ଆପଣଙ୍କ ପାଖରେ କଷ୍ଟ ଉପାର୍ଜିତ ଟଙ୍କା ରହୁନି କି ? ଜାଣନ୍ତୁ କଣ କରିବେ...
 

How to protect your money by Chanakya
ମାନନ୍ତୁ ଚାଣକ୍ୟଙ୍କ ଏହି ନୀତି ହୋଇଯିବେ କୋଟିପତି !
 

ଓଡ଼ିଆ ଗସିପ୍ ବ୍ୟୁରୋ: ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ରଚିତ ଗୋଟିଏ ନୀତିଗ୍ରନ୍ଥ ଅଟେ । ଏଥିରେ ଜୀବନ କୁ ସଫଳ ଏବଂ ସୁଖମୟ ବନାଇବା ପାଇଁ ଉପଯୋଗୀ ଉପାୟ ମାନ ବର୍ଣ୍ଣନା କରାଯାଇଅଛି । ଏହି ଗ୍ରନ୍ଥର ମୁଖ୍ୟ ଉଦେଶ୍ୟ ମାନବ ସମାଜକୁ ଉଚିତ ଦିଗ ଦେଖାଇବା ଉପରେ ଆଧାରିତ । 

ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ଜିଏକି ନିଜର ନୀତି ବାଣୀ ମାଧ୍ୟମରେ ଚନ୍ଦ୍ରଗୁପ୍ତ ମୋରୟା ଙ୍କୁ ରାଜା ର ଗାଦି ରେ ବସାଇ ଦେଇଥିଲେ । ଏହା ଛଡା ଟଙ୍କା ସଞ୍ଚୟକୁ ନେଇ ମଧ୍ୟ ଉଲ୍ଲେଖ କରିଛନ୍ତି ।  ଆପଣଙ୍କ ପାଖରେ କଷ୍ଟ ଉପାର୍ଜିତ ଟଙ୍କା ରହୁନିକି ? ମାନନ୍ତୁ ଚାଣକ୍ୟଙ୍କ ଏହି କଥା..।

କହିବାକୁ ଗଲେ ସମସ୍ତେ ଟଙ୍କା ରୋଜଗାର କରିବାକୁ ଏବଂ ଶୀଘ୍ର ଧନୀ ହେବାକୁ ଚାହାଁନ୍ତି । କିନ୍ତୁ ଜଣେ ବ୍ୟକ୍ତି କିପରି ଧନୀ ହେବ ସେ ଜାଣିନଥାନ୍ତି । କିନ୍ତୁ ଯଦି ଆମେ ଚାଣକ୍ୟଙ୍କ ନିୟମ ପାଳନ କରୁ, ତେବେ ଆମେ ଅତି ଶୀଘ୍ର ଧନୀ ହୋଇପାରିବା । 

ଆଧିକ ପଢନ୍ତୁ : କିଡ଼ନୀକୁ ରୋଗ ମୁକ୍ତ ରଖିବ ଏହି ୫ଟି ସୁପରଫୁଡ୍, ଷ୍ଟୋନ୍ ସୃଷ୍ଟି ହେବା ଆଶଙ୍କାକୁ ମଧ୍ୟ କରିବ କମ୍ !

ଅର୍ଥନୀତିଜ୍ଞ ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି ଯଦି ଆପଣଙ୍କ ଘରେ ଧନ ସମ୍ପଦ ଅଭାବ ରହିବାକୁ ଚାହୁଁ ନାହାନ୍ତି ଏମିତି କରନ୍ତୁ । ତେବେ ଚାଣକ୍ୟ ନୀତିକୁ ମାନନ୍ତୁ ଏବଂ ପ୍ରତିଦିନ ସ୍ୱଚ୍ଛ ମନ ସହିତ ମା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ ତାହା ହେଲେ କେବେ ଧନର ଅଭାବ ରହିବ ନାହିଁ।

ସେହିଭଳି ଅଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଅର୍ଜିତ ଟଙ୍କା କିପରି ସଞ୍ଚୟ କରିବେ । ଏହି ଶ୍ଲୋକ ଉପାର୍ଜିତ ଟଙ୍କାକୁ କିପରି ରକ୍ଷା କରାଯିବ ତାହା କହିଥାଏ । ହ୍ରଦ ଜଳର ଉଦାହରଣ ଦେଇଛନ୍ତି ଆଚାର୍ଯ୍ୟ ଚାଣକ୍ୟ । ମନ ନିର୍ମଳ ରହିଲେ ସବୁ ଜିନିଷ ପାଖରେ ରହିଥାଏ । ହ୍ରଦର ଜଳ ଯେଉଁ ଭଳି ଭାବେ ପ୍ରବାହିତ ହୁଏ ଠିକ୍‌ ସେହି ଭଳି ଭାବେ ନିଜ ମନକୁ ନିର୍ମଳ ରଖନ୍ତୁ, ପଇସା ପାଖରେ ରହିବ ।

ଆଧିକ ପଢନ୍ତୁ : ପାରିବାରିକ ସମସ୍ୟା ଲାଗି ରହିବା ସହ ଏମାନଙ୍କ ପାଇଁ ଦିନଟି ଆଦୌ ଭଲ ନୁହେଁ! ପଢନ୍ତୁ ଆଜିର ରାଶିଫଳ 

ଚାଣକ୍ୟ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ଧନୀ ହେବାକୁ ଚାହାଁନ୍ତି, ତେବେ ସେ ଟଙ୍କା ଖର୍ଚ୍ଚ କରିବା ଏବଂ ସଞ୍ଚୟ କରିବାର ଉପାୟ ଜାଣିବା ଉଚିତ୍। ଆବଶ୍ୟକତାଠାରୁ ଅଧିକ ଅର୍ଥ ସଞ୍ଚୟ କରିବା ଅନୁଚିତ । ଦୀର୍ଘ ସମୟ ଧରି ଟଙ୍କା ଧରି ରଖିବା ମଧ୍ୟ ଏହାର ମୂଲ୍ୟ ହ୍ରାସ କରେ ।

କଷ୍ଟ ଉପାର୍ଜିତ ଟଙ୍କା ଏହାକୁ ସୁରକ୍ଷିତ ରଖିବା ଦ୍ବାରା ଏହା ସୁରକ୍ଷିତ ନୁହେଁ । ଭଲ କାମରେ ଟଙ୍କା ଖର୍ଚ୍ଚ କରାଯିବା ଉଚିତ୍ । ଏହା ଅର୍ଥକୁ ଦ୍ୱିଗୁଣିତ କରେ । ଟଙ୍କା ସଞ୍ଚୟ କରିବା ବ୍ୟତୀତ ଦାନ ପାଇଁ କିଛି ଟଙ୍କା ମଧ୍ୟ ରଖାଯିବା ଉଚିତ୍ । ଏହି ଉପାୟରେ ଭଲ କାର୍ଯ୍ୟ ପାଇଁ ଅର୍ଥ ବଣ୍ଟନ କରି ଜଣେ ମାନସିକ ଶାନ୍ତି ଅର୍ଜନ କରି ପାରିବ।

ଆଧିକ ପଢନ୍ତୁ : କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ଦେଖା ଦେବା ସହ ଅଧିକ ବିଶ୍ବାସ କରି ଠକାମିର ଶିକାର ହେବେ! ପଢନ୍ତୁ ସାପ୍ତାହିକ ରାଶିଫଳ

 

Share this story