ଏପ୍ରିଲରେ ଭାଗ୍ୟ ବଦଳାଇବେ ଶନି, ଧନଧାନ୍ୟରେ ଭରିଯିବ ଏହି ୪ ରାଶିଙ୍କ ଜୀବନ!
 

Saturn Transit In Purva Bhadrapada Nakshatra These 4 Zodiac People Will Get Huge Success
ଏହି ୪ ରାଶିଙ୍କ ଧନବର୍ଷା କରିବେ ଶନି
 

ଓଡ଼ିଆ ଗସିପ୍ ବ୍ୟୁରୋ: ଯେଭଲିକି ଆପଣ ଜାଣିଥିବେ ଯେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଶନିଦେବ ଲୋକଙ୍କୁ ସେମାନଙ୍କ କର୍ମ ଅନୁଯାୟୀ ଫଳ ପ୍ରଦାନ କରନ୍ତି। କୁହାଯାଏ, ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନଥାଏ । ସେହିପରି ଯଦି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରନ୍ତି ନାହିଁ । ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିଥାଏ।

ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନି ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବା ପାଇଁ ପ୍ରାୟ ଅଢେଇ ବର୍ଷ ସମୟ ନେଇଥାଆନ୍ତି। ଶନିଦେବଙ୍କ ରାଶି ଚକ୍ର ଅତିକ୍ରମ କରିବା ପାଇଁ ୩୦ ବର୍ଷ ସମୟ ଲାଗିଥାଏ। ଶନି ବର୍ତ୍ତମାନ କୁମ୍ଭ ରାଶିରେ ଥିଲାବେଳେ  ଅପ୍ରିଲ୍ ୬ ତାରିଖରେ ଶନି ପୂର୍ବଭଦ୍ରା ନକ୍ଷେତ୍ରକୁ ଚଳନ କରିବେ। ଏହାପରେ ଶନି ନଭେମ୍ବର ୨୪ ରେ ପୁଣି ଥରେ ଶତାବିଶା ନକ୍ଷେତ୍ରକୁ ଚଳନ କରିବେ। 

ଶନିଙ୍କ ଏହି ନକ୍ଷେତ୍ର ପରିବର୍ତ୍ତନ  କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶିପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେବେ, ଆସନ୍ତୁ ଜାଣିବା କେଉଁ ୪ରାଶି ପାଇଁ କିଭଳି ରହିବ ଶନିଙ୍କ ଏହି ନକ୍ଷେତ୍ର ପରିବର୍ତ୍ତନ...

ଆଧିକ ପଢନ୍ତୁ : କାହିଁକି ଝିଅମାନେ ଅଧାବାଟରୁ ପାର୍ଟନରର ହାତଛାଡ଼ି ଚାଲି ଯାଆନ୍ତି? ଜାଣନ୍ତୁ ଏହାର ଅସଲ କାରଣ

ବୃଷ ରାଶି: ଶନି ମହାରାଜଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶିକୁ ଧନବାନ୍ କରିବ। ବିଶେଷ କରି, ଚାକିରି ଓ ବ୍ୟବସାୟରେ ଅଗ୍ରଗତି ହେବ। ପରିଶ୍ରମର ଫଳ ପାଇବେ। ଆୟରେ ବୃଦ୍ଧି ଘଟିବ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବା ସହ ଲାଗି ରହିଥିବା ପୁରୁଣା ସମସ୍ୟାରୁ ମୁକ୍ତି ମିଳିବ। ପ୍ରେମ ବ୍ୟାପାରରେ ସଫଳତା ପାଇବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଏପରିକି ବିବାହ ସହିତ ଜଡି଼ତ ସମସ୍ୟା ମଧ୍ୟ ଦୂର ହେବ। ସରକାରୀ ଚାକିରିଆଙ୍କ ପାଇଁ ସମୟ ଖୁବ୍ ଭଲ ରହିଛି । ପ୍ରମୋସନ୍ ମିଳିବା ସହ ମନ ପସନ୍ଦର ସ୍ଥାନକୁ ଟାନ୍ସଫର ହୋଇପାରେ।  

ମେଷ ରାଶି:  ଆସନ୍ତା ମାସରେ, ଏହି ରାଶିର ଲୋକଙ୍କ ଭାଗ୍ୟ ମଧ୍ୟ ବଦଳିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଋଣର ଭାରରୁ ମୁକ୍ତି ମିଳିବ । ଆର୍ଥିକ୍ ସ୍ଥିତି ମଜବୁତ୍ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସୁଖ ସମୃଦ୍ଧି ବୃଦ୍ଧି ପାଇବ। ମିତ୍ରମାନଙ୍କ ସହଯୋଗ ମିଳିବ। ବୈବାହିକ ଜୀବନରେ ମଧୁରତା ଆସିବ। ବ୍ୟବସାୟ ଓ ଚାକିରିରେ ଅଗ୍ରଗତି । ଧନ ଲାଭ ଯୋଗ । ପରିବାରରେ ଲାଗି ରହିଥିବା ବିବାଦ ଦୂର ହେବ ।

ଆଧିକ ପଢନ୍ତୁ :ମାଡି ଆସୁଛି ପ୍ରଚଣ୍ଡ ଖରା ! ଆସନ୍ତା ୩-୪ ଦିନ କାଳ ବୈଶାଖୀ ବର୍ଷା ବଜ୍ରପାତ ନେଇ ସତର୍କ କଲା ପାଣିପାଗ ବିଭାଗ

କନ୍ୟା ରାଶି: ଶନି ମହାରାଜଙ୍କ କୃପାରୁ ଏହି ରାଶିର ଭାଗ୍ୟ ମଧ୍ୟ ଚମକି ଉଠିବ। ଶନିଙ୍କ ଏ-ହି ଚଳନ କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳାଇବାକୁ ଯାଉଛି। ଏହି ଅବଧି ମଧ୍ୟରେ ବ୍ୟବସାୟରେ ଲାଭ ମିଳିବ । ଆକସ୍ମିକ୍ ଧନଲାଭ ନେଇ ଯୋଗ ରହିଛି। ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ପୂରଣ ହେବ। କର୍ମ କ୍ଷେତ୍ରରେ ସଫଳତା ମିଳିବ । ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମୟ ଶୁଭ ରହିବ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ ।

ଧନୁ ରାଶି: ଏହି ରାଶିର ଲୋକଙ୍କ ଭାଗ୍ୟରେ ବିରାଟ ପରିବର୍ତ୍ତନ ଆଣିବେ ଶନିଦେବ।  ଏହି ଅବଧି ମଧ୍ୟରେ ମନ ପସନ୍ଦର ନିଯୁକ୍ତି ଅଫର ପାଇବେ।  ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଠିକ୍ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।  ବ୍ୟବସାୟୀମାନେ ସେମାନଙ୍କ ଯୋଜନା କାର୍ଯ୍ୟକାରୀ କରିବାରେ ସଫଳ ହେବେ। ବ୍ୟବସାୟରେ ଅଗ୍ରଗତି ହେବ । କିଛି ଭଲ ଖବର ପାଇ ମନ ଖୁସି ରହିବ।

ଆଧିକ ପଢନ୍ତୁ : ଏହି ଦିନ ଲାଗୁଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଏହି ୫ ରାଶି ରୁହନ୍ତୁ ସାବଧାନ! ନଚେତ୍...

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)

Share this story