LICରେ ଜମା କରନ୍ତୁ ମାତ୍ର ୮୭ ଟଙ୍କା, ମିଳିବ ୧୧ ଲକ୍ଷର ରିଟର୍ଣ୍ଣ, ଜାଣନ୍ତୁ କେମିତି...

invest in LIC and get 11lkahs returns

ଓଡ଼ିଆ ଗସିପ ବ୍ୟୁରୋ: ଭାରତୀୟ ଜୀବନ ବୀମା ନିଗମ (LIC) ପ୍ରାୟ ସମସ୍ତ ବର୍ଗର ବ୍ୟକ୍ତିଙ୍କ ପାଇଁ ଯୋଜନା ରଖିଛି । ଏହା ସହିତ ସମୟକ୍ରମେ ନୂଆ ନୂଆ ଯୋଜନା ମଧ୍ୟ ଘୋଷଣା କରିଥାଏ । କେବଳ ମହିଳାମାନଙ୍କ ସୁବିଧା ପାଇଁ ମଧ୍ୟ ଅନେକ ଗୁଡିଏ ଯୋଜନା କରିଛି LIC । ଏଭଳି ଏକ ଯୋଜନା ହେଉଛି ଆଧାର ଶିଲା ପ୍ଲାନ୍ (LIC Aadhaar Shila Plan) ।

LICର ଏହି ସ୍କିମ୍‌ରେ ଅନେକ ଗୁଡିଏ ଫାଇଦା ମିଳୁଛି । ଲମ୍ବା ସମୟ ଧରି ଦମଦାର ରିଟର୍ଣ୍ଣ ପାଇପାରିବେ ନିବେଶକ । ଆଧାର ଶିଲା ପ୍ଲାନ୍‌ର ଖାସ୍ କଥା ହେଉଛି, ଆପଣ ଏଥିରେ ଦିନକୁ ମାତ୍ର ୮୭ ଟଙ୍କାର ଛୋଟ ନିବେଶ କରିବାକୁ ହେବ । ବୈଧତା ଶେଷ ହେବା ପରେ ଆପଣ ମୋଟା ଅଙ୍କର ରିଟର୍ଣ୍ଣ ପାଇବେ । ତେବେ ଏଥିରେ ନିବେଶ କରିବାକୁ ଚାହୁଁଥିଲେ ଜାଣନ୍ତୁ ଡିଟେଲ୍ସ ।

ଅଧିକ ପଢ଼ନ୍ତୁ : କ୍ୟାନସର ରୋଗୀଙ୍କ ଚିକିତ୍ସା ବେଳ କେଶ ଝଡେ କାହିଁକି, ଜାଣନ୍ତୁ ଏହା ପଛର ଅସଲ କାରଣ

LIC ଆଧାର ଶିଲା ପ୍ଲାନ୍ କଣ?

ଏହି ସ୍କିମ୍ ହେଉଛି ଏକ ବ୍ୟକ୍ତିଗତ ଜୀବନ ବୀମା ଯୋଜନା । ଏହାର ଖାସ୍ କଥା ହେଉଛି ଏଥିରେ କେବଳ ମହିଳାମାନେ ହିଁ ନିବେଶ କରିପାରିବେ । ଏହାର ବୈଧତା ଶେଷ ହେବା ପରେ ନିବେଶକ ମାନେ ଏକ ମୋଟା ଅଙ୍କର ଟଙ୍କା ପାଇପାରିବେ । ଯଦି ପଲିସିଧାରୀଙ୍କ କୌଣସି କାରଣରୁ ମୃତ୍ୟୁ ହୋଇଯାଏ ସେଭଳି ସ୍ଥିତିରେ ପରିବାର ଲୋକଙ୍କୁ ଅର୍ଥରାଶି ମିଳିବ ।

କେଉଁ ମାନେ କରିପାରିବେ?

ଏହି ସ୍କିମ୍ କେବଳ ସେହି ମହିଳା ନିବେଶ କରିପାରିବେ ଯେଉଁମାନଙ୍କୁ ଆଧାର କାର୍ଡ ରହିଛି । ଏଥିପାଇଁ ବୟସ ସୀମା ରହିଛି ୮ ରୁ ୫୫ ବର୍ଷ ରଖାଯାଇଛି । ଏହି ପଲିସିକୁ ୧୦ ବର୍ଷରୁ ୨୦ ବର୍ଷ ଅବଧି ପାଇଁ କରିପାରିବେ । ବୈଧତା ବେଳେ ମହିଳାଙ୍କ ସମୟ ସର୍ବାଧିକ ୭୦ ବର୍ଷ ହୋଇଥିବା ଉଚିତ । ତେଣୁ ଯଦି ଆପଣଙ୍କ ବୟସ ୫୫ ବର୍ଷ ତେବେ ଆପଣ ସର୍ବାଧିକ ୧୫ ବର୍ଷ ପାଇଁ ନିବେଶ କରିପାରିବେ ।

ଅଧିକ ପଢ଼ନ୍ତୁ : ରେଳ ଫାଟକ ଅତିକ୍ରମ ବେଳେ ଦୁର୍ଘଟଣା, ଅମ୍ବୁଲାନ୍ସକୁ ଧକ୍କା ଦେଲା ତପସ୍ୱିନୀ ଏକ୍ସପ୍ରେସ

କିଭଳି ମିଳିବ ୧୧ ଲକ୍ଷ ଟଙ୍କା?

ଯଦି ବୈଧତା ଶେଷ ହେବା ପରେ ଆପଣ ଏକାସଙ୍ଗେ ୧୧ ଲକ୍ଷ ଟଙ୍କା ପାଇବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ୮୭ ଟଙ୍କା ଜମା କରିବାକୁ ହେବ । ଏପରି ଭାବେ ବାର୍ଷିକ ଆପଣ ୩୧,୭୫୫ ଟଙ୍କା ଜମା କରିବେ । ଏପରି ଭାବେ ୧୦ ବର୍ଷ ମଧ୍ୟରେ ମୋଟ ୩ ଲକ୍ଷ ୧୭ ହଜାର ୫୫୦ ଟଙ୍କା ଜମା କରିବେ । ଏପରି ଭାବେ ଯଦି ଆପଣ ୭୦ ବର୍ଷ ବୟସ ହେବା ପରେ ଟଙ୍କା ଉଠାଉଛନ୍ତି ତେବେ ୧୧ ଲକ୍ଷ ଟଙ୍କା ମିଳିବ ।

Share this story