ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ସହିତ ଆୟୁର୍ବେଦରେ ‘ବେଲପତ୍ର’ର ମହତ୍ତ୍ବ କ’ଣ ? ଜାଣନ୍ତୁ ସଂକ୍ଷେପରେ...
 

Vastu Tips For Belpatra plant
‘ବେଲପତ୍ର’ର ମହତ୍ତ୍ବ କ’ଣ ?
 

ଓଡ଼ିଆ ଗସିପ୍ ବ୍ୟୁରୋ: ହିନ୍ଦୁଧର୍ମ ଅନୁସାରେ ଏମିତି ଅନେକ ବୃକ୍ଷଲତା ଅଛି, ଯେଉଁଥିରେ ଦେବଦେବୀ ବାସ କରିଥାନ୍ତି ବୋଲି ବିଶ୍ବାସ କରାଯାଏ। ସେସବୁ ମଧ୍ୟରେ ବେଲଗଛ ଅନ୍ୟତମ। ଦେବ ଦେବ ମହାଦେବଙ୍କ ପ୍ରିୟ ବେଲପତ୍ରର ମହତ୍ତ୍ବ ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ସହିତ ଆୟୁର୍ବେଦରେ ମଧ୍ୟ ରହିଛି। 

ଅଧିକ ପଢନ୍ତୁ :କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେବା ସହ ଆର୍ଥିକ ଚାପ ପାଇଁ ଚିନ୍ତିତ ରହିବେ ଏହି ରାଶିର ଲୋକ, ପଢନ୍ତୁ ସପ୍ତାହିକ ରାଶିଫଳ

ତେବେ ବେଲଗଛ ଲଗାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ଦିଗ ଅଛି। କାରଣ ଦିଗ ଅନୁସାରେ ଏହାକୁ ଲଗାଇବା ଦ୍ବାରା ଅନେକ ବାସ୍ତୁଦୋଷ ଦୂର ହୋଇଥାଏ। ବେଲପତ୍ର ବିନା ମହାଦେବଙ୍କ ପୂଜା ଅସମ୍ପୂର୍ଣ୍ଣ ବୋଲି କୁହାଯାଏ। ସୋମବାର ଦିନ ଶିବଙ୍କୁ ବେଲପତ୍ର ଅର୍ପଣ କରିବା ଦ୍ବାରା ମହାଦେବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ଏବଂ ଭକ୍ତଙ୍କ ସବୁ ମନସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ।

ଅଧିକ ପଢନ୍ତୁ :ଶୀତଦିନେ ପୂରା ସମ୍ପୂର୍ଣ୍ଣ ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ୫ଟି ସରଳ ଟିପ୍ସ 

ଶିବପୁରାଣରେ କୁହାଯାଇଛି ଯେ, ଯେଉଁ ଘରେ ବେଲଗଛ ଅଛି, ତାହା କୌଣସି ତୀର୍ଥସ୍ଥଳଠାରୁ କମ୍‌ ନୁହେଁ। ଜ୍ୟୋତିଷଶାସ୍ତ୍ର ଅନୁସାରେ, ବେଲପତ୍ରକୁ କେବେ ମଧ୍ୟ ବାସି ବୋଲି କୁହାଯାଏ ନାହିଁ। ଶିବଙ୍କୁ ବେଲପତ୍ର ଅର୍ପଣ କରିବା ଦ୍ବାରା କୋଟି କନ୍ୟାଦାନର ପୁଣ୍ୟ ମିଳିଥାଏ। ଦରିଦ୍ରତା ଦୂର ହେବା ସହ ମା’ ଲକ୍ଷ୍ମୀଙ୍କର କୃପା ମଧ୍ୟ ପ୍ରାପ୍ତ ହୁଏ। ଟଙ୍କା ରଖାଯାଉଥିବା ସ୍ଥାନରେ ବେଲପତ୍ର ରଖିବା ଲାଭଦାୟକ। ଏହାଦ୍ବାରା ଘରେ ଖୁସି ଓ ସୁଖସମୃଦ୍ଧିର ଆଗମନ ହୋଇଥାଏ। 

ଦେଖନ୍ତୁ EXCLUSIVE ଭିଡ଼ିଓ: ୩୫୦ କୋଟି ଜବତ ଘଟଣାରେ ଆସିଲା ସାଙ୍ଘାତିକ ତଥ୍ୟ, ଧୀରଜଙ୍କୁ ସୁରକ୍ଷା ଦେବା ପାଇଁ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ନେଇଥିଲେ ୭୫ କୋଟି !

ବାସ୍ତୁ ଅନୁସାରେ, ଧନ ବୃଦ୍ଧି ପାଇଁ ଘରର ଉତ୍ତର-ଦକ୍ଷିଣ ଦିଗରେ ବେଲଗଛ ଲଗାଇବା ଆବଶ୍ୟକ। ଘରେ ବେଲଗଛ ଲଗାଇବା ଦ୍ବାରା ପରିବାର ସଦସ୍ୟଙ୍କର ପାପକ୍ଷୟ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ, ଘରର ଉତ୍ତର–ପଶ୍ଚିମ ଦିଗରେ ବେଲଗଛ ଲଗାଇବା ଦ୍ବାରା ଘରର ସଦସ୍ୟମାନେ ଶକ୍ତିବାନ ଓ ବୁଦ୍ଧିସମ୍ପନ୍ନ ହୋଇଥାନ୍ତି। ବାସ୍ତୁ ଅନୁସାରେ ଘରେ ବେଲଗଛ ଥିଲେ, କୌଣସି ନକାରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରିନଥାଏ ଏବଂ ସକାରାତ୍ମକ ଶକ୍ତିର ସଞ୍ଚାର ହୁଏ। 

ଅଧିକ ପଢନ୍ତୁ :ଡିସେମ୍ବର ୩୧ରେ ମାର୍ଗି ଦେବଗୁରୁ ବୃହସ୍ପତି ଚଳନ, ଏହି ୩ଟି ରାଶି ପାଇଁ ପାଲଟିବ ବରଦାନ

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଘରେ ବେଲ ଗଛ ଲଗାଇବା ଦ୍ବାରା ଚନ୍ଦ୍ରଦୋଷ ଦୂର ହୋଇଥାଏ। ଏହା ସହିତ ଜାତକରେ ଥିବା ଅନ୍ୟ ଦୋଷ ମଧ୍ୟ ଦୂର ହୁଏ। ଚତୁର୍ଥୀ, ଅଷ୍ଟମୀ, ନବମୀ, ଚତୁର୍ଦଶୀ, ଓ ଅମାବାସ୍ୟା, ସଂକ୍ରାନ୍ତି ତିଥି ଏବଂ ସୋମବାର ଦିନ ବେଲପତ୍ର ତୋଳିବା ଉଚିତ ନୁହେଁ। ଗୋଟିଏ ଶାଖାରେ ଥିବା ତିନୋଟି ପତ୍ରକୁ ଭିନ୍ନ ଭିନ୍ନ କରି ତୋଳନ୍ତୁ ନାହିଁ। ତ୍ରିଶାଖା ବେଲପତ୍ର ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ।

ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !
 

Share this story