ମକର ରାଶିରୁ କୁମ୍ଭ ରାଶିକୁ ଚଳନ କରିବେ ମଙ୍ଗଳ, ମାଲାମାଲ ହେବେ ଏହି ୪ ରାଶିର ଲୋକ!
 

Mars Transit In Aquarius these 4 zodiac signs will be rich
ମଙ୍ଗଳ ଗୋଚର ଏହି ୪ ରାଶିର ଲୋକେଙ୍କ ଫିଟିବ ଭାଗ୍ୟ!
 

ଓଡ଼ିଆ ଗସିପ୍ ବ୍ୟୁରୋ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଙ୍ଗଳ ଗ୍ରହକୁ ଶକ୍ତି, ସଫଳତା, ସାହସ, ଭୂମି, ଭାଇ ଇତ୍ୟାଦିର କାରକ ଭାବରେ ବିବେଚନା କରାଯାଏ । ଚଳିତ ବର୍ଷ ମାର୍ଚ୍ଚ ମାସରେ ମଙ୍ଗଳ ମକର ରାଶିରୁ କୁମ୍ଭ ରାଶିକୁ ଚଳନ କରିବେ । ଏହି ରାଶି ପରିବର୍ତ୍ତନ ସମସ୍ତ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନକୁ ପ୍ରଭାବିତ କରିବ । କିଛି ରାଶିର ବ୍ୟକ୍ତିଙ୍କୁ ଏହି ଚଳନ ଲାଭ ଦେବା ସମୟରେ କିଛି ରାଶିର ଲୋକଙ୍କ ପାଇଁ ଚିନ୍ତାର କାରଣ ହେବ । ଆଜି ଆପଣଙ୍କୁ ଜଣାଇବୁ ମଙ୍ଗଳ ଚଳନ ଦ୍ୱାରା କେଉଁସବୁ ରାଶିର ବ୍ୟକ୍ତି ଲାଭବାନ ହେବେ ।

ଅଧିକ ପଢନ୍ତୁ : ଶୀତଦିନେ ସେକ୍ସ କରିବାକୁ ଅଧିକ ଇଚ୍ଛା ହୁଏ କାହିଁକି? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

କନ୍ୟା:- କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ମଙ୍ଗଳଙ୍କ ଚଳନ ସୁଖପ୍ରଦ ହେବ । ଧନ ଏବଂ ସୌଭାଗ୍ୟ ବୃଦ୍ଧି ହେବ । ପୂର୍ବରୁ କରିଥିବା ଋଣରୁ ମୁକ୍ତି ପାଇବେ । ଶତ୍ରୁମାନେ ଆପଣଙ୍କର କୌଣସି କ୍ଷତି କରିପାରିବେ ନାହିଁ । କୋର୍ଟ କଚେରୀ ମାମଲାରେ ଆପଣ ସଫଳତା ପାଇବେ । ବ୍ୟବସାୟରେ ବୃଦ୍ଧି ହେବ ।

ଅଧିକ ପଢନ୍ତୁ : ସ୍ବାସ୍ଥ୍ୟ ସମସ୍ୟା ଉପୁଜିବା ସହ ପରିବାରରେ ତିକ୍ତତା ଦେଖାଦେବ, ଜାଣନ୍ତୁ କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ…

କୁମ୍ଭ:- କୁମ୍ଭ ରାଶିର ବ୍ୟକ୍ତିବିଶେଷମାନେ ମଧ୍ୟ ମଙ୍ଗଳ ଚଳନରୁ ଉପକୃତ ହେବେ । ପୂର୍ବ ଅପେକ୍ଷା ଆୟ ଯଥେଷ୍ଟ ବୃଦ୍ଧି ପାଇବ । ଆପଣଙ୍କ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ପ୍ରଶଂସା ମିଳିବ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ସାହସ ଏବଂ ଧର୍ଯ୍ୟ ଶକ୍ତି ବଢିବ । ଆପଣ ସମସ୍ତ ପ୍ରକାର ଅସୁବିଧାର ମୁକାବିଲା କରିବାକୁ ସମର୍ଥ ହେବେ । ନୂତନ ଚାକିରି ପାଇଁ ସୁଯୋଗ ରହିଛି ।

ଅଧିକ ପଢନ୍ତୁ : କେଉଁ କାରଣ ପାଇଁ ଗୋଡ଼ ବିନ୍ଧେ? ଜାଣିଲେ ଆଶ୍ଚର୍ଯ୍ୟ ହେବେ...

ମେଷ:- ମଙ୍ଗଳ ଗ୍ରହର ଚଳନ ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶୁଭଦାୟକ ହେବ। ନୂତନ ଚାକିରି ମିଳିବାର ସମ୍ଭାବନା ରହିଛି । ଜୀବନଶୈଳୀରେ ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭଦାୟକ ହେବ । ଏହି ସମୟ ଛାତ୍ରମାନଙ୍କ ପାଇଁ ବେଶି ଅନୁକୂଳ ହେବ ।

ଅଧିକ ପଢନ୍ତୁ : ଧାର କରଜ କରି କାମ ଚଳାଇବା ସହ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ ଏହି ରାଶି ଲୋକ, ପଢନ୍ତୁ ରାଶିଫଳ 

ବୃଷ:- ମଙ୍ଗଳ ଚଳନରୁ ବୃଷରାଶିର ବ୍ୟକ୍ତି ଲାଭବାନ ହେବେ । ଚାକିରିରେ ପଦୋନ୍ନତି ଏବଂ ଆର୍ଥିକ ଲାଭର ସମ୍ଭାବନା ଅଛି । କ୍ୟାରିୟର ସମ୍ବନ୍ଧରେ ଆପଣଙ୍କୁ ଭଲ ଖବର ମିଳିବ । କଠିନ ପରିଶ୍ରମ କାରଣରୁ ପରୀକ୍ଷାରେ ଉତ୍ତିର୍ଣ୍ଣ ହେବାର ସୌଭାଗ୍ୟ ମିଳିବ ।

ଅଧିକ ପଢନ୍ତୁ :ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)
 

Share this story