ଆଜି ଶ୍ରାବଣ ଶୁକ୍ରବାର: କରନ୍ତୁ ଏହି ୫ଟି କାମ, କେବେ ବି ହେବନି ଧନର ଅଭାବ

Astrology Remedies to Improve Financial Status

ଓଡ଼ିଆ ଗସିପ୍ ବ୍ୟୁରୋ: ଚାଲିଛି ପବିତ୍ର ଶ୍ରାବଣ ମାସ । ଜୁଲାଇ ୪ ତାରିଖରୁ ଶ୍ରାବଣ ମାସ ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୩୧ରେ ଏହା ଶେଷ ହେବ। ଶ୍ରାବଣ ମାସ ହିନ୍ଦୁ ଧର୍ମ ଅନୁସାରେ ଶ୍ରାବଣ ମାସର ରହିଛି ବିଶେଷ ମହତ୍ବ ।  କୁହାଯାଉଛି ଯେ, ଦୀର୍ଘ ୧୯ ବର୍ଷ ପରେ ଏବର୍ଷ ଶ୍ରାବଣ ମାସରେ ଏପରି ଶୁଭ ସଂଯୋଗ ପଡିଛି । ଏହିଥର ଶ୍ରାବଣ ଦୁଇ ମାସ ଅର୍ଥାତ ୫୯ ଦିନ ଯାଏଁ ରହିବ । ତେବେ, ଶ୍ରାବଣ ଶୁକ୍ରବାରର ମଧ୍ୟ ବେଶ ମହତ୍ବ ରହିଛି।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ଯଦି ଆପଣଙ୍କ ଘରେ ଆର୍ଥିକ ସ୍ଥିତି ଦୁର୍ବଳ ରହିଛି । କିମ୍ବା ଟଙ୍କାର ଅଭାବ ଲାଗି ରହିଛି । ତେବେ, ଆପଣ ଶ୍ରାବଣ ଶୁକ୍ରବାର ଦିନ  ମହାଦେବଙ୍କ ସହିତ ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ବାରା ଆର୍ଥିକ ସ୍ଥିତି ମଜବୁତ ହେବା ସହ ଧନଧାନ୍ୟରେ ଘର ପୂରି ଉଠିବ। କାରଣ ଶ୍ରାବଣ ଶୁକ୍ରବାର ଦିନ ମାଆ ଲକ୍ଷ୍ମୀଙ୍କୁ ପୂଜା କଲେ କୋଟି ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି ।

ଶୁକ୍ରବାର ଦିନ ଆପଣାନ୍ତୁ ଏହି ସବୁ ସରଳ ଉପାୟ:

୧- ଯଦି ଆପଣଙ୍କ କଷ୍ଟ ଉପାର୍ଜିତ ଧନ ଆପଣଙ୍କ ପାଖରେ ରହୁ ନାହିଁ। ତେବେ, ଆପଣ ଶୁକ୍ରବାର ଦିନ ସଂନ୍ଧ୍ୟାରେ ମାତା ଲକ୍ଷ୍ମୀଙ୍କୁ ୪ରୁ ୫ଟି ଗୁଜୁରାତି ଭୋଗ ଚଢାନ୍ତୁ । ଗୁଜୁରାତି ମାଆ ଲକ୍ଷ୍ମୀଙ୍କ ପ୍ରିୟ ଭୋଗ ବୋଲି ବିବେଚନା କରାଯାଏ।  ଏହି ଭୋଗ ମାତା ଲକ୍ଷ୍ମୀଙ୍କୁ ଚଢାଇବା ପରେ ସେହି ଗୁଜୁରାତିକୁ  ଆପଣ ନିଜ ପର୍ସରେ ରଖନ୍ତୁ। ଦେଖିବେ, ଆପଣଙ୍କ ପକେଟରେ ସବୁବେଳେ ଟଙ୍କା ରହିବା ସହ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ୍ ହେବ। ଏପରିକି, ଏ-ହି ସରଳ ଉପାୟ କରିବା ଦ୍ବାରା ଆପଣଙ୍କ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ। 

୨- ଶ୍ରାବଣ ଶୁକ୍ରବାର ଦିନ ଶିବ ମନ୍ଦିର ଯାଇ ଲିଙ୍ଗ ଉପରେ ଜଳ ଅର୍ପଣ କରନ୍ତୁ। ଏବଂ ଓମ୍ ନମଃ ଶିବାୟ ମନ୍ତ୍ରକୁ ୧୦୮ ଥର ଜପନ୍ତୁ।  ଏହି ମନ୍ତ୍ର ଜପ କରିବା ପରେ ମା ଲକ୍ଷ୍ମୀ 'ଓମ୍ ଶ୍ରୀ ହ୍ରୀ କମଲେ କମଲାଲାଇ ପ୍ରସାଦ ପ୍ରସାଦ ଶ୍ରୀ ଶ୍ରୀ ଶ୍ରୀ ଓମ୍ ମହାଲକ୍ଷ୍ମାୟ ନାମ' (Lakshmi Puja Mantra) ମନ୍ତ୍ର ଜପ କରନ୍ତୁ । ଏହା କରିବା ଦ୍ବାରା ଆପଣଙ୍କର  ସମସ୍ତ ମନୋସ୍କାମନା ପୂର୍ଣ୍ଣ ହେବା ସହ ଘରେ ଧନ ସମୃଦ୍ଧି ବୃଦ୍ଧି ପାଇବ। 

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

୩-  ଯଦି ବିବାହରେ ବିଳମ୍ବ ହେଉଛି, ତେବେ ଶୁକ୍ରବାର ସକାଳେ ଗାଧୋଇବା ପରେ ଶିବଲିଙ୍ଗ (Shivling Pujan) ଉପରେ ପାଣି ଚଢାନ୍ତୁ। ଏବଂ ୫ ପ୍ରକାରର ମିଠା ସହି ଗୁଜୁରାତି ମଧ୍ୟ ଭୋଗ ଲଗାନ୍ତୁ । ଏବଂ ଗୁଆ ଘିଅର ଏକ ଦୀପ ଜାଳିବା ସହ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଆରତୀ କରନ୍ତୁ । ଏହି ପ୍ରତିକାର କରିବା ଦ୍ବାରା ଆପଣଙ୍କର ବିବାହରେ ବିଳମ୍ବ ପରି ସମସ୍ୟା ଦୂର ହେବ। 

୪- କ୍ଷୀରି ମାତା ଲକ୍ଷ୍ମୀଙ୍କ ପ୍ରିୟ ଭୋଗ ବୋଲି ବିବେଚନା କରାଯାଏ। ଶୁକ୍ରବାର ଦିନ କ୍ଷୀରି ପ୍ରସ୍ତୁତ କରି ମାତା ଲକ୍ଷ୍ମୀଙ୍କୁ ଭୋଗ ଚଢାନ୍ତୁ । ଏବଂ ଆଉ କିଛି ଖିରିକୁ ୫ଟି ଛୋଟ କୁନି ଝିଅଙ୍କୁ ଘରେ ଡାକି ସେମାନଙ୍କୁ ପୂଜା କରି କ୍ଷୀରି ଖାଇବାକୁ ଦିଅନ୍ତୁ । ଏବଂ ପ୍ରସାଦ କ୍ଷୀରିକୁ ପରିବାର ଲୋକେ ସେବନ କରନ୍ତୁ । ଏହା କରିବା ଦ୍ବାରା ଘରେ କେବେବି ଧନର ଅଭାବ ହୋଇ ନ ଥାଏ । ବରଂ ଧନ ସମୃଦ୍ଧି ମାଡିଥାଏ। ଶ୍ରାବଣ ଶୁକ୍ରବାର ଦିନ ଏହି ଉପାୟ କରିବା ଦ୍ବାରା ମାଆ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। 

ଅଧିକ ପଢ଼ନ୍ତୁ: ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛରେ କାହାର ହାତ ? ପୋଲିସକୁ ମିଳିଛି CDR ରିପୋର୍ଟ, ଖୋଲିପାରେ ରହସ୍ୟ

୫-ସେହିପରି ଶ୍ରାବଣ ଶୁକ୍ରବାର ଦିନ ଭଗବାନ ବିଷ୍ଣୁଙ୍କୁ ଶଙ୍ଖରେ ପାଣି ଚଢାଇ ପୂଜା କରିବା ଉଚିତ୍ । ଏଭଳି କରିବା ଦ୍ବାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାଆନ୍ତି । ଅର୍ଥିକ ସମସ୍ୟା ଦୂର ହୋଇଥାଏ। 

 

Share this story