିଶନ ଶକ୍ତି ପାଇଁ ୭୮୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ଅଧିକ ପଢ଼ନ୍ତୁ: ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ
ସେହିପରି ନୂଆ ଯୋଜନା ଆମ ଓଡିଶା ନବୀନ ଓଡିଶା ପାଇଁ ୧୩୦୨ କୋଟି, ଲକ୍ଷ୍ନୀ ଯୋଜନା ପାଇଁ ୫୫୬ କୋଟି, ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୧୦ କୋଟି ,ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ୧୧୦ କୋଟି, ସମ୍ବାଦିକ କଲ୍ୟାଣ ପାଣ୍ଠି ପାଇଁ ଅତିରିକ୍ତ ୧୦କୋଟି, ଓଡ଼ିଶା ମୋଟର ପରିବହନ ଡ୍ରାଇଭର କଲ୍ୟାଣ ପାଇଁ ୨୧ କୋଟି, ବ୍ଲକସ୍ତରରେ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ୧୪ କୋଟି , ପଞ୍ଚାୟତକୁ ଆଇଟି ସଂଯୋଗୀକରଣ ପାଇଁ ୨୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ଅଧିକ ପଢ଼ନ୍ତୁ: କାହା ପାଇଁ ଭଲ ତ କାହା ପାଇଁ ଖରାପ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ
ସେହିପରି ଚଳିତ ଆର୍ଥିକ ବର୍ଷ ଅର୍ଥାତ ଅଗଷ୍ଟ ଯାଏ ନିଜସ୍ୱ ରାଜସ୍ୱ ସଂଗ୍ରହ ୪୧୨୩୧ କୋଟି ହୋଇଛି। ଏହା ପୂର୍ବ ବର୍ଷ ତୁଳନାରେ ୧୨.୯ ପ୍ରତିଶତ ଅଧିକ। ନିଜସ୍ୱ ଟିକସ ସଂଗ୍ରହ ୨୦୧୩୧ କୋଟି ହୋଇଛି। ଯାହା ପୂର୍ବ ବର୍ଷ ତୁଳନାରେ ୧୫.୫ ପ୍ରତିଶତ ଅଧିକ ଅଟେ। ଏଥି ସହିତ ନିଜସ୍ୱ ଅଣଟିକସ ରାଜସ୍ୱ ୨୧୧୦୦ କୋଟି ସଂଗ୍ରହ ହୋଇଛି। ଯାହା ପୂର୍ବ ବର୍ଷ ତୁଳନାରେ ୧୧.୫ ପ୍ରତିଶତ ଅଧିକ।
ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ
ଅନ୍ୟପଟେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇ କହିଛନ୍ତି ମହଲେଖାଗାରଙ୍କ ସୂଚନା ଅନୁସାରେ ଜୁଲାଇ ସୁଦ୍ଧା ରାଜ୍ୟର ଋଣ ଭାର ୮୮୨୮୭ କୋଟି ଅଟେ। ଯାହା ପୋଷଣୀୟ ଅଟେ। ସେହିପରି ରାଜ୍ୟର ମୁଣ୍ଡ ପିଛା ଋଣ ୧୯ ହଜାର ୧୭୧ ଟଙ୍କା ରହିଛି। ଯାହା ଅନ୍ୟ ରାଜ୍ୟ ତୁଳନାରେ ବହୁ କମ। ଏ ଯାଏ ରାଜ୍ୟ ସରକାର ଖୋଲା ବଜାରରୁ ଋଣ କରି ନାହାନ୍ତି ବୋଲି ମଧ୍ୟ ଅର୍ଥମନ୍ତ୍ରୀ କହିଛନ୍ତି।