ମରିବା ପୂର୍ବରୁ କାରଣ କହି ଫେସବୁକ୍ ରେ ୮ ମିନଟର ଲାଇଭ୍ ଭିଡ଼ିଓ କରି ଝୁଲି ପଡ଼ିଲେ ଜ୍ୱାଇଁ

Man commits suicide after capturing eight minute video on social media

ଓଡ଼ିଆ ଗସିପ ବ୍ୟୁରୋ: ଲାଇଭ ଭିଡ଼ିଓ କରି ଝୁଲିପଡ଼ିଲେ ଯୁବକ । ବାଲେଶ୍ୱର କମର୍ଦ୍ଦା ଥାନା ବଡ଼ମନ୍ଦାରୁଣି ଗାଁର ରାଜକିଶୋର ମହାନ୍ତି ନାମକ ଜଣେ ଯୁବକ ଫେସବୁକରେ ଲାଇଭ ଭିଡ଼ିଓ କରି ହାଇଦ୍ରାବାଦ ସ୍ଥିତ ତାଙ୍କ ଭଡ଼ାଘରେ ଆତ୍ମହତ୍ୟା କରିଛନ୍ତି ।

ମୃତ୍ୟୁ ପୂର୍ବର ଭିଡ଼ିଓରେ ଶାଶୂ ଓ ପତ୍ନୀଙ୍କ ଅତ୍ୟାଚାରରେ ଅସହ୍ୟ ହୋଇପଡ଼ିଥିବା କହିଛନ୍ତି । ରାଜକିଶୋର ଗତ କିଛି ବର୍ଷ ହେଲା ତାଙ୍କ ପତ୍ନୀ ଓ ଦୁଇ ପୁଅଙ୍କ ସହ ହାଇଦ୍ରାବାଦରେ ରହୁଥିଲେ ।

୬ ତାରିଖରେ ତାଙ୍କ ପତ୍ନୀ ଓ ପୁଅ ନଥିବା ବେଳେ ଭିତରପଟୁ କବାଟ ଦେଇ ଆତ୍ମହତ୍ୟା କରିଛନ୍ତି । ତେବେ ରାଜକିଶୋରଙ୍କ ସମ୍ପର୍କୀୟ ଫେସବୁକ୍ ଭିଡ଼ିଓ ଦେଖି ତାଙ୍କ ଭଡ଼ାଘରେ ପହଞ୍ଚି ଘର ଭାଙ୍ଗି ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ।

ଆହୁରି ପଢ଼ନ୍ତୁ : ବିବାହର ଦିନକ ପରେ OYO ମାଲିକ ରିତେଶଙ୍କ ଘରେ ଦୁଃଖର ପାହାଡ଼, ୨୦ ମହଲାରୁ ଖସି ପିତା ରମେଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ

ମୃତ୍ୟୁ ପୂର୍ବରୁ ରାଜକିଶୋର ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିବା ୮ ମିନିଟ ୫ ସେକେଣ୍ଡ ଭିଡ଼ିଓରେ ତାଙ୍କ ପତ୍ନୀ ଓ ଶାଶୁଙ୍କ ବ୍ୟବହାରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସଂସାରକୁ ଭଲରେ ଚଳାଇବା ପାଇଁ ଚେଷ୍ଟା କରି ମଧ୍ୟ ସେ ବିଫଳ ହୋଇଥିବା କହିଛନ୍ତି ।

ଏହି ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି । ଯାହା ସ୍ଥାନୀୟ ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଖବର ପାଇ ପୋଲିସ ଘଟଣାର ତଦନ୍ତ ଚଳେଇବା ସହ ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛି ।

Share this story

World Odia Language Conferene