ତୁଳସୀ ଗଛକୁ ନେଇ ବାସ୍ତୁଶାସ୍ତ୍ରରେ କ’ଣ ରହିଛି ନିୟମ, ଜାଣନ୍ତୁ ସଂକ୍ଷେପରେ...
 

Important Tips to Know About Tulsi plant Vastu
ତୁଳସୀ ଦୂର କରେ ବାସ୍ତୁଦୋଷ
 

ଓଡ଼ିଆ ଗସିପ୍ ବ୍ୟୁରୋ: ହିନ୍ଦୁଧର୍ମରେ ତୁଳସୀ ଗଛର ଖୁବ୍ ମହତ୍ତ୍ବ ରହିଛି। ସେଥିପାଇଁ ପ୍ରତି ଘରେ ତୁଳସୀ ଚଉଁରା ଥାଏ। ତେବେ ଏହା କେବଳ ଘରେ ସୁଖ, ସମୃଦ୍ଧି ଆଣି ନ ଥାଏ, ବରଂ ଶୁଭଫଳ ମଧ୍ୟ ପ୍ରଦାନ କରେ। ସେହିପରି ବାସ୍ତୁଶାସ୍ତ୍ରରେ ତୁଳସୀର ମଧ୍ୟ ଖୁବ୍‌ ଗୁରୁତ୍ବ ରହିଛି। ତେବେ ତୁଳସୀ ଗଛକୁ ନେଇ ବାସ୍ତୁଶାସ୍ତ୍ରରେ କ’ଣ ସବୁ ନିୟମ ରହିଛି, ଜାଣିବା ସେ ସମ୍ପର୍କରେ।

ଦେଖନ୍ତୁ EXCLUSIVE ଭିଡ଼ିଓ: ୩୫୦ କୋଟି ଜବତ ଘଟଣାରେ ଆସିଲା ସାଙ୍ଘାତିକ ତଥ୍ୟ, ଧୀରଜଙ୍କୁ ସୁରକ୍ଷା ଦେବା ପାଇଁ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ନେଇଥିଲେ ୭୫ କୋଟି !

ଘରେ ତୁଳସୀ ଗଛକୁ ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗରେ ରଖୀବା ଶୁଭଦାୟକ । ଘରର ବାସ୍ତୁଦୋଷ ଦୂର କରିବା ପାଇଁ ଏହାକୁ ଦକ୍ଷିଣ-ପୂର୍ବଠୁ ଆରମ୍ଭ କରି ଉତ୍ତର-ପଶ୍ଚିମ ପର୍ଯ୍ୟନ୍ତ ଯେକୌଣସି ଖାଲି ସ୍ଥାନରେ ଲଗାଇପାରିବେ।
ଝିଅ ବାହାଘର ହୋଇପାରୁ ନଥିଲେ ତୁଳସୀ ଗଛକୁ ଦକ୍ଷିଣ-ପୂର୍ବରେ ରଖନ୍ତୁ। ତା’ସହ ନିୟମିତ ଜଳ ଅର୍ପଣ କରନ୍ତୁ।

ଅଧିକ ପଢନ୍ତୁ :ଶୀତଦିନେ ପୂରା ସମ୍ପୂର୍ଣ୍ଣ ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ୫ଟି ସରଳ ଟିପ୍ସ 

କୌଣସି ଶୁଭକାର୍ଯ୍ୟକୁ ଯିବା ପୂର୍ବରୁ ତୁଳସୀ ଖାଇ ଯିବା ଉତ୍ତମ।
ଘରେ ତୁଳସୀ ଗଛ ରଖୀବା ଦ୍ବାରା ନକାରାତ୍ମକ ଶକ୍ତି ଦୂରେଇ ଯାଏ।

ଅଧିକ ପଢନ୍ତୁ :ଡିସେମ୍ବର ୩୧ରେ ମାର୍ଗି ଦେବଗୁରୁ ବୃହସ୍ପତି ଚଳନ, ଏହି ୩ଟି ରାଶି ପାଇଁ ପାଲଟିବ ବରଦାନ

ଏହାକୁ ଘରେ ରଖିବା ଦ୍ବାରା ଘରର ବାତାବରଣ ପବିତ୍ର ହୋଇଥାଏ। ଏହାସହ ଦେବୀ ଦେବତାଙ୍କ ବିଶେଷ କୃପା ପ୍ରାପ୍ତ ହୁଏ।
ତୁଳସୀ ଗଛ ଶୁଖୀଗଲେ ବା ନାରାୟଣ ପ୍ରାପ୍ତି ହେଲେ ଏହାକୁ ଘରେ ନରଖୀ ପବିତ୍ର ନଦୀରେ ଭସାଇ ଦେବା ଉଚିତ। ଏହାସହ ସେହି ସ୍ଥାନରେ ଅନ୍ୟ ଏକ ତୁଳସୀ ଗଛ ତୁରନ୍ତ ଲଗାଇବା ଦରକାର।

ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !

 

Share this story