ପାରିବାରିକ ସମସ୍ୟା ଲାଗି ରହିବା ସହ ଏମାନଙ୍କ ପାଇଁ ଦିନଟି ଆଦୌ ଭଲ ନୁହେଁ! ପଢନ୍ତୁ ଆଜିର ରାଶିଫଳ 
 

Horoscope for Tuesday 9th April 2024
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ ଆସନ୍ତୁ ଜାଣିବା...

ମେଷ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ଭାଳିପାରନ୍ତି। ଦୃଢ଼ ସଂକଳ୍ପ ସହ ଲକ୍ଷ୍ୟ ହାସଲ କରିବାକୁ ଯୋଜନା କରିବେ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। କ୍ଷମତା ଉପରେ ଭରସା ରଖନ୍ତୁ। ଆର୍ଥିକ ସମସ୍ୟା ଦୂର ହେବ।

ବୃଷ: ଘନିଷ୍ଠ ଲୋକଙ୍କ ସହଯୋଗ ରହିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ନିଜକୁ କମ୍‌ଜୋର ଭାବନ୍ତୁ ନାହିଁ। ବିଦ୍ୟାର୍ଥୀମାନେ ଖେଳକୁଦରେ ଅଧିକ ସମୟ ବିତାଇବେ।

ମିଥୁନ: ଦୂରଯାତ୍ରାରୁ ଥକ୍କାପଣ ଅନୁଭବ କରିପାରନ୍ତି। ଥଟ୍ଟା ପରିହାସକୁ ଅଣଦେଖା କରନ୍ତୁ। ଦୀର୍ଘ ଦିନରୁ ପଡ଼ିରହିଥିବା କାର୍ଯ୍ୟ ପୂରଣ ହେବ। ପାରିବାରିକ ସୁଖଶାନ୍ତି ମିଳିବ।

କର୍କଟ: ନିଜ ପରିଶ୍ରମକୁ ଗୁରୁତ୍ବ ଦିଅନ୍ତୁ। ମନୋରଞ୍ଜନ ପାଇଁ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ଜୀବନସାଥୀଙ୍କ ସହଯୋଗ ଲୋଡିବେ। ଦିନର ଆରମ୍ଭରୁ ଥକ୍କା ଅନୁଭବ କରିପାରନ୍ତି।

ଆଧିକ ପଢନ୍ତୁ : କିଡ଼ନୀକୁ ରୋଗ ମୁକ୍ତ ରଖିବ ଏହି ୫ଟି ସୁପରଫୁଡ୍, ଷ୍ଟୋନ୍ ସୃଷ୍ଟି ହେବା ଆଶଙ୍କାକୁ ମଧ୍ୟ କରିବ କମ୍ !

ସିଂହ: ଭାବିଚିନ୍ତା କାମ କରନ୍ତୁ। ଧନପ୍ରାପ୍ତି ଯୋଗ ରହିଛି। ପିଲାମାନଙ୍କ ଉନ୍ନତିରେ ଅଭିଭାବକ ଖୁସି ଅନୁଭବ କରିବେ। କିଣା-ବିକାରେ ସମୟ ବିତିବ।

କନ୍ୟା: ଜମି କିଣାବିକା ପାଇଁ ଭଲ ସମୟ। ଆୟ ଅନୁସାରେ ବ୍ୟୟ କମ୍ ହେବ। ପ୍ରିୟଜନଙ୍କ ସହ ଦୂରଯାତ୍ରା କରିପାରନ୍ତି। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଆଦୌ ଭଲ ନୁହେଁ।

ତୁଳା: ଅକସ୍ମାତ ଖୁସି ଖବର ପାଇବେ। ଜୀବନସାଥୀଙ୍କ ସହ ଖୁସିର ମୁହୂର୍ତ୍ତ ବିତାଇବେ। ବ୍ୟବସାୟରୁ ଲାଭ ପାଇବେ। କର୍ମକ୍ଷେତ୍ରରେ ନୂତନ ସହଯୋଗୀଙ୍କ ସାହାଯ୍ୟ ମିଳିବ।

ବିଛା: ପାରିବାରିକ ସମସ୍ୟା ଲାଗି ରହିବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ସାମାଜିକ ଏବଂ ଧାର୍ମିକ ସମାରୋହ ପାଇଁ ଦିନଟି ଭଲ। ଜୀବନସାଥୀଙ୍କ ସହ ଭ୍ରମଣ ଯୋଗ ରହିଛି।

ଆଧିକ ପଢନ୍ତୁ : ପାଣି ପିଇବା ସମୟରେ ଆପଣ ମଧ୍ୟ କରୁଛନ୍ତି କି ଏହି ଭୁଲ ? ଆଜି ହିଁ ହୋଇଯାଆନ୍ତୁ ସାବଧାନ! ନଚେତ୍... 

ଧନୁ: ବନ୍ଧୁମିଳନ ହେବ। ଅଧିକ ଚିନ୍ତା କରନ୍ତୁନି। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ପତି-ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ମହିଳାମାନେ ଧାର୍ମିକ କାମରେ ବ୍ୟସ୍ତ ରହିବେ।

ମକର: ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଉଧାର ଦେଉଥିଲେ ସାବଧାନ ହୋଇଯାଆନ୍ତୁ। ପରିବାର ସହିତ କିଛି ସମୟ ବିତାନ୍ତୁ। କର୍ମକ୍ଷେତ୍ରରେ ପଦୋନ୍ନତି ଯୋଗ ରହିଛି। ବୟସ୍କ ବ୍ୟକ୍ତିଙ୍କ ସେବା କରନ୍ତୁ।

କୁମ୍ଭ: ଅତିଥିଙ୍କ ସ୍ବାସ୍ଥ୍ୟସମସ୍ୟାକୁ ନେଇ ଚିନ୍ତା କରିବେ। ପିଲାମାନଙ୍କ କାର୍ଯ୍ୟକଳାପରେ ଦିନଟି ଭଲରେ ବିତିବ। ଜୀବନସାଥିଙ୍କ ପାଇଁ କୌଣସି କାର୍ଯ୍ୟ ଗଡ଼ବଡ଼ ହୋଇପାରେ।

ମୀନ: ଆଖିବୁଜି ଅନ୍ୟମାନଙ୍କ ଉପରେ ଭରସା କରନ୍ତୁନି। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବୈବାହିକ ଜୀବନ ମଧୁମୟ ହେବ । ପିଲାମାନେ ପଢ଼ାପଢ଼ିରେ ଅଧିକ ଧ୍ୟାନ ଦେବେ ।

ଆଧିକ ପଢନ୍ତୁ : କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ଦେଖା ଦେବା ସହ ଅଧିକ ବିଶ୍ବାସ କରି ଠକାମିର ଶିକାର ହେବେ! ପଢନ୍ତୁ ସାପ୍ତାହିକ ରାଶିଫଳ
 

Share this story