ରେଳ ଫାଟକ ଅତିକ୍ରମ ବେଳେ ଦୁର୍ଘଟଣା, ଅମ୍ବୁଲାନ୍ସକୁ ଧକ୍କା ଦେଲା ତପସ୍ୱିନୀ ଏକ୍ସପ୍ରେସ

Tapaswini Express passenger train hits ambulance in Rayagada
ରେଳ ଫାଟକ ଅତିକ୍ରମ ବେଳେ ଦୁର୍ଘଟଣା, ଅମ୍ବୁଲାନ୍ସକୁ ଧକ୍କା ଦେଲା ତପସ୍ୱିନୀ ଏକ୍ସପ୍ରେସ

ଓଡ଼ିଆ ଗସିପ୍ ବ୍ୟୁରୋ: ରାୟଗଡ଼ରୁ ସମ୍ବଲପୁର ଅଭିମୁଖେ ବାହାରିଥିବା ତପସ୍ୱିନୀ ଏକ୍ସପ୍ରେସ ଥେରୁବାଲି ଷ୍ଟେସନ ଛାଡିବା ପରେ ବୃନ୍ଦାବାଡି ନିକଟରେ ଏକ ଆମ୍ବୁଲାନ୍ସକୁ ଧକ୍କା ଦେଇଛି। ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକ ପହଂଚି ଆମ୍ବୁଲାନ୍ସକୁ ବାହାର କରିବା ପରେ ଟ୍ରେନ ୨୦ ମିନିଟ ବିଳମ୍ବରେ ଛାଡିଥିବା ସୂଚନା ।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ସୂଚନା ଅନୁଯାୟୀ ଥେରୁବାଲି ନିକଟ ବୃନ୍ଦାବାଡି ନିକଟରେ ଏକ ଫାଟକ ରହିଛି। ସବୁବେଳେ ଟ୍ରାଫିକ ସମସ୍ୟାକୁ ଆଖି ଆଗରେ ରଖି ବିକଳ୍ପ ରାସ୍ତା ତିଆରି ହେବା ପରଠାରୁ ଗାଡି ସେହି ରାସ୍ତ ଦେଇ ଚଳାଚଳ କରନ୍ତି। ରାସ୍ତା ଖରାପ ରହିଥିବାରୁ ବେଳେ ବେଳେ ଉକ୍ତ ଫାଟକ ରାସ୍ତାକୁ ଛୋଟିଆ ଯାନ ବ୍ୟବହାର କରନ୍ତି।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ଆଜି ଆମ୍ବୁଲାନ୍ସ ସେହି ରାସ୍ତାରେ ଯାଉଥିବାବେଳେ ଟ୍ରେନ ଆସୁଥିବା ଜାଣିପାରି ଡ୍ରାଇଭର ତରବର ହୋଇ ଆମ୍ବୁଲାନ୍ସରୁ ଓଲ୍ହାଇ ଆସିଥିଲେ । ଟ୍ରେନ ଆସି ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା। ତେବେ ଟ୍ରେନ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଦୁର୍ଘଟଣା ଏଡାଇ ଦିଆଯାଇଛି। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଟ୍ରେନ ସାମନାରୁ ବାହାର କରିବା ପରେ ଟ୍ରେନ ଯାଇଥିବା ସୂଚନା। କିନ୍ତୁ ବିଭାଗ ତରଫରୁ କୌଣସି ସୂଚନା ମିଳିପାରି ନାହିଁ।
 

Share this story