ନୂଆ ବର୍ଷରେ ଶନିଙ୍କ ଓଲଟା ଚଳନ, ସତର୍କ ରୁହନ୍ତି ଏହି ୩ ରାଶି
 

Saturn 2024 effects on all these 3 zodiacs
ନୂଆ ବର୍ଷରେ ଶନିଙ୍କ ଓଲଟା ଚଳନ
 

ଓଡ଼ିଆ ଗସିପ୍ ବ୍ୟୁରୋ: ନୂତନ ବର୍ଷ ପାଇଁ ଲୋକଙ୍କ ମନରେ ଯେତିକି ଉତ୍ସାହ ସେତିକି ଭୟ । ବହୁ ଲୋକେ ନୂଆ ବର୍ଷକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ମଧ୍ଯ ଆରମ୍ଭ କରିଛନ୍ତି । ୨୦୨୪ ଶୁଭ ରହିବ ନା ନାହିଁ, କେଉଁ ରାଶି ପାଇଁ କ’ଣ ପରିବର୍ତ୍ତନ ଆସିବ ସେନେଇ ଚିନ୍ତା ବଢିଛି । 

ବୈଦିକ ଶାସ୍ତ୍ର ଅନୁଯାୟୀ, ନୂଆ ବର୍ଷରେ ବହୁ ଗ୍ରହ ଓ ନକ୍ଷେତ୍ର ନିଜ ଗତିରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଯାହାଦ୍ବାରା କେତେକ ରାଶି ଉପରେ ଭଲ ତ ଆଉ କେତେକ ରାଶି ଉପରେ ମନ୍ଦ ପ୍ରଭାବ ପଡ଼ିପାରେ । ତେବେ ଆଜି ଆସନ୍ତୁ ସେହି ୩ ରାଶିଙ୍କ ବିଷୟରେ ଆଲୋଚନା କରିବା ଯାହାଙ୍କୁ ନୂଆ ବର୍ଷରେ ବେଶ ସତର୍କ ରହିବାକୁ ପଡ଼ିବ ।

ଅଧିକ ପଢନ୍ତୁ :୨୦୨୪ରେ ଶନି ଓ ଶୁକ୍ରଙ୍କ ରାଜଯୋଗ, ଏହି ୩ ରାଶିଙ୍କ ବଦଳିଯିବ ଭାଗ୍ୟ!

ସତର୍କ ରୁହନ୍ତି ଏହି ୩ ରାଶି

କର୍କଟ ରାଶି: ବୈଦିକ ଶାସ୍ତ୍ର ଅନୁଯାୟୀ, ୨୦୨୪ରେ ଶନି ଓଲଟା ଚଳନ କରିବାକୁ ଯାଉଛନ୍ତି। ଫଳରେ କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କୁ ଏହି ସମୟରେ ସତର୍କ ରହିବାକୁ ପଡି଼ବ । ଏହି ସମୟ ବେଶ କଷ୍ଟଦାୟକ ରହିବ। ପରିବାର ସଦସ୍ୟ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଖର୍ଚ୍ଚ ବଢିବ । ବ୍ୟବସାୟରେ କ୍ଷତି । ଚାପଗ୍ରସ୍ତ ହେବା ନେଇ ସମ୍ଭାବନା ରହିଛି । ଦୁର୍ଘଟଣା ଆଶଙ୍କା ରହିଛି ।

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ, ଦିନକୁ ଖାଆନ୍ତୁ ବାସ ଦୁଇ ପାଖୁଡ଼ା, ଦୂର ହେବ ପୁରୁଷଙ୍କ ଯୌନ ସମସ୍ୟା !

ସିଂହ ରାଶି- ସିଂହ ରାଶିର ଲୋକଙ୍କ ପାଇଁ ୨୦୨୪ ସେମାନଙ୍କ ଆଚରଣ ଉପରେ ନିର୍ଭର କରିବ । ଶନି ଓ ରାହୁଙ୍କ ପ୍ରଭାବ ହେତୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ କ୍ଷତି ସହିବାକୁ ପଡ଼ିପାରେ । ଏହି ସମୟରେ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ । ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ନଚେତ୍ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । କର୍ମ କ୍ଷେତ୍ରରେ ବାଧ୍ୟା ସୃଷ୍ଟି ହେବ ।

କନ୍ୟା ରାଶି- ନୂଆ ବର୍ଷ କନ୍ୟା ରାଶି ପାଇଁ କଷ୍ଟଦାୟକ ହେବାକୁ ଯାଉଛି । ବର୍ଷ ଆରମ୍ଭରୁ କୌଣସି ବଡ଼ ଦାୟିତ୍ବ ମିଳିବା ନେଇ ଯୋଗ ରହିଛି । ଆଚାର ବ୍ୟବହାର ଭଲ ରଖନ୍ତୁ ନଚେତ୍ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏହି ସମୟରେ ସତର୍କତାର ସହ କାର୍ଯ୍ୟ କରନ୍ତୁ । ଧନହାନୀ ନେଇ ଯୋଗ ରହିଛି । ଦୂରଯାତ୍ରା କରନ୍ତୁ ନାହିଁ ।

ଅଧିକ ପଢନ୍ତୁ :୩୦ ବର୍ଷ ପରେ କୁମ୍ଭ ରାଶିରେ ଶନିଙ୍କ ଚଳନ, ୨୦୨୪ରେ ଏହି ୩ ରାଶି ପାଇବେ ପ୍ରବଳ ଟଙ୍କା !

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଓଡ଼ିଆ ଗସିପ୍ ଏହାକୁ ନିଶ୍ଚତ କରେ ନାହିଁ।)

Share this story