ନୂତନ ନିଯୁକ୍ତିର ଅବସର ପାଇବା ସହ ଆଶାଠାରୁ ଅଧିକ ଧନଲାଭ କରିବେ! ପଢନ୍ତୁ ଏ ସାପ୍ତାହର ରାଶିଫଳ 
 

Weekly Horoscope from 31st  March 2024 To 6th April 2024
ପଢନ୍ତୁ ଏ ସାପ୍ତାହର ରାଶିଫଳ 

ଓଡ଼ିଆ ଗସିପ୍ ବ୍ୟୁରୋ: କେଉଁ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା ...

ମେଷ : ରବି, ସୋମ, ମଙ୍ଗଳବାରରେ ସ୍ବାସ୍ଥ୍ୟ ପ୍ରତି ଅବହେଳା କରି କଷ୍ଟ ପାଇପାରନ୍ତି। ସମସ୍ତ ବାଧାବିଘ୍ନର ଅନ୍ତ ଘଟିବ। ବୁଧବାରରେ ଜୀବନରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖାଦେବ। ଗୁରୁବାରରେ ସନ୍ତାନ ପ୍ରତି ବିଶେଷ ଧ୍ୟାନ ରଖୀବେ। ଶୁକ୍ର,ଶନିବାରରେ ଏକୁଟିଆ ସମୟ ବିତାଇବା ପାଇଁ ଚେଷ୍ଟା କରିବେ। ମହିଳାମାନେ ଉଚିତ ନିଷ୍ପତ୍ତି ନେବେ।

ବୃଷ : ରବି, ସୋମ, ମଙ୍ଗଳବାରରେ ସମାଜରେ ମାନସମ୍ମାନ ବୃଦ୍ଧି ହେବ। ଘରେ ଲାଗି ରହିଥିବା କଳହ ଦୂର ହେବ। ବୁଧବାରରେ ମୁଖ୍ୟ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରିବେ। ଗୁରୁବାରରେ ସହକର୍ମୀଙ୍କ ସହ ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ। ଶୁକ୍ର, ଶନିବାରରେ ଶୁଭ କାର୍ଯ୍ୟରେ ଯୋଗଦେବେ। ବନ୍ଧୁବାନ୍ଧବଙ୍କ ଆଗମନରେ ଉତ୍ସାହିତ ହେବେ।

ମିଥୁନ: ରବି, ସୋମ, ମଙ୍ଗଳବାରରେ ଆଧ୍ୟାତ୍ମିକ ସଙ୍ଗୀତରେ ରୁଚି ବଢ଼ିବ । ପରିବାରରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ବୁଧବାରରେ ଅତ୍ୟଧିକ କାର୍ଯ୍ୟକରି ଅସୁସ୍ଥତା ଅନୁଭବ କରିପାରନ୍ତି। ଗୁରୁବାରରେ ପ୍ରତିପକ୍ଷଙ୍କଠାରୁ ସତର୍କ ରହିବା ଆବଶ୍ୟକ । ଶୁକ୍ର, ଶନିବାରରେ ବରିଷ୍ଠ ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କଠାରୁ ଲାଭ ପାଇବା ପାଇଁ ଅତିରିକ୍ତ ପ୍ରୟାସ କରିବାକୁ ପଡ଼ିପାରେ।

କର୍କଟ : ରବି, ସୋମ, ମଙ୍ଗଳବାରରେ ପରିଶ୍ରମ ଜାରି ରଖିବାକୁ ହେବ। କାର୍ଯ୍ୟକ୍ଷେତ୍ରରେ ବଡ଼ ସଫଳତା ପାଇବେ। ବୁଧବାରରେ ମହିଳାମାନଙ୍କ ପାଇଁ କିଛି ସମସ୍ୟା ଉପୁଜିପାରେ। ଗୁରୁବାରରେ ମହିଳାମାନେ ରକ୍ଷଣଶୀଳ ହେବେ। ଶୁକ୍ର, ଶନିବାରରେ କୌଣସି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇପାରନ୍ତି। ଆୟରେ ଅନିୟମିତତା କାରଣରୁ କିଛି ସମସ୍ୟା ଉପୁଜିପାରେ।

ଆଧିକ ପଢନ୍ତୁ: ଦ୍ବିତୀୟ ସନ୍ତାନ ପାଇଁ କରୁଛନ୍ତି କି ପ୍ଲାନ? ଜାଣନ୍ତୁ ସଠିକ୍ ସମୟ ବ୍ୟବଧାନ କେତେ ରହିବା ଉଚିତ୍

ସିଂହ: ରବି, ସୋମ, ମଙ୍ଗଳବାରରେ ଆୟ ଭଲ ରହିବ । ଅସହାୟ ବ୍ୟକ୍ତିଙ୍କ ପ୍ରତି ସାହାଯ୍ୟର ହାତ ବଢ଼ାଇବେ। ବୁଧବାରରେ କଠିନ ପରିଶ୍ରମ କରି ସଫଳତା ହାସଲ କରିବେ। ଗୁରୁବାରରେ ବିଭିନ୍ନ କ୍ଷେତ୍ରରେ ଭାଇବନ୍ଧୁଙ୍କର ସହଯୋଗ ପ୍ରାପ୍ତି ହେବ। ଶୁକ୍ର, ଶନିବାରରେ ଉତ୍ତମ ବ୍ୟବହାରରେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ସହଜରେ ପ୍ରଭାବିତ କରିପାରିବେ।

କନ୍ୟା : ରବି, ସୋମ, ମଙ୍ଗଳବାରରେ ଆତ୍ମବିଶ୍ବାସର ସହ କାର୍ଯ୍ୟ କରିବେ। ଯାତାୟାତ ସମୟରେ ସାବଧାନ ରୁହନ୍ତୁ। ବୁଧବାରରେ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଗୁରୁବାରରେ ପରିବାର ମଧ୍ୟରେ ରହି ଏକୁଟିଆ ଅନୁଭବ କରିପାରନ୍ତି। ଶୁକ୍ର, ଶନିବାରରେ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। ବ୍ୟବସାୟିକ କାର୍ଯ୍ୟରେ ଦୂରସ୍ଥାନକୁ ଯାତ୍ରା କରିବାର ଯୋଗ ଅଛି।

ତୁଳା : ରବି, ସୋମ, ମଙ୍ଗଳବାରରେ ଆବଶ୍ୟକତାଠାରୁ ଅଧିକ ଭରସା କରନ୍ତୁ ନାହିଁ। କାର୍ଯ୍ୟ ସହ ଯୋଡ଼ି ହୋଇଥିବା କିଛି ବଡ଼ ଦାୟିତ୍ବ ପାଇପାରନ୍ତି। ବୁଧବାରରେ ନୂତନ ନିଯୁକ୍ତିର ଅବସର ପାଇବେ। ଗୁରୁବାରରେ ପାରିବାରିକ ଜୀବନକୁ ପ୍ରାଥମିକତା ଦେବେ। ଶୁକ୍ର, ଶନିବାରରେ ଆଶାନୁସାରେ ସଫଳତା ପାଇବେ। ମହିଳାମାନେ ସ୍ବାବଲମ୍ବୀ ହେବେ।

ବିଛା : ରବି, ସୋମ, ମଙ୍ଗଳବାରରେ ଚାକିରି ଓ ବେପାରରେ ସଫତଳା ଲାଭ କରିବେ। ଅନ୍ୟ କଥାରେ ମୁଣ୍ଡ ନପୂରାଇ ନିଜ କାର୍ଯ୍ୟରେ ଧ୍ୟାନ ଦେବେ। ବୁଧବାରରେ ବୁଝିବିଚାରି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଗୁରୁବାରରେ ଆପଣଙ୍କ ଜୀବନରେ ଅଧୁରା ମନୋକାମନା ପୂରା ହେବ। ଶୁକ୍ର,ଶନିବାରରେ ନୂଆ ପରିଚୟ ବନାଇବାରେ ସକ୍ଷମ ହୋଇପାରନ୍ତି।

ଆଧିକ ପଢନ୍ତୁ : ବାହାଘର ପରେ ଝିଅମାନେ କାହିଁକି ମୋଟା ହୋଇଯାଆନ୍ତି ? ଜାଣନ୍ତୁ ଏହାର ଅସଲ କାରଣ

ଧନୁ: ରବି, ସୋମ, ମଙ୍ଗଳବାରରେ ଅନେକ ଦିନର ଇଚ୍ଛାସବୁ ପରିପୂର୍ଣ୍ଣ ହେବ। ଅଟକିଥିବା ଧନପ୍ରାପ୍ତି ହେବ। ବୁଧବାରରେ ସାଙ୍ଗସାଥୀଙ୍କ ସହ ଯାତ୍ରା ରୋମାଞ୍ଚକର ହେବ। ଗୁରୁବାରରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ସୁଚାରୁରୂପେ ସମାପ୍ତ କରିବେ। ଶୁକ୍ର, ଶନିବାରରେ ଦସ୍ତାବିଜ କାମଗୁଡ଼ିକ ସାବଧାନତାର ସହ କରନ୍ତୁ।

ମକର : ରବି, ସୋମ, ମଙ୍ଗଳବାରରେ ଲଗାତାର ପ୍ରୟାସକରି ସଫଳତା ପାଇବେ। ସାଙ୍ଗସାଥୀଙ୍କଠାରୁ କିଛି ଖୁସିଖବର ପାଇବେ। ବୁଧବାରରେ ପରିସ୍ଥିତିରେ କିଛି ସୁଧାର ଆସିପାରେ। ଗୁରୁବାରରେ ଭବିଷ୍ୟତରେ ଯୋଜନା ପ୍ରସ୍ତୁତ କରିବେ। ଶୁକ୍ର, ଶନିବାରରେ ମହିଳାମାନେ ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ସମୟ ପୂର୍ବରୁ ସମସ୍ତ କାର୍ଯ୍ୟକୁ ପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ।

କୁମ୍ଭ : ରବି, ସୋମ, ମଙ୍ଗଳବାରରେ ଜୀବନସାଥୀ ଓ ପରିଜନଙ୍କ ଭରପୂର ସହଯୋଗ ମିଳିବ। ଅଧିକରୁ ଅଧିକ ପ୍ରକଳ୍ପ ହାତକୁ ଆସିପାରେ। ବୁଧବାରରେ ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ। ଗୁରୁବାରରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦୂରଯାତ୍ରା କରିବେ। ଶୁକ୍ର, ଶନିବାରରେ ଅତ୍ୟଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ।

ମୀନ : ରବି, ସୋମ, ମଙ୍ଗଳବାରରେ ଆଶାଠାରୁ ଅଧିକ ଧନଲାଭ କରିବେ। ବିଶେଷ ବ୍ୟକ୍ତିଙ୍କ ସହ ମିଳାମିଶା ବୃଦ୍ଧି ପାଇବ। ବୁଧବାରରେ କୌଣସି ଦିଗରୁ ଅକସ୍ମାତ୍‌ ଖୁସି ଖବର ମିଳିପାରେ। ଗୁରୁବାରରେ କ୍ୟାରିୟର୍‌ ପାଇଁ ନୂତନ ରାସ୍ତା ପାଇବେ। ଶୁକ୍ର,ଶନିବାରରେ ପ୍ରିୟଜନଙ୍କ ପାଇଁ ଆବଶ୍ୟକତାଠାରୁ ଅଧିକ ସମ୍ବେଦନଶୀଳ ହୋଇପଡ଼ିବେ।

ଆଧିକ ପଢନ୍ତୁ : ଏପ୍ରିଲରେ ଭାଗ୍ୟ ବଦଳାଇବେ ଶନି, ଧନଧାନ୍ୟରେ ଭରିଯିବ ଏହି ୪ ରାଶିଙ୍କ ଜୀବନ!
 

 

Share this story