ଦାମ୍ପତ୍ୟ ଜୀବନ ଚିନ୍ତାଜନକ ହେବ, କାର୍ଯ୍ୟ ସ୍ଥିତିରେ ସୁଧାର ଆସିଲେ ମଧ୍ୟ ସ୍ବାସ୍ଥ୍ୟ ଭଲ ରହିବ ନାହିଁ! ପଢନ୍ତୁ ଆଜିର ରାଶିଫଳ
ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ ଆସନ୍ତୁ ଜାଣିବା...
ମେଷ: କର୍ମଚଞ୍ଚଳ ରହିବେ। ମନ ଖୁସି ରହିବ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଉତ୍ତମ। ବ୍ୟବସାୟରୁ ଲାଭ ମିଳିବ। ଛାତ୍ରଛାତ୍ରୀ ଖେଳକୁଦରେ ସମୟ ଅତିବାହିତ କରିବେ।
ବୃଷ: କଳା, ମନୋରଞ୍ଜନ ପ୍ରତି ଆଗ୍ରହ ବଢ଼ିବ। ପରିବାର ସହ କୌଣସି ଦୂର ସ୍ଥାନକୁ ଯାତ୍ରା କରିବେ। ପ୍ରେମ ମାମଲାରେ କିଛି ନୂଆ ନିଷ୍ପତ୍ତି ନେବେ। ପ୍ରିୟଜନଙ୍କଠାରୁ ଉପହାର ପାଇବେ।
ମିଥୁନ: ବ୍ୟବସାୟ ଓ ଧାର୍ମିକ କାର୍ଯ୍ୟ ପାଇଁ ଅନୁକୂଳ ସମୟ। ବ୍ୟାୟାମ, ଯୋଗ, ଉଚ୍ଚଶିକ୍ଷା, ଧ୍ୟାନ ଆଦି ପ୍ରତି ରୁଚି ବଢ଼ିବ। ଜମି ବିବାଦ ର ସମାଧାନ ହେବ। ସାମାଜିକ କାର୍ଯ୍ୟରେ ସାମିଲ ହେବେ।
ଅଧିକ ପଢନ୍ତୁ : ସ୍ତନ କର୍କଟ କାହିଁକି ହୁଏ ? ମହିଳା ମେନେ ନିଶ୍ଚୟ ଜାଣନ୍ତୁ ଏହାର କାରଣ ଓ ଲକ୍ଷଣ
କର୍କଟ: କାର୍ଯ୍ୟ ସ୍ଥିତିରେ ସୁଧାର ଆସିଲେ ମଧ୍ୟ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଦାମ୍ପତ୍ୟ ଜୀବନ ଚିନ୍ତାଜନକ ହେବ। କୌଣସି ସ୍ଥାନକୁ ବୁଲିବାକୁ ଯାଆନ୍ତୁ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ।
ସିଂହ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। କିଛି କ୍ଷେତ୍ରରେ ଅସଫଳ ରହିବେ। କାଳୀ ମା’ଙ୍କ ପୂଜା କରନ୍ତୁ। ନୂଆ ଯୋଜନା ପାଇଁ ଉପଯୁକ୍ତ ସମୟ। ଯୋଗ,ବ୍ୟାୟାମ ପ୍ରତି ଆଗ୍ରହ ପ୍ରକାଶ କରିବେ।
କନ୍ୟା: ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ। ବିରୋଧୀଙ୍କଠାରୁ ଦୂରେଇ ରହିବେ। ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣା ଦୂର ହେବ। ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷାରେ ସଫଳ ହେବେ।
ତୁଳା: ବ୍ୟବସାୟରୁ ଲାଭ ମିଳିବ। ପରିବାର ସଦସ୍ୟଙ୍କ ସହ ମତାନ୍ତର ଦୂର ହେବ। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ସନ୍ତାନଙ୍କ ସହଯୋଗ ପ୍ରାପ୍ତ ହେବ। ଋଣ ସମସ୍ୟା ଦୂର ହେବ।
ଦେଖନ୍ତୁ ଭିଡିଓ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅଭିନେତାଙ୍କ ଭିଣୋଇଙ୍କ ଗଲା ଜୀବନ, ଭଉଣୀ ଗୁରୁତର,
ବିଛା: ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖା ଦେବ। କୋର୍ଟକଚେରୀ ମାମଲାରେ ବିଜୟ ଲାଭ କରିବେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ସନ୍ତାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିବ।
ଧନୁ: ପିଲାଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ଭଲ କାର୍ଯ୍ୟ ଯୋଗୁଁ ସମାଜରେ ପ୍ରତିଷ୍ଠା ବଢ଼ିବ। ମନୋରଞ୍ଜନ କାର୍ଯ୍ୟରେ ନିଜକୁ ସାମିଲ କରିବେ।
ମକର: ଦିନଟିରେ କର୍ମଚଞ୍ଚଳ ରହିବେ। ଧନ ବୃଦ୍ଧି ସହ ଅର୍ଥ ସଞ୍ଚୟ କରିବେ। ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବେ। ଦାମ୍ପତ୍ୟ ଜୀବନ ହସଖୁସିରେ କଟିବ। ନିବେଶ ପାଇଁ ଅନୁକୂଳ ସମୟ।
କୁମ୍ଭ: ବ୍ୟବସାୟକୁ ମଜଭୁତ କରିବା ପାଇଁ ଅଧିକ ପ୍ରୟାସ କରିବାକୁ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଛାତ୍ରଛାତ୍ର ଦିନଚର୍ଯ୍ୟାରେ ପରିବର୍ତ୍ତନ ଆଣିବେ। ଅଫିସ୍ କାମରେ ବିଦେଶ ଯାତ୍ରା ଯୋଗ ରହିଛି।
ମୀନ: କାର୍ଯ୍ୟ ଆରମ୍ଭ ପାଇଁ ଅନୁକୂଳ ସମୟ। ମାନସିକ ସ୍ବାସ୍ଥ୍ୟରେ ସୁଧାର ଆସିବ। ପରୀକ୍ଷାର୍ଥୀ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ଅଫିସ୍ରେ ନୂଆ କାମ ଆରମ୍ଭ କରିବେ। ବିବାହ ପ୍ରସ୍ତାବ ଆସିବ।
ଅଧିକ ପଢନ୍ତୁ : ଚାକିରିରେ ପ୍ରମୋସନ ସହ ଆକସ୍ମିକ ଧନଲାଭର ରହିଛି ଯୋଗ! ବୃହସ୍ପତି ଚଳନ ଯୋଗୁଁ ବଦଳିବ ୩ ରାଶିଙ୍କ ଭାଗ୍ୟ