ଧନୁ ରାଶିରେ ଶୁକ୍ର ଚଳନ, ଏହି ୩ ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ, ନଚେତ୍...
 

Shukra Gochar 2024 in Sagittarius Rashi these 3 zodiac sign should becarefull
ଶୁକ୍ରଙ୍କ ଗୋଚର ଏହି ୩ ରାଶିଙ୍କ ପାଇଁ ସତର୍କଘଣ୍ଟି 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଶୁକ୍ର ଗ୍ରହଙ୍କୁ ଜ୍ୟୋତିଷ ଶାସ୍ତ୍ରରେ ସୁଖ ଏବଂ ସମୃଦ୍ଧି କାରକ ଗ୍ରହ ଭାବରେ ବିବେଚନା କରାଯାଇଥାଏ । ଜାନୁଆରୀ ୧୮ ତାରିଖ ରାତି ୮.୪୬ ସମୟରୁ ଶୁକ୍ର ଧନୁ ରାଶିରେ ପ୍ରବେଶ କରିଛନ୍ତି । ତେବେ ଶୁକ୍ରଙ୍କର ଉଦ୍‌ବେଗଜନକ ପ୍ରଭାବ କାରଣରୁ କିଛି ରାଶିର ବ୍ୟକ୍ତିଙ୍କୁ ନୈରାଶ୍ୟଜନକ ଫଳ ମିଳିପାରେ । ଆସନ୍ତୁ ଜାଣିବା ଧନୁ ରାଶିରେ ଶୁକ୍ରଙ୍କ ଚଳନ କେଉଁ ରାଶିର ବ୍ୟକ୍ତିଙ୍କୁ କ୍ଷତି ସହିବାକୁ ପଡପାରେ ...

ଅଧିକ ପଢନ୍ତୁ : ଅଧିକ ଚିନି ଖାଉଥିଲେ ସାବଧାନ; ହୋଇପାରେ ଏହି ଭୟଙ୍କର ରୋଗ, ଜାଣନ୍ତୁ ପ୍ରାରମ୍ଭିକ ଲକ୍ଷଣ

ବୃଷ:- ଶୁକ୍ରଙ୍କ ଚଳନ ଧନୁ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଭଲ ହୋଇନପାରେ । ଏହି ଚଳନ ବୃଷ ରାଶିର ଲୋକଙ୍କ ଜୀବନରେ ଅନେକ ଉତ୍ଥାନ-ପତନ ଆଣିବ ବୋଲି ଜୌତିର୍ବିଦମାନେ ଆକଳନ କରିଛନ୍ତି । ଆପଣଙ୍କ ଜୀବନରେ ଏପରି କିଛି ଘଟଣା ହଠାତ୍ ଘଟିପାରେ ଯାହା ଆପଣ ଆଗରୁ କେବେ ଭାବିନଥିବେ । ଏହି କାରଣରୁ ଆପଣ ମାନସିକ ଭାବେ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଆପଣ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଆପଣଙ୍କ ସାଥୀଙ୍କ ସହିତ ଆପଣଙ୍କ ସମ୍ପର୍କରେ ସାମାନ୍ୟ କଳହ ଉପୁଜିପାରେ । ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିଛି । ତେଣୁ ଜଗିରଖି ଚଳିବାକୁ ପରାମର୍ଶ ।

ଅଧିକ ପଢନ୍ତୁ :ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!

କର୍କଟ:- ଶୁକ୍ରଙ୍କ ଏହି ଚଳନ ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଭଲ ଫଳ ଦେବ ନାହିଁ । ଆପଣ ଅନେକ ଚ୍ୟାଲେଞ୍ଜର ସାମ୍ନା କରିପାରନ୍ତି । ଶୁକ୍ରଙ୍କ ରାଶିଚକ୍ର ପରିବର୍ତ୍ତନ କାରଣରୁ ଆପଣ କଠିନ ପରିଶ୍ରମର ସାମ୍ନା କରିପାରନ୍ତି । ଯେକୌଣସି କ୍ଷେତ୍ରରେ ହେଉନା କାହିଁକି ଫଳାଫଳ ପାଇବା ପାଇଁ ଆପଣଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିପାରେ । ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଅନେକ ସମସ୍ୟା ମୁଣ୍ଡ ଟେକିପାରେ । ବର୍ତ୍ତମାନ ସ୍ଥିତିରେ ଆପଣ ଚାକିରି ବଦଳାଇବା କଥା ଚିନ୍ତା କରିବା ଆଦୌ ଉଚିତ୍ ନୁହେଁ । ଆପଣଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଜଗିରଖି ଚଳିବାର ଆବଶ୍ୟକତା ରହିଛି ।

ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 

ମକର:- ଶୁକ୍ରଙ୍କ ଚଳନ କାରଣରୁ ଆପଣ ମାନସିକ ସ୍ତରରେ ବହୁତ ବିବ୍ରତ ହୋଇପାରନ୍ତି । ଆପଣଙ୍କର ଆୟ ବୃଦ୍ଧି ପାଇଲେ ମଧ୍ୟ ତାହାକୁ ବଞ୍ଚାଇ ରଖିବା କଷ୍ଟକର ହୋଇଯିବ । ବିଭିନ୍ନ କ୍ଷେତ୍ରରେ ଆପଣଙ୍କର ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ । ଆପଣ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରିବା ଆବଶ୍ୟକ । ଆର୍ଥିକ କାରବାରରେ ସାବଧାନ ନହେଲେ ଆପଣ ବଡ଼ କ୍ଷତିରେ ପଡିପାରନ୍ତି । ଏହି ରାଶିର ଲୋକମାନେ ଏହି ସମୟ ମଧ୍ୟରେ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହିବା ଉଚିତ୍ ।

ଅଧିକ ପଢନ୍ତୁ : ଗୁରୁଜନଙ୍କ ସ୍ବାସ୍ଥ୍ୟ ଓ ଖର୍ଚ୍ଚ ବୃଦ୍ଧି ପାଇଁ ଚିନ୍ତାରେ ରହିବା ସହ ବିବାହକୁ ନେଇ ଶୁଭ ସମାଚାର ମିଳିବ, ପଢନ୍ତୁ ରାଶିଫଳ 

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)
 

Share this story