୩୧ ଜୁଲାଇରୁ ବଦଳିବ ୫ ରାଶିଙ୍କର ଭାଗ୍ୟ; ପଢନ୍ତୁ କଣ ରହିଛି ଆପଣଙ୍କ ସପ୍ତାହିକ ରାଶିଫଳ

know your weekly horoscope

ଓଡ଼ିଆ ଗସିପ୍ ବ୍ୟୁରୋ: ବୌଦିକ ଜ୍ୟୋତିଷରେ ଗ୍ରହମାନଙ୍କର ଗତିବିଧିର ବିଶେଷ ମହତ୍ତ୍ୱ ରହିଛି । ଗ୍ରହ ଓ ନକ୍ଷତ୍ରଗୁଡିକର ଗତିବିଧି ସମସ୍ତ ୧୨ଟି ରାଶି ଉପରେ ପ୍ରଭାବ ପକାଇଥାଏ । ଗ୍ରହମାନଙ୍କର ଗତିବିଧି ହେତୁ, କେତେକ ରାଶି ଚିହ୍ନ ଶୁଭ ଫଳାଫଳ ପାଇଥିବାବେଳେ କେତେକ ରାଶିର ଚିହ୍ନଗୁଡିକ ଅଶୁଭ ଫଳାଫଳ ପାଇଥାଏ ।

ସାପ୍ତାହିକ ରାଶିଫଳ ଗ୍ରହମାନଙ୍କର ଗତିବିଧି ଦ୍ୱାରା ଗଣନା କରାଯାଏ । ଗ୍ରହମାନଙ୍କର ଗତିବିଧି ହେତୁ ଆସନ୍ତା ସପ୍ତାହ କିଛି ରାଶିର ଚିହ୍ନ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଥିବାବେଳେ କେତେକ ରାଶି ଚିହ୍ନ ସାବଧାନ ହେବା ଆବଶ୍ୟକ । ଆସନ୍ତୁ ଜାଣିବା ସମସ୍ତ ୧୨ଟି ରାଶିର ଚିହ୍ନ ପାଇଁ ଆସନ୍ତା ସପ୍ତାହ କିପରି ହେବ । ମେଷ ଠାରୁ ମୀନ ପର୍ଯ୍ୟନ୍ତ ଜାଣନ୍ତୁ ରାଶିଫଳ...

ମେଷ: ଆପଣଙ୍କ ଆର୍ଥିକ ସ୍ଥିତିରେ ଭଲ ପରିବର୍ତ୍ତନ ହେବ । ସୁସ୍ଥ ରହିବା ପାଇଁ ଖାଦ୍ୟ ପ୍ରସ୍ତୁତ କରିବେ । ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ । ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ ।

ଅଧିକ ପଢ଼ନ୍ତୁ : ଗର୍ଲଫ୍ରେଣ୍ଡ ମାଗିଲା ୧୦ ଲକ୍ଷ, ବୟଫ୍ରେଣ୍ଡ ନ ଦେବାରୁ ପ୍ରେମିକା ଭାଇରାଲ କରିଦେଲା ଅଶ୍ଳୀଳ ଫଟୋ

ବୃଷ: ଅଧୁରା ଥିବା କାମ ସଂପୂର୍ଣ୍ଣ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ । କୌଣସି ଉଦ୍ୟୋଗରେ ଚାକିରିର ପ୍ରସ୍ତାବ ଆସିବ । ଛାତ୍ରଛାତ୍ରୀ ସଫଳତା ପାଇବା ପାଇଁ ପରିଶ୍ରମ କରିବାକୁ ହେବ ।

ମିଥୁନ: ଚାକିରି ଅନ୍ବେଷଣ ଶେଷ ହେବ । ବନ୍ଧୁ ସହିତ ସମ୍ବନ୍ଧ ମଜଭୁତ ହେବ । ଜୀବନସାଥୀ ପ୍ରସନ୍ନ ହେବାର ମାଧ୍ୟମ ଦେବେ । ଛାତ୍ରଛାତ୍ରୀ ପ୍ରତିଯୋଗୀ ପରୀକ୍ଷା ପାଇଁ ଆବେଦନ କରିବେ ।

କର୍କଟ: ପରିବାର ଲୋକଙ୍କ ସହ ବସି କଥା ହେବେ । ଅଚାନକ ଧନ ଆସିବା ଯୋଗୁଁ ଆର୍ଥିକ ସ୍ଥିତି ମଜଭୁତ ହେବ । ବଡ଼ ସଫଳତା ମିଳିବାର ଯୋଗ ଅଛି । ଯାନ କିଣିବା ଲାଗି ମନ ବଳିବ ।

ସିଂହ: ଆଧ୍ୟାତ୍ମିକ ଓ ଧାର୍ମିକ ବିଷୟରେ ରୁଚି ବଢ଼ିବ । ଜମି ବାଡ଼ିରେ ଅର୍ଥ ଲଗାନ୍ତୁ । ଚାକିରିଜୀବୀ ଆଗକୁ ବଢ଼ିବାର ମଉକା ପାଇବେ । ନବବିବାହିତଙ୍କ ଲାଗି ଦିନଟି ଭଲ ରହିବ ।

କନ୍ୟା: ଆପଣଙ୍କ ଆୟରେ ବୃଦ୍ଧି ଘଟିବ । ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ ରହିବ । ଆପଣଙ୍କର ସଂପୂର୍ଣ୍ଣ ଧ୍ୟାନ କାମ ପୂରା କରିବାରେ ରହିବ । କଣ୍ଠଶିଳ୍ପୀଙ୍କର ଭଲ ପ୍ରଦର୍ଶନ ପାଇଁ ପୁରସ୍କାର ମିଳିବ ।

ଅଧିକ ପଢ଼ନ୍ତୁ : ମହିଳାଙ୍କ ପାଇଁ ଅଡୁଆ ଖବର; ବନ୍ଦ ହେବାକୁ ଯାଉଛି ସବୁ ବିୟୁଟି ପାର୍ଲର!

ତୁଳା: ସହକର୍ମୀଙ୍କ ସହଯୋଗରେ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସାରିବେ । ମହିଳାମାନେ ଅନ୍‌ଲାଇନ୍‌ରେ ଜିନିଷ କିଣି ପାରନ୍ତି । ଛାତ୍ରଛାତ୍ରୀ କମ୍ପ୍ୟୁଟର ପାଠ୍ୟକ୍ରମରେ ଯୋଗ ଦେଇପାରନ୍ତି ।

ବିଛା: ଅଧିକ ଲୋକଙ୍କ ସହିତ ଯୋଡ଼ି ରହିବେ । ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ । ଉପରିସ୍ଥ କର୍ମଚାରୀଙ୍କ ଠାରୁ କୌଣସି କାମରେ ସହାୟତା ପାଇବେ ।

ଧନୁ: ବ୍ୟବସାୟରେ ବଡ଼ ଚୁକ୍ତି ଚୂଡ଼ାନ୍ତ ହେବ । ଜୀବନସାଥୀ କୌଣସି କାମରେ ପରାମର୍ଶ ନେବେ । ବନ୍ଧୁମାନଙ୍କ ସହିତ ଜିନିଷ କିଣିବାକୁ ଯିବେ । ନିଜର ଖର୍ଚ୍ଚ ଉପରେ ଟିକେ ଦୃଷ୍ଟି ଦିଅନ୍ତୁ ।

ମକର: କୌଣସି ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ଦୂର ହେବ । କାର୍ଯ୍ୟରେ ଆପଣଙ୍କୁ ଭାଗ୍ୟର ସହାୟତା ମିଳିବ । ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବା ପାଇଁ ମନ ସ୍ଥିର କରିବେ ।

ଅଧିକ ପଢ଼ନ୍ତୁ : ଦେଖନ୍ତୁ ଭାଇରାଲ ଭିଡିଓ: ପାର୍କ ଭିତରେ ଦୁଇ ସ୍କୁଲ ଝିଅ ସହ ରାସଲୀଳା କରୁଥିଲା ଜଣେ ପୁଅ, ଲୋକେ ଦେଖି ଫିଙ୍ଗିଲେ ଚପଲ

କୁମ୍ଭ: ଯେତେ ପରିଶ୍ରମ କରିବେ ଆଗାମୀ ଦିନରେ ସେତେ ଲାଭ ପାଇବେ । ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ ରହିବ । ନିଜ ପାଇଁ ବସ୍ତ୍ର କିଣିବେ । ବନ୍ଧୁମାନଙ୍କ ସହିତ ରାତ୍ରିଭୋଜନ କରିବେ ।

ମୀନ: ବେପାରରେ ପୂର୍ବ ଅପେକ୍ଷା ଅଧିକ ଲାଭ ହେବ । ସନ୍ତାନର ସଫଳତାରେ ଆପଣଙ୍କ ମନ ପ୍ରସନ୍ନ ରହିବ । ପ୍ରତିଯୋଗୀ ପରୀକ୍ଷାରେ ପରିଣାମ ଆପଣଙ୍କ ସପକ୍ଷରେ ଆସିବ ।
 

Share this story