ଅଶୁଭ ବୁଧବାର, ପୁଣି ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ୧୪ ମୃତ, ୨୭ ଆହତ
 

14 killed 27 injured as bus collides with truck in Assams Dergaon
ପୁଣି ମର୍ମନ୍ତୁଦ ଦୁର୍ଘଟଣା ନେଲା ୧୪ ଜୀବନ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ସକାଳେ ଆସାମର ଗୋଲାଘାଟ ଜିଲ୍ଲାରେ ଗୋଟାଏ ଯାତ୍ରୀବାହୀ ବସ୍‌ ଗୋଟାଏ ଟ୍ରକ୍‌ ସହିତ ଧକ୍କା ଖାଇବାରୁ ଅନ୍ୟୂନ ୧୪ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ୨୭ଜଣ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି।

ଏହି ଦୁର୍ଘଟଣା ଜାତୀୟ ରାଜପଥ ୩୭ରେ ଡେରଗାଓଁ ନିକଟରେ ସକାଳ ପ୍ରାୟ ୫ଟା ସମୟରେ ଘଟିଥିବା ନେଇ ସୂଚନା ରହିଛି। ପାଖାପାଖି ଦୁର୍ଘଟଣାଗ୍ରସ୍ତ ବସରେ ୪୫ଜଣ ଯାତ୍ରୀ ରହିଥିବା ବେଳେ ବସଟି ଗୋଲାଘାଟରୁ ତିନସୁକିଆ ଅଭିମୁଖେ ଗସ୍ତ କରୁଥିବା ଜଣାପଡ଼ିଛି। 

ଅଧିକ ପଢନ୍ତୁ :ମାସକୁ କେତେଥର ସେକ୍ସ କରିବା ଉଚିତ୍? ବିବାହିତ ଦମ୍ପତିନିଶ୍ଚୟ ଜାଣନ୍ତୁ...

ବିପରୀତ ଦିଗରୁ ଆସୁଥିବା କୋଇଲା ଭର୍ତ୍ତି ଟ୍ରକ ସହିତ ବସଟି ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଉଭୟ ବସ ଓ ଟ୍ରକର ଚାଳକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦିଆଯାଇଛି। ଏନେଇ ସରକାରୀ ଅଧିକାରୀ କହିଛନ୍ତି କି ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ସେହିପରି ଗୁରୁତରମାନଙ୍କୁ ଜୋରହାଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ, ଦିନକୁ ଖାଆନ୍ତୁ ବାସ ଦୁଇ ପାଖୁଡ଼ା, ଦୂର ହେବ ପୁରୁଷଙ୍କ ଯୌନ ସମସ୍ୟା !

ସୂଚନା ମୁତାବକ ଦୁର୍ଘଟଣାସ୍ଥଳରୁ ୧୦ଜଣଙ୍କ ଶବ ଉଦ୍ଧାର କରାଯାଇ ଦେରଗାଓଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଛି। ଆହତ ହୋଇଥିବା ୨୭ଜଣଙ୍କୁ ଜୋର୍‌ହାଟ ମେଡିକାଲ୍‌ କଲେଜ ଓ ଡାକ୍ତରଖାନାକୁ ରେଫର୍‌ କରାଯାଇଥିଲା, କିନ୍ତୁ ସେମାନଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ଘଟିଛି। ରାତି ପ୍ରାୟ ୩ଟା ବେଳେ ଉକ୍ତ ବସ୍‌ ‘ପିକ୍‌ନିକ୍‌ ପାର୍ଟି’ରେ ଯାଉଥିଲା। ପିକ୍‌ନିକ୍‌ ବା ବଣଭୋଜି ସ୍ଥଳରେ ପହଞ୍ଚିବାକୁ ଆଉ ଅଳ୍ପ ବାଟ ଥିବା ବ‌େଳେ ମାର୍ଘେରିଟାରୁ ଆସୁଥିବା ଗୋଟାଏ କୋଇଲା ଟ୍ରକ୍‌ ସହିତ ବସ୍‌ଟି ସାମ୍ନାସାମ୍ନି ଧକ୍କା ଖାଇଥିଲା। ଦୁଘର୍ଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁଯାଇ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ।

ଅଧିକ ପଢନ୍ତୁ :ଋତୁସ୍ରାବ ସମୟରେ ସେକ୍ସ କରିବା ଠିକ୍ ନା ଭୁଲ୍ ? ଜାଣନ୍ତୁ କ'ଣ କହୁଛି ବିଶେଷଜ୍ଞଙ୍କ ମତ...
 

Share this story