ସୋମବାର ଠାରୁ ରବିବାର ପର୍ଯ୍ୟନ୍ତ, ଜାଣନ୍ତୁ କେଉଁ ଦିନରେ କ’ଣ କରଣୀୟ ଓ ଅକରଣୀୟ
 

know what is valid and non valid on which day as per astrology
ସୋମବାର ଠାରୁ ରବିବାର ପର୍ଯ୍ୟନ୍ତ, ଜାଣନ୍ତୁ କେଉଁ ଦିନରେ କ’ଣ କରଣୀୟ ଓ ଅକରଣୀୟ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ କାର୍ଯ୍ୟର ଦିନ ନିର୍ଦ୍ଧାରଣ କରାଯାଇଛି। ଧାର୍ମିକ ଗ୍ରନ୍ଥ ଏବଂ ଶାସ୍ତ୍ର ଅନୁସାରେ, ଯଦି ଦିନ ହିସାବରେ କୌଣସି ଶୁଭକାର୍ଯ୍ୟ କରାଯାଏ, ସେହି କାର୍ଯ୍ୟର ସଫଳ ହେବା ସମ୍ଭାବନା ଅଧିକ ଥାଏ।

ସୋମବାର: ବିବାହ, ନାମକରଣ, ଗୃହ ନିର୍ମାଣ, ବିଦ୍ୟାଳୟକୁ ପ୍ରବେଶ କରିବା ପାଇଁ ଏହି ଦିନ ଶୁଭ। ଏହିଦିନରେ ଜନ୍ମହୋଇଥିବା ବ୍ୟକ୍ତି ସଜ୍ଜନ ହୋଇଥାନ୍ତି। ଏହିଦିନ ଦକ୍ଷିଣ ଦିଗରୁ ଯାତ୍ରା କଲେ ନିଶ୍ଚିତ ସଫଳତା ମିଳିଥାଏ ବୋଲି କୁହାଯାଏ।

ଅଧିକ ପଢନ୍ତୁ :ବିଛା ରାଶିକୁ ଶୁକ୍ର ଗୋଚର, ଶୁଭଫଳ ମିଳିବା ସହ ଏହି ୩ ରାଶି ଉପରେ ହେବ ଧନ ବର୍ଷା! 

ମଙ୍ଗଳବାର: ଏହିଦିନ ଶୁଭ-ଅଶୁଭର ମିଶ୍ରିତ ଫଳ ପ୍ରଦାନ କରେ। ସେହିପରି ମଙ୍ଗଳବାର କିଛି କାର୍ଯ୍ୟ ପାଇଁ ଶୁଭ ହୋଇଥିବା ବେଳେ ଆଉ କିଛି କାର୍ଯ୍ୟ ପାଇଁ ଅଶୁଭ ହୋଇଥାଏ। ମଙ୍ଗଳବାରରେ ଘର କିଣିବା, ବସ୍ତ୍ର କିଣିବା ଅନୁଚିତ। ଏହିଦିନ ଜନ୍ମ ନେଇଥିବା ବ୍ୟକ୍ତି କ୍ରୋଧୀ ପ୍ରକୃତିର ହୋଇଥାନ୍ତି।

ବୁଧବାର: ଏହା ଶୁଭ ବାର ଶ୍ରେଣୀରେ ଆସିଥାଏ। ଗୃହ ପ୍ରବେଶ, ଅଧ୍ୟୟନ ପ୍ରାରମ୍ଭ କରିବା ପାଇଁ ଏହା ହେଉଛି ଉତ୍ତମ ଦିନ। ଏହିଦିନ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିବିଶେଷ ଧାର୍ମିକ ପ୍ରବୃତ୍ତିର ହୋଇଥାନ୍ତି।

ଅଧିକ ପଢନ୍ତୁ :ଡିସେମ୍ବର ୩୧ରେ ମାର୍ଗି ଦେବଗୁରୁ ବୃହସ୍ପତି ଚଳନ, ଏହି ୩ଟି ରାଶି ପାଇଁ ପାଲଟିବ ବରଦାନ

ଗୁରୁବାର: ଏହିଦିନର ସ୍ବାମୀ ଗ୍ରହ ହେଉଛନ୍ତି ବୃହସ୍ପତି। ଗୁରୁବାର ମଧ୍ୟ ସମସ୍ତ କାର୍ଯ୍ୟ ପାଇଁ ମଙ୍ଗଳଦାୟକ। ଏହିବାରରେ ଆରମ୍ଭ କରାଯାଉଥିବା ସମସ୍ତ କାର୍ଯ୍ୟ ସିଦ୍ଧ ହୋଇଥାଏ। ଏହିଦିନ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ବିଶେଷ ସଦ୍‌ଗୁଣ, ଧାର୍ମିକ ଓ ତେଜସ୍ବୀ ହୋଇଥାନ୍ତି।

ଶୁକ୍ରବାର: ଏହିଦିନରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ରସିକ ସ୍ବଭାବର ହୋଇଥାନ୍ତି। ତା’ସହ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବାରେ ରୁଚି ରଖନ୍ତି। ଶୁକ୍ରବାର ସନ୍ଧ୍ୟାରେ ଆରମ୍ଭ କରାଯାଉଥିବା ସମସ୍ତ କାର୍ଯ୍ୟ ଶୁଭ ହୋଇଥାଏ।

ଅଧିକ ପଢନ୍ତୁ :ଧନୁ ସଂକ୍ରାନ୍ତିରେ ରାଜଯୋଗ, ଏହି ୪ଟି ରାଶିର ଲୋକଙ୍କ ଫିଟିବ ଭାଗ୍ୟ, ଜୀବନରେ ଆସିବ ବଡ଼ ପରିବର୍ତ୍ତନ

ଶନିବାର: ସମସ୍ତ ବାର ମଧ୍ୟରେ ଶନିବାରକୁ ଅଶୁଭ ବୋଲି କୁହାଯାଏ। ଏହିଦିନ ଆରମ୍ଭ କରାଯାଉଥିବା କାର୍ଯ୍ୟ ପୂର୍ଣ୍ଣ ହୋଇପାରି ନ ଥାଏ। କୁହାଯାଏ, ଏହିବାରରେ ସଫଳତା ସମ୍ଭାବନା ଥାଏ ଖୁବ୍ କମ୍। ଏହି ଦିନ ଜନ୍ମଗ୍ରହଣ କରିଥିବା ଲୋକଙ୍କଠାରେ ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ।

ରବିବାର: ସମସ୍ତ ପ୍ରକାର କାର୍ଯ୍ୟ ପାଇଁ ଏହି ବାର ଶୁଭ। ଏହିଦିନ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିବିଶେଷ ଭାଗ୍ୟଶାଳୀ ହୋଇଥାନ୍ତି। ଏହିଦିନ ପୂର୍ବ ଦିଗରୁ ଯାତ୍ରା କଲେ ନିଶ୍ଚିତ ଭାବେ ସଫଳତା ମିଳିଥାଏ।

ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !
 

Share this story