ଏହି ରାଶି ଲୋକଙ୍କ କର୍ମ କ୍ଷେତ୍ରରେ ବିଫଳତା ଦେଖାଦେବ,ପଢନ୍ତୁ ଏ ସପ୍ତାହର ସପ୍ତାହିକ ରାଶିଫଳ
 

Weekly Horoscope 3rd december 2023 to 9th december 2023
ସପ୍ତାହିକ ରାଶିଫଳ, ଜାଣନ୍ତୁ କେମିତି କଟିବ ଏହି ସପ୍ତାହ
 

ଓଡ଼ିଆ ଗସିପ୍ ବ୍ୟୁରୋ: କେଉଁ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଜାଣନ୍ତୁ...

ମେଷ: ରବିବାରରେ ବିଭିନ୍ନ କାର୍ଯ୍ୟରେ ସଫଳତା ପାଇପାରନ୍ତି। ପରିବାରରେ ଲାଗିରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ସୋମ, ମଙ୍ଗଳ,ବୁଧବାରରେ ଭ୍ରମଣଯୋଗ ରହିଛି। ଗୁରୁ,ଶୁକ୍ରବାରରେ ବ୍ୟବସାୟ ପ୍ରସାରିତ ହେବ। ଶନିବାରରେ ସାମାଜିକ ଦାୟିତ୍ବବୋଧ ବୃଦ୍ଧି ପାଇବାକୁ ଲାଗିବ।

ଅଧିକ ପଢନ୍ତୁ :ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ବୃଷ: ରବିବାରରେ କିଛିଟା ଉତ୍ତେଜନା ଭିତରେ କାର୍ଯ୍ୟ ତୁଲାଇବେ। ସାଙ୍ଗସାଥୀଙ୍କ ସହ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୋମ,ମଙ୍ଗଳ,ବୁଧବାରରେ ବିଭିନ୍ନ କ୍ଷେତ୍ରରେ ଅର୍ଥପ୍ରାପ୍ତି ଯୋଗ ରହିଛି। ଗୁରୁ,ଶୁକ୍ରବାରରେ ଜମିଜମା କଥାକୁ ନେଇ ବିବାଦ ଉପୁଜିପାରେ। ଶନିବାରରେ ଉଚ୍ଚ ସମ୍ମାନର ଅଧିକାରୀ ହୋଇପାରନ୍ତି।

ମିଥୁନ: ରବିବାରରେ ପରିବାର ସହ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ କରିପାରନ୍ତି। ସୋମ, ମଙ୍ଗଳ, ବୁଧବାରରେ ମନରେ ବ୍ୟାକୁଳତା ଅନୁଭବ ହେବ। ପରିବାରରେ ସୁଖଶାନ୍ତିର ପରିବେଶ ରହିବ। ଗୁରୁ, ଶୁକ୍ରବାରରେ ଚିନ୍ତାରେ ବୁଡ଼ି ରହିବେ। ଶନିବାରରେ ଛାତ୍ରଛାତ୍ରୀମାନେ ସଫଳତା ପାଇବେ।

କର୍କଟ: ରବିବାରରେ ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ସୋମ, ମଙ୍ଗଳ, ବୁଧବାରରେ ଘରେ ଶାନ୍ତିଶୃଙ୍ଖଳା ରହିବ। ମନରେ ଦୁଶ୍ଚିନ୍ତା ଓ ଅସ୍ଥିରତା ପ୍ରକାଶ ପାଇବ। ଗୁରୁ ,ଶୁକ୍ରବାରରେ ମହିଳାମାନେ ଅନିଶ୍ଚିତତାରେ ରହିବେ। ବିଭିନ୍ନ କ୍ଷେତ୍ରରେ ବିଫଳତା ପାଇବେ। ଶନିବାରରେ ପଦୋନ୍ନତିର ଯୋଗ ରହିଛି।

ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ! ଖାଉଛନ୍ତି କି ଏହି ଖାଦ୍ୟ? କିଡନୀକୁ ସୁସ୍ଥ ରଖିବା ପାଇଁ ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ...

ସିଂହ: ରବିବାରରେ ମନ ବିଚଳିତ ହୋଇପାରେ। ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ। ସୋମ,ମଙ୍ଗଳ,ବୁଧବାରରେ କର୍ମକ୍ଷେତ୍ରରେ ପରିବର୍ତ୍ତନ ସହିତ ପ୍ରଗତିର ସମ୍ଭାବନା ରହିଛି। ଗୁରୁ,ଶୁକ୍ରବାରରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ଶନିବାରରେ ସମସ୍ୟା ଦୂର ହେବ। ଦୂରଯାତ୍ରା ଯୋଗ ରହିଛି।

କନ୍ୟା: ରବିବାରରେ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ପାଇବେ। ସୋମ,ମଙ୍ଗଳ,ବୁଧବାରରେ ସମାଜରେ ମାନସମ୍ମାନର ଅଧିକାରୀ ହେବେ। ଗୁରୁ,ଶୁକ୍ରବାରରେ ପରିବାର ସଦସ୍ୟଙ୍କ ସହ ଉତ୍ତମ ବୁଝାମଣା ଦେଖାଦେବ। ଶନିବାରରେ ଅନ୍ୟକୁ ଦେଇଥିବା ଧନ ଫେରି ପାଇବେ। ସ୍ବାସ୍ଥ୍ୟ ପାଇଁ ଯତ୍ନବାନ ହେବେ।

ତୁଳା: ରବି,ସୋମବାରରେ ସକାରାତ୍ମକ ଭାବନା ସହ କାର୍ଯ୍ୟ କରିବେ। ପ୍ରିୟଜନଙ୍କ କଥାକୁ ଗୁରୁତ୍ବ ଦେବେ। ମଙ୍ଗଳ, ବୁଧ, ଗୁରୁବାରରେ କଠୋର ପରିଶ୍ରମ ଓ ଧୈର୍ଯ୍ୟ ଶକ୍ତି ପାଇଁ ସଫଳତା ପାଇବେ। ଶୁକ୍ର, ଶନିବାରରେ ଅନ୍ୟର କଥାରେ ମୁଣ୍ଡ ପୂରାନ୍ତୁ ନାହିଁ।

ବିଛା: ରବିବାରରେ ମନରୁ ଖରାପ ଭାବନା ଅପସରିଯିବ। ସୋମ,ମଙ୍ଗଳ,ବୁଧବାରରେ ଆୟ ଅପେକ୍ଷା ବ୍ୟୟ କମ୍ ରହିବ। ସମୟାନୁବର୍ତ୍ତିତା ପାଇଁ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ଗୁରୁ,ଶୁକ୍ରବାରରେ ନିଜର ପ୍ରିୟବନ୍ଧୁଙ୍କ ସହ ମନୋମାଳିନ୍ୟ ଦେଖାଦେବ। ଶନିବାରରେ ମହିଳାମାନେ ସହକର୍ମୀଙ୍କଠାରୁ ସହଯୋଗ ପାଇବେ।

ଅଧିକ ପଢନ୍ତୁ :୨୦୨୪ ଆରମ୍ଭରେ ରାଶି ପରିବର୍ତ୍ତନ କରିବେ ମଙ୍ଗଳ, ୩ ରାଶିଙ୍କ ଫିଟିବ ଭାଗ୍ୟ, ହେବ ଆକସ୍ମିକ ଧନ ଲାଭ

ଧନୁ: ରବିବାରରେ ପୈତୃକ ସମ୍ପତ୍ତି ହାସଲ କରିବାରେ ଆସୁଥିବା ବାଧା ଦୂର ହେବ। ସୋମ,ମଙ୍ଗଳ,ବୁଧବାରରେ କର୍ମକ୍ଷେତ୍ରରେ ପୂର୍ଣ୍ଣ ଆଗ୍ରହ ସହ କାର୍ଯ୍ୟ କରିବେ। ଗୁରୁ,ଶୁକ୍ରବାରରେ ଦାମ୍ପତ୍ୟ ଜୀବନରେ ଭୁଲ୍‌ ବୁଝାମଣା ଦେଖାଦେଇପାରେ। ଶନିବାରରେ ବ୍ୟବସାୟୀମାନଙ୍କୁ ଅାଶାଠାରୁ ଅଧିକ ଲାଭ ମିଳିପାେର।

ମକର: ରବିବାରରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ପାଇବେ। ସୋମ,ମଙ୍ଗଳ,ବୁଧବାରରେ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇପାରନ୍ତି। ଗୁରୁ,ଶୁକ୍ରବାରରେ ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଶନିବାରରେ ଜମା ହୋଇଥିବା ଧନରେ ବୃଦ୍ଧି ଘଟିବ। ଜୀବନରେ ନୂତନ ମୋଡ଼ ସୃଷ୍ଟି ହୋଇପାରେ।

କୁମ୍ଭ: ରବିବାରରେ ମଉଜ ମଜଲିସ୍ରେ ଅଧିକ ଆଗ୍ରହ ରହିବ। ସୋମ,ମଙ୍ଗଳ,ବୁଧବାରରେ କର୍ମରେ ଏକାଗ୍ରତା ଓ ଆନ୍ତରିକତା ଅଧିକ ରହିବ। ବ୍ୟବସାୟୀମାନେ ଆଶାଠାରୁ ଅଧିକ ସଫଳତା ପାଇବେ। ଗୁରୁ,ଶୁକ୍ରବାରରେ ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବ। ଶନିବାରରେ ଭାଇଭଉଣୀଙ୍କ ସହଯୋଗ ପାଇବେ।

ମୀନ: ରବିବାରରେ ଅଫିସ୍ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ସୋମ,ମଙ୍ଗଳ,ବୁଧବାରରେ କୌଣସି ବିହାହ ପ୍ରସ୍ତାବ ଆସିପାରେ। ସଫଳତା ପାଇବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରିବେ। ଗୁରୁ,ଶୁକ୍ରବାରରେ ମନରେ ପ୍ରସନ୍ନତା ଭାବ ପ୍ରକାଶ ପାଇବ। ଶନିବାରରେ ବ୍ୟବସାୟ ଉତ୍ତମ ହେବ।

ଅଧିକ ପଢନ୍ତୁ : ମାଡୁଆସୁଛି ବାତ୍ୟା 'ମିଚାଉଁ ', ଏହି ଦିନ କରିବ ଲ୍ୟାଣ୍ଡଫଲ!
 

Share this story