ସ୍ବାସ୍ଥ୍ୟ ସମସ୍ୟା ଉପୁଜିବା ସହ କୌଣସି କଥାକୁ ନେଇ ଚିନ୍ତାରେ ରହିବେ! ପଢନ୍ତୁ ଆଜିର ରାଶିଫଳ 
 

Horoscope for Tuesday 2nd April 2024
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ ଆସନ୍ତୁ ଜାଣିବା...

ମେଷ: ବ୍ୟକ୍ତିଗତ ମାମଲାରେ ରୁଚି ବଢ଼ାନ୍ତୁ। ଭୂମି, ଗୃହ କିଣିବା ପାଇଁ ମନ ବଳାଇେବ। କ୍ୟାରିୟରରେ ସଫଳତା ହାସଲ କରିେବ। ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବେ।

ବୃଷ: ଅନ୍ୟଙ୍କୁ ଦେଇଥିବା କଥାକୁ ରଖିବେ। ସୁଖଦ ସମୟ ବିତାଇପାରନ୍ତି। ଶିକ୍ଷାରେ ସଫଳତା ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ଆବଶ୍ୟକସ୍ଥଳେ ଉଚିତ ନିଷ୍ପତ୍ତି ନେଇପାରନ୍ତି।

ମିଥୁନ: ଚାକିରି କ୍ଷେତ୍ରରେ ସହଯୋଗ ପାଇବେ। ମାନସିକ ଶାନ୍ତି ବଜାୟ ରହିବ। ଶିକ୍ଷାକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହୋଇପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ଉପୁଜିପାରେ। ଆଜିର ଦିନରେ ସକ୍ରିୟ ରହିେବ।

ଆଧିକ ପଢନ୍ତୁ : କିଡନୀ ଖରାପ ବୋଲି ଜାଣିବେ କେମିତି ? ଏସବୁ ଲକ୍ଷଣ ଦେଖାଦେଲେ ହୋଇଯାଆନ୍ତୁ ସାବଧାନ! 

କର୍କଟ: ଘରୋଇ ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବିପରୀତ ପରିସ୍ଥିତିରେ ଧୈର୍ଯ୍ୟହରା ହୁଅନ୍ତୁନି। ପରିବାର ସଦସ୍ୟଙ୍କ ସହ ଦୂରସ୍ଥାନ ଯାତ୍ରା କରିପାରନ୍ତି।

ସିଂହ: ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ନୂତନ ଯାନବାହନ କ୍ରୟ କରିପାରନ୍ତି। ଅଚାନକ ଖୁସି ଖବର ପାଇବେ। ଅବିବାହିତଙ୍କ ପାଇଁ ଉତ୍ତମ ବିବାହ ପ୍ରସ୍ତାବ ଆସିପାରେ।

କନ୍ୟା: ହଠାତ୍‌ ଖୁସି ଖବର ପାଇବେ। ଧନପ୍ରାପ୍ତି ଯୋଗ ରହିଛି। ଘରଲୋକଙ୍କ ସହ ସମୟ ବିତାଇବାକୁ ସୁଯୋଗ ପାଇବେ । ଆତ୍ମବିଶ୍ବାସ ବୃଦ୍ଧି ପାଇବ। ବ୍ୟବସାୟରେ ଲାଭବାନ ହେବେ ।

ତୁଳା: ରାଜନୀତି କ୍ଷେତ୍ରରେ ସକ୍ରିୟ ରହିବେ। ରଚନାତ୍ମକ କାର୍ଯ୍ୟରେ ଜଡ଼ିତ ରହିପାରନ୍ତି। ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ। ମାନସମ୍ମାନ ବୃଦ୍ଧି ପାଇବ। ଯେକୌଣସି ପରିସ୍ଥିତିରେ ଧୈର୍ଯ୍ୟହରା ହୁଅନ୍ତୁନି।

ଆଧିକ ପଢନ୍ତୁ : ଗୋଟିଏ ରାଶିରେ ଏକାସାଙ୍ଗରେ ୪ ଗ୍ରହଙ୍କ ମିଳନ, ଚତୁଃଗ୍ରାହୀ ଯୋଗ ଯୋଗୁଁ ୫ରାଶିଙ୍କ ଫିଟିବ ଭାଗ୍ୟ!

ବିଛା: ଅଯଥା ଯୁକ୍ତି କରନ୍ତୁନି। ପାରମ୍ପରିକ କାର୍ଯ୍ୟରେ ଜଡ଼ିତ ରହିବେ। ଧାର୍ମିକ ଯାତ୍ରା କରିପାରନ୍ତି। ଅତିଥି ସତ୍କାରରେ ଦିନ ବିତିବ। ଖର୍ଚ୍ଚ ବଢ଼ିବ। ମହିଳାଙ୍କ ଦାୟିତ୍ବ ବଢ଼ିବ।

ଧନୁ: କୌଣସି କଥାକୁ ନେଇ ଚିନ୍ତା କରିବେ। ଟଙ୍କା ନେଣଦେଣ ସମୟରେ ସାବଧାନ ରୁହନ୍ତୁ। କ୍ୟାରିୟରକୁ ନେଇ ମନ ପ୍ରସନ୍ନ ରହିବ। ବନ୍ଧୁଙ୍କୁ ଉପହାର ପ୍ରଦାନ କରିବେ।

ମକର: ପଦ-ପ୍ରତିଷ୍ଠା ମିୂଳିବ। ଆଳସ୍ୟ ଅନୁଭବ କରିପାରନ୍ତି। ମନରେ ନକାରାତ୍ମକ ଚିନ୍ତା ଆସିପାରେ। ବ୍ୟବସାୟରେ ସମସ୍ୟା ଉପୁଜିପାରେ। ଚିଡ଼ିଚିଡ଼ାପଣ ଦେଖାଦେବ। ଅଯଥା ଖର୍ଚ୍ଚ ବଢ଼ିବ।

କୁମ୍ଭ: ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ଅଚାନକ ଶୁଭ ଖବର ପାଇବେ। କର୍ମକ୍ଷେତ୍ରରେ କଠିନ ପରିସ୍ଥିତି ଦେଇ ଗତି କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଉଧାର ମାଗିପାରନ୍ତି।

ମୀନ: କାର୍ଯ୍ୟକ୍ଷେତ୍ରରେ ସମସ୍ତଙ୍କୁ ଭରସା କରନ୍ତୁନି। ପରିବାରରେ ଲାଗି ରହିଥିବା କଳି ଝଗଡ଼ାରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ପତି-ପତ୍ନୀଙ୍କ ମଧ୍ୟରେ ମତାନ୍ତର ହୋଇପାରେ।

ଆଧିକ ପଢନ୍ତୁ : କେମିତି ଜାଣିବେ ହୋଇଛି କି ପେଟ କ୍ୟାନସର ? ହେବା ପୂର୍ବରୁ ଦେଖାଦିଏ ଏସବୁ ଲକ୍ଷଣ 
 

Share this story