ଏହି ୩ ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ, ଆଗକୁ ବଡ ସମସ୍ୟାର ସାମ୍ନା କରିବେ...

stay alert on Friday as your horoscope will meet serious consequences

ଓଡ଼ିଆ ଗସିପ୍ ବ୍ୟୁରୋ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୦୨୩ ଅଗଷ୍ଟ ୧୧ ତାରିଖ, ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଦିନ । କିଛି ରାଶିଙ୍କ ପାଇଁ ଖରାପ ସମୟ ରହିଥିବା ବେଳେ ଆଉ କିଛି ରାଶିଙ୍କ ଭାଗ୍ୟ ପରିବର୍ତ୍ତନ ହୋଇପାରେ । ଆସନ୍ତୁ ଜାଣିବା ୧୨ଟି ଯାକ ରାଶିରେ କିଭଳି କଟିବ ଆଜିର ଦିନ ।

ମେଷ: ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ। କୌଣସି କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ । ପରିବାର ଲୋକଙ୍କ ସହିତ ପାର୍ଟି କରିପାରନ୍ତି । କାହାକୁ କିଛି କହିବା ପୂର୍ବରୁ ଧ୍ୟାନ ରଖିବା ଉଚିତ ।

ବୃଷ: ବ୍ୟବସାୟ ଦୃଷ୍ଟିରୁ ଆଜି ବୃଷ ରାଶିଙ୍କ ପାଇଁ ଭଲ ଦିନ ରହିଛି । ସମ୍ପତ୍ତିରେ ବୃଦ୍ଧି ଘଟିବ । ଦାନ କାର୍ଯ୍ୟରେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରିବେ । ଯଦି ପ୍ରଗତି ପଥରେ କିଛି ବାଧା ଆସୁଥିଲା, ତାହା ଆଜି ହଟିଯିବ । ଆଜି ଆପଣଙ୍କର ଆୟ ବୃଦ୍ଧି ଘଟିବା ସହିତ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ ।

ଅଧିକ ପଢ଼ନ୍ତୁ : ଆଜି ଶ୍ରାବଣ ଶୁକ୍ରବାର: କରନ୍ତୁ ଏହି ୫ଟି କାମ, କେବେ ବି ହେବନି ଧନର ଅଭାବ

ମିଥୁନ: ମିଥୁନ ଲୋକଙ୍କ ପାଇଁ ଦିନଟି ଧାଁଦୌଡରେ କଟିବ । ପରିବାରର ଜଣେ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅବନତି ହେତୁ ଆପଣ ଚିନ୍ତିତ ହେବେ । ପିଲାମାନଙ୍କ ଉପରେ ବିଶେଷ ଧ୍ୟାନ ରଖିବା ଉଚିତ । କିଛି ଭୁଲ କାମ କରିପାରନ୍ତି । ସମ୍ପର୍କୀୟମାନଙ୍କ ସହିତ କୌଣସି ତିକ୍ତତା କିମ୍ବା ବିବାଦ ଥିଲେ ଥିଲେ ତାହାର ସାମଧାନ ହେବ ।

କର୍କଟ: ଦିନଟି କର୍କଟ ରାଶିଙ୍କ ପାଇଁ ଉତ୍ଥାନ-ପତନ ଆଣିବ । ଚାକିରି କରୁଥିବା ବ୍ୟକ୍ତି ଯଦି କୌଣସି କାମ କରିବାକୁ ଚାହୁଁଛନ୍ତି ତେବେ ତାହା ସଫଳ ହେବ । ପିଲାଙ୍କ ପାଖରୁ କିଛି ଭଲ ଖବର ଶୁଣିବାକୁ ପାଇବେ । ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀ ପରିଶ୍ରମ କରିବା ଉଚିତ୍ ।

ସିଂହ: ସିଂହ ରାଶିର ଲୋକଙ୍କ ପାଇଁ ଦିନଟି ସ୍ୱାଭାବିକ ରହିବ । ବନ୍ଧୁଙ୍କ ପରାମର୍ଶରେ କୌଣସି ସ୍କିମ୍‌ରେ ଟଙ୍କା ବିନିଯୋଗ କରିବା ପୂର୍ବରୁ ଭାବନ୍ତୁ । ଧ୍ୟାନର ସହ କାର୍ଯ୍ୟ କଲେ ସଫଳତା ପାଇବେ । ଛାତ୍ରଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ଆସୁଥିବା ସମସ୍ୟା ପାଇଁ ସିନିୟରଙ୍କ ଠାରୁ ପରାମର୍ଶ ନେଇପାରିବେ ।

କନ୍ୟା: କନ୍ୟା ରାଶିଙ୍କ ବ୍ୟକ୍ତିଙ୍କ ପାଇଁ ଦିନଟି ବେଶ୍ ଭଲ ରହିଛି । ଆଜି ଆପଣଙ୍କ ଭିତରେ ଏନର୍ଜି ଭରପୂର ରହିବ । ଯଦି ଆପଣ ଏହାକୁ ସଠିକ୍ ଉପାୟରେ ବ୍ୟବହାର କରନ୍ତି ଏବଂ ଚିନ୍ତାଧାରା ସକାରାତ୍ମକ ରଖନ୍ତି ତେବେ ଭଲ ଫଳ ମିଳିବା ସହିତ କୌଣସି କାର୍ଯ୍ୟରେ ସଫଳତା ପାଇପାରନ୍ତି ।

ଅଧିକ ପଢ଼ନ୍ତୁ : ଝିଅ ପାଇଁ ପୁଅ ଖୋଜିବାକୁ ଯାଇଥିଲା ମାଆ; ସମୁଦିକୁ ଦିଲ୍ ଦେଇ ମାରିଲେ ଫେରାର, ତା'ପରେ ଯ।ହା ହେଲା...

ତୁଳା: ତୁଳା ରାଶିର ଲୋକଙ୍କ ପାଇଁ ଆଜି ସାଂସାରିକ ଭୋଗର ମାଧ୍ୟମ ବୃଦ୍ଧି କରିବାକୁ ଯାଉଛି । ପ୍ରିୟ ଲୋକଙ୍କ ସହିତ କିଛି ସମୟ ବିତାଇବେ । କୌଣସି ସମସ୍ୟାର ସମାଧାନ ପାଇଁ ବାଟ ଫିଟିବ । କିଛି ଦ୍ୱନ୍ଦ୍ୱ କାରଣରୁ ଭୁଲ ନିଷ୍ପତ୍ତି ନେଇପାରନ୍ତି ।

ବିଛା: ବିଛା ରାଶିର ଲୋକଙ୍କ ପାଇଁ ଆଜି ଏକ ଖୁସିର ଦିନ ହେବାକୁ ଯାଉଛି । ସମସ୍ତ କାର୍ଯ୍ୟ ବିନା କୌଣସି ଦ୍ବିଧାରେ ସଫଳତାର ସହ କରିବେ । ପିଲାମାନଙ୍କ ଭବିଷ୍ୟତ ପାଇଁ ଟଙ୍କା ବିନିଯୋଗ କରିବାକୁ ଚିନ୍ତା କରିଥିଲେ ଆଜି ତାହା ପୂରଣ ହୋଇପାରେ । ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ଭଲ ସୁଯୋଗ ରହିଛି ।

ଧନୁ: ଆଜି ଧନୁ ରାଶିର ଲୋକେ ଖର୍ଚ୍ଚାନ୍ତ ହୋଇପାରନ୍ତି । ଆୟ ଏବଂ ବ୍ୟୟ ପ୍ରତି ଧ୍ୟାନ ଦେବା ଉଚିତ୍ । ଛାତ୍ରଛାତ୍ରୀଙ୍କ ପାଇଁ ଭଲ ଦିନ ରହିଛି । ବାପା-ମାଆ ପିଲାଙ୍କ ଶିକ୍ଷା କ୍ଷେତ୍ରରେ ଧ୍ୟାନ ଦେବେ ।

ମକର: ଆଜି ମକର ରାଶିର ଲୋକ ଅନେକ ସମସ୍ୟାରେ ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କ ବ୍ୟବସାୟରେ କିଛି ଶୁଭ ସୂଚନା ଶୁଣିବାକୁ ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଉପରେ କାର୍ଯ୍ୟଭାର ବଢିବ । କିନ୍ତୁ ଆପଣଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ ।

ଅଧିକ ପଢ଼ନ୍ତୁ : LICରେ ଜମା କରନ୍ତୁ ମାତ୍ର ୮୭ ଟଙ୍କା, ମିଳିବ ୧୧ ଲକ୍ଷର ରିଟର୍ଣ୍ଣ, ଜାଣନ୍ତୁ କେମିତି...

କୁମ୍ଭ: କୁମ୍ଭ ରାଶିଙ୍କ ଲୋକଙ୍କ ପାଇଁ ଆଜି କିଛି କରିଦେଖାଇବାର ସୁଯୋଗ ରହିଛି । ଏକାଦଧିକ ଉତ୍ସରୁ ଆୟ ମିଳିବ । ଦିନର ଅଧିକାଂଶ ସମୟ ବ୍ୟବସାୟରେ ବିତିବ । ଯଦି ଆପଣ ସେୟାର ବଜାରରେ ଟଙ୍କା ବିନିଯୋଗ କରିଥିବେ, ତେବେ ଅଧିକ ଲାଭ ମିଳିପାରେ ।

ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଲାଭଦାୟକ ହେବାକୁ ଯାଉଛି । କିଛି କାମ ପାଇଁ ଦୂରକୁ ଯାତ୍ରା କରିବାର ସମ୍ଭାବନା ଅଛି । ପରିବାର ସଦସ୍ୟଙ୍କ ସହିତ କିଛି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି । ଯେଉଁଥି ପାଇଁ କି ଖର୍ଚ୍ଚାନ୍ତ ହେବେ । ଆପଣଙ୍କର କିଛି ବନ୍ଧୁ ଶତ୍ରୁ ହୋଇପାରନ୍ତି । ସତର୍କ ନରହିଲେ କ୍ଷତିରେ ପଡିପାରନ୍ତି ।

Share this story