ଝିଅ ପାଇଁ ପୁଅ ଖୋଜିବାକୁ ଯାଇଥିଲା ମାଆ; ସମୁଦିକୁ ଦିଲ୍ ଦେଇ ମାରିଲେ ଫେରାର, ତା'ପରେ ଯ।ହା ହେଲା...

brides mother fled away with grooms father in love

ଓଡ଼ିଆ ଗସିପ୍ ବ୍ୟୁରୋ: ସତରେ ପ୍ରେମରେ ଏମିତି କି ଶକ୍ତି ଅଛି ଯେ, ଭଲକୁ ମନ୍ଦ ଓ ମନ୍ଦକୁ ଭଲରେ ପରିଣତ କରିଦିଏ । କାହାକୁ ପ୍ରେମରେ ପାଗେଳ କରିଦିଏ ତ କାହାକୁ ନଷ୍ଟ କରିଦିଏ । କେବେ ସମ୍ପର୍କକୁ ଖରାପ କରିଦିଏ ତ କେବେ ନୂଆ ଏକ ସମ୍ଭାବନାକୁ ସୃଷ୍ଟି କରେ ।

ଠିକ୍ ସେମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶରେ ଯେଉଁଠି ପ୍ରେମ -ଦୁଇ ବୟସ୍କଙ୍କୁ ପୁଣି ଥରେ ପ୍ରେମରେ ପକାଇବାକୁ ସକ୍ଷମ ତ ହୋଇଛି କିନ୍ତୁ ଏଥିପାଇଁ ସେମାନଙ୍କୁ ବଦନାମ କରିବାକୁ ବି ପଡ଼ିଛି । କେବଳ ସେତିକି ନୁହେଁ ମାମଲା ଏବେ ଥାନାକୁ ବି ଯାଇଛି । ଜାଣନ୍ତୁ କଣ ସେହି ମାମଲା...

ଅଧିକ ପଢ଼ନ୍ତୁ : LICରେ ଜମା କରନ୍ତୁ ମାତ୍ର ୮୭ ଟଙ୍କା, ମିଳିବ ୧୧ ଲକ୍ଷର ରିଟର୍ଣ୍ଣ, ଜାଣନ୍ତୁ କେମିତି...

ଝିଅ ପାଇଁ ପୁଅ ଖୋଜିବାକୁ ଯାଇଥିଲେ ମାଆ । ଅତିଥିଙ୍କ ସତ୍କାର ମଧ୍ୟରେ ପୁଅ ଦେଖା ହୋଇଗଲା । ଏହାରି ମଧ୍ୟରେ ଝିଅର ମା'ଙ୍କ ନଜର କିନ୍ତୁ ହଟୁନଥାଏ ସମୁଦିଙ୍କ ଉପରୁ । ବନ୍ଧୁ ବାନ୍ଧିବାକୁ ଯାଉଥିବା ସମୁଦି ମଧ୍ୟ ସମୁଦୁଣିଙ୍କୁ ଏକ ଲୟରେ ଅନାଇ ରହିଥାନ୍ତି । ଆଖିରେ ଆଖିରେ ବୋଧେ ହୋଇଗଲା ପ୍ରେମ ।

ବୋଧେ ନୁହେଁ ଆଜ୍ଞା ସତରେ ଏ ସମୁଦୁଣି-ସମୁଦି ପଡିଗଲେ ପ୍ରେମରେ । ଆଉ ତାପରେ ଯାହା ହେଲା ଆପଣ ମୁଣ୍ଡରେ ହାତ ଦେଇ ବସିବେ । ପୁଅ ଝିଅଙ୍କ ବିବାହ ପାଇଁ ଯେଉଁ ଦିନ ଧାର୍ଯ୍ୟ ହୋଇଥିଲା ତାହାର ଢେର୍ ପୂର୍ବରୁ ସେମାନେ ଫେରାର ମାରିଲେ ।

ଅଧିକ ପଢ଼ନ୍ତୁ : ରେଳ ଫାଟକ ଅତିକ୍ରମ ବେଳେ ଦୁର୍ଘଟଣା, ଅମ୍ବୁଲାନ୍ସକୁ ଧକ୍କା ଦେଲା ତପସ୍ୱିନୀ ଏକ୍ସପ୍ରେସ

ପୁଅର ବାପା ଓ ଝିଅର ମାଆ କେଉଁଆଡ଼େ ଘର ଛାଡ଼ି ପଳାଇଲେ । ଇଏ କି କଥା ବଢିଲା ପିଲାଙ୍କ ବୟସ୍କ ବାପା ମାଆଙ୍କ ଏଭଳି କାର୍ଯ୍ୟକୁ ଚାରିଆଡ଼େ ନିନ୍ଦା କରାଯାଇଛି । ଏପରିକି ଏହି ମାମଲା ଏବେ ଥାନାକୁ ଯାଇଛି । ଉଭୟଙ୍କୁ ଖୋଜିବାକୁ ଏବେ ପୋଲିସ ଚାରିଆଡ଼େ ପଇଁତରା ମାରୁଛି । ସେପଟେ ଯିଏ ଏ କଥା ଶୁଣୁଛି ନାକରେ ଆଙ୍ଗୁଠି ଦେଇ ହସୁଛି ।

Share this story