ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛରେ କାହାର ହାତ ? ପୋଲିସକୁ ମିଳିଛି CDR ରିପୋର୍ଟ, ଖୋଲିପାରେ ରହସ୍ୟ

Subhalaxmi death case update
ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛରେ କାହାର ହାତ ? ପୋଲିସକୁ ମିଳିଛି CDR ରିପୋର୍ଟ, ଖୋଲିପାରେ ରହସ୍ୟ

ଓଡ଼ିଆ ଗସିପ୍ ବ୍ୟୁରୋ: କଟକ ରୋଡ଼ ସ୍ଥିତ ଦିପାଳୀ ଲଜରୁ ଶୁଭଲକ୍ଷ୍ମୀ ସାହୁଙ୍କର ମୃତଦେହ ଉଦ୍ଧାର ହେବା ପରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ବେଳେ ସେ ନିଶା ସେବନ କରିଥିଲେ ବୋଲି ଜଣାପଡ଼ିଛି । ମୃତ୍ୟୁର ୪-୬ ଘଣ୍ଟା ପୂର୍ବରୁ ସେ ନିଶା ସେବନ କରିଥିବା ଜଣାପଡ଼ିଛି । ଏହି ମାମଲାରେ ପୋଲିସ ଶୁଭଲକ୍ଷ୍ମୀଙ୍କ ବୟଫ୍ରେଣ୍ଡଙ୍କୁ ମିଶାଇ ୧୨ ଜଣଙ୍କୁ ଜେରା କରି ସାରିଛି ।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ଶୁଭଲକ୍ଷ୍ମୀ ଡେଥ୍ ସସପେନ୍ସ ଉପରୁ ପରଦା ହଟୁନି । ଦିନକୁ ଦିନ ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ। ଏବେ ପ୍ରଶ୍ନ ଉଠୁଛି ମୃତ୍ୟୁ ପରେ ବି ଶୁଭଲକ୍ଷ୍ମୀଙ୍କ ଇନଷ୍ଟାଗ୍ରାମକୁ ଅପରେଟ୍ କରୁଛି କିଏ? ଇନଷ୍ଟାରେ ଥିବା ସମସ୍ତ ଫଟୋ ଭିଡିଓକୁ ଡିଲିଟ୍ କରାଯିବା ସହ ଆକାଉଣ୍ଟକୁ ପ୍ରାଇଭେଟ କରାଯାଛି। ସେପଟେ ପୋଲିସ ହାତରେ ଲାଗିଛି ଶୁଭଲକ୍ଷ୍ମୀଙ୍କ CDR ରିପୋର୍ଟ। 

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ମୃତ୍ୟୁ ରହସ୍ୟ ଖୋଲିବ କଲ୍ ଡିଟେଲସ ରିପୋର୍ଟ। ଯେଉଁଥିରୁ ଜଣାପଡିବ ଶୁଭଲକ୍ଷ୍ମୀ କାହା ସହ କଥା ହଉଥିଲେ। କେତେ ସମୟ କଥା ହେଉଥିଲେ। ମୃତ୍ୟୁ ପୂର୍ବରୁ କାହାକୁ ଫୋନ୍ କରିଥିଲେ। ଗୋଟିଏ ନମ୍ବରରୁ ଶୁଭଲକ୍ଷ୍ମୀଙ୍କ ମୋବାଇଲକୁ ଏକାଧିକ ଥର କଲ ଆସିଛି। ସେହି ନମ୍ବର କାହାର ତାକୁ ନେଇ ଯାଞ୍ଚ ଚାଲିଛି।

Share this story