ଆଜିର ରାଶିଫଳ : ଏହି ରାଶି ଥିବା ବ୍ୟକ୍ତି ବିଶେଷ ନୂଆ ବ୍ୟବସାୟରେ ପୁଞ୍ଜି ବିନିଯୋଗ କରନ୍ତୁ, ଆପଣଙ୍କୁ ଦିଗୁଣା ଲାଭ ମିଳିବ

Know your horoscope of March 11 2023

ଓଡ଼ିଆ ଗସିପ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ :

ଆର୍ଥିକ କ୍ଷତି ବା ଲାଭ ମଧ୍ୟ ରାଶି ଅନୁସାରେ ଫଳପ୍ରାପ୍ତି ହୋଇଥାଏ । ଆପଣଙ୍କ ରାଶି ଅନୁସାରେ ଜାଣନ୍ତୁ ଆର୍ଥିକ ସ୍ଥିତି :

ମେଷ: ଆପଣଙ୍କ କାମରେ ଅନ୍ୟମାନଙ୍କର ସାହାଯ୍ୟ ପାଇବେ । ବ୍ୟବସାୟୀଙ୍କୁ ଆୟର ନୂଆ ଉତ୍ସ ମିଳିବ । ଦାମ୍ପତ୍ୟ ଜୀବନରେ ସୌହାର୍ଦ ବଢ଼ିବ । ‌ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ ।

ବୃଷ: କୌଣସି ମାମଲାରେ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିପାରେ । ବ୍ୟବସାୟରେ ଉନ୍ନତି ହେବ। ସ୍ବାସ୍ଥ୍ୟ ଓ ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ । ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ ।

ଆହୁରି ପଢ଼ନ୍ତୁ : ବିବାହର ଦିନକ ପରେ OYO ମାଲିକ ରିତେଶଙ୍କ ଘରେ ଦୁଃଖର ପାହାଡ଼, ୨୦ ମହଲାରୁ ଖସି ପିତା ରମେଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ

ମିଥୁନ: ଆର୍ଥିକ ସ୍ଥିତିକୁ ନେଇ ଚିନ୍ତା ବଢ଼ିପାରେ । ବାଲ୍ୟବନ୍ଧୁ ସହ ସାକ୍ଷାତର ଯୋଗ ଅଛି । ବ୍ୟବସାୟରେ ପ୍ରତିଦ୍ବନ୍ଦ୍ବୀଙ୍କ ଭୁଲ୍ ପାଇଁ ଆପଣଙ୍କୁ ଲାଭ ହେବ । ପ୍ରେମ ଜୀବନ ମଧୁର ହେବ ।

କର୍କଟ: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଚେଷ୍ଟା କରିବେ । ନୂଆ ବ୍ୟବସାୟରେ ପୁଞ୍ଜି ବିନିଯୋଗ କରନ୍ତୁ, ଆପଣଙ୍କୁ ଦିଗୁଣା ଲାଭ ମିଳିବ । ପ୍ରିୟଜନଙ୍କ ସହ ସମ୍ବନ୍ଧ ମଜଭୁତ ହେବ ।

ସିଂହ: ନୂଆ ଜମି କିଣିବାକୁ ଚାହୁଁଥିଲେ ଶୁଭ ମୁହୂର୍ତ୍ତ ଦେଖନ୍ତୁ । ଆପଣ କିଛି ନୂଆ ଶିକ୍ଷାଲାଭ କରିବେ । ଅଫିସରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ । ସଂପର୍କ ନିବିଡ଼ ହେବ ।

କନ୍ୟା: ଆପଣଙ୍କ ସ୍ବଭାବକୁ କୋମଳ ରଖନ୍ତୁ । ମନର କଥା ପାଖ ଲୋକଙ୍କୁ କୁହନ୍ତୁ । ନୂଆ ବେପାର ସମ୍ବନ୍ଧରେ ଯାତ୍ରା ଫଳପ୍ରଦ ହେବ । ଜୀବନସାଥୀ ସହ ମତଭେଦ ଦୂର ହେବ ।

ଆହୁରି ପଢ଼ନ୍ତୁ : ମରିବା ପୂର୍ବରୁ କାରଣ କହି ଫେସବୁକ୍ ରେ ୮ ମିନଟର ଲାଇଭ୍ ଭିଡ଼ିଓ କରି ଝୁଲି ପଡ଼ିଲେ ଜ୍ୱାଇଁ

ତୁଳା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ । ସବୁ କାମ ମନ ମୁତାବକ ପୂରା ହେବ । ଆପଣଙ୍କ କାମରେ ଖୁସି ହୋଇ କର୍ତ୍ତୃପକ୍ଷ କୌଣସି ଜିନିଷ ଉପହାର ଦେଇପାରନ୍ତି ।

ବିଛା: ପରିବାରର କୌଣସି ଲୋକଙ୍କ ସହ ମତଭେଦ ହୋଇପାରେ । ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି । ପ୍ରେମ ସମ୍ବନ୍ଧ ନିବିଡ଼ ହେବ ।

ଧନୁ: ରାଜନୀତିରେ ଆର୍ଥିକ ଲାଭ ହେବ । ଓକିଲ ପୁରୁଣା ମକଦ୍ଦମା ଜିଣିବେ । ସନ୍ଧ୍ୟା ସୁଦ୍ଧା ଶୁଭ ଖବର ପାଇବେ । ବ୍ୟବସାୟରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବ ।

ମକର: ବ୍ୟବସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ । କୌଣସି ଆହ୍ବାନକୁ ସହଜରେ ମୁକାବିଲା କରିବେ । ପୂର୍ବରୁ କରିଥିବା କୌଣସି ଭୁଲ୍ ପାଇଁ ପଶ୍ଚାତ୍ତାପ କରିପାରନ୍ତି ।

ଆହୁରି ପଢ଼ନ୍ତୁ : ଇନଷ୍ଟାଗ୍ରାମରେ ବନ୍ଧୁତା ପରେ ହୁକା ବାର୍‌ରେ ଡେଟିଂ, ନିଶା ଦେଇ ନାବାଳିକାଙ୍କୁ ଦୁଷ୍କର୍ମ !

କୁମ୍ଭ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ । କାର୍ଯ୍ୟ ସମ୍ପାଦନାରେ ସଫଳ ହେବେ । ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ । ଇଂଜିନିୟର ଛାତ୍ରୀଙ୍କ ଲାଗି ଦିନଟି ଭଲ ।

ମୀନ: ଘର କାମ ପାଇଁ ଅଫିସ ଯିବାରେ ବିଳମ୍ବ ହେବ । ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ । ଜୀବନସାଥୀଙ୍କ ସହ ସମୟ କାଟିବା ଲାଗି ବାହାରକୁ ବୁଲି ଯାଇପାରନ୍ତି ।

Share this story

World Odia Language Conferene