ସ୍ତନ କର୍କଟ କାହିଁକି ହୁଏ ? ମହିଳା ମେନେ ନିଶ୍ଚୟ ଜାଣନ୍ତୁ ଏହାର କାରଣ ଓ ଲକ୍ଷଣ  

Breast cancer Symptoms and causes
ସ୍ତନ କର୍କଟର ଲକ୍ଷଣ ଓ କାରଣ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ସ୍ତନ କର୍କଟ ହେଉଛି ଏକ କର୍କଟ ଯାହା ବିଶେଷତଃ ମହିଳାମାନଙ୍କ ସ୍ତନରେ ଦେଖାଯାଏ ଏବଂ ଏହା ବିଶ୍ୱର ମହିଳାମାନଙ୍କ ମଧ୍ୟରେ ସବୁଠାରୁ ସାଧାରଣ ପ୍ରକାରର କର୍କଟ ଅଟେ।  ସନ୍ତ କର୍କଟ ଏକ ଗୁରୁତର ରୋଗ ଅଟେ । ଠିକ୍ ସମୟରେ ଏହି ରୋଗ ଚିହ୍ନଟ ହେଲେ ଏହାର ଚିକିତ୍ସା ସମ୍ଭବ ହୋଇପାରିବ । 

ସ୍ତନ କର୍କଟ ପଛର ଏହା ହେଉଛି କାରଣ ବୋଲି କହିବା ଅତ୍ୟନ୍ତ କଷ୍ଟକର। କିନ୍ତୁ ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ, ଏହା ପଛର କାରଣ ଜୀବନଶୈଳୀ ଏବଂ ଖରାପ ଖାଦ୍ୟ ଖାଇବା ଅଭ୍ୟାସ ହୋଇପାରେ। ଏହା ପଛର କାରଣଗୁଡ଼ିକ ହେଉଛି ବୟସ ବୃଦ୍ଧି, ଜେନେଟିକ୍ସ, ମେଦବହୁଳତା, ଧୂମପାନ, ଅତ୍ୟଧିକ ମଦ୍ୟପାନ କରିବା, ସନ୍ତାନ ଜନ୍ମ ନକରିବା ଏବଂ ବୟସ୍କ ବୟସରେ ସନ୍ତାନ ଜନ୍ମ କରିବା।

ଅଧିକ ପଢନ୍ତୁ : ଆପଣଙ୍କୁ ହୋଇଛି କି ଡାଇସେଟିସ୍ ? ଏସବୁ ଲକ୍ଷଣରୁ ଜାଣି ହୋଇଯାଆନ୍ତୁ ସତର୍କ! ନଚେତ୍...ଭୋଗିବେ

ସନ୍ତ କର୍କଟର ଲକ୍ଷଣ :-

ସନ୍ତ କର୍କଟ ରୋଗର ଲକ୍ଷଣ ଆରମ୍ଭରୁ ଦୃଶ୍ୟମାନ ହୋଇନଥାଏ । ଇଣ୍ଡିଆନ୍ କ୍ୟାନସର ସୋସାଇଟି ଅନୁଯାୟୀ, ସ୍ତନ କର୍କଟ ରୋଗର ଲକ୍ଷଣ ବିଭିନ୍ନ ମହିଳାଙ୍କଠାରେ ଭିନ୍ନ ଭିନ୍ନ ହୋଇପାରେ, ଯାହା ମଧ୍ୟରୁ କେତେକ ନିମ୍ନଲିଖିତ ଅଟେ ।

ସ୍ତନ କର୍କଟ ରୋଗର ଲକ୍ଷଣ ମଧ୍ୟରେ ସ୍ତନ ମଧ୍ୟରେ ଗଣ୍ଠି, ସ୍ତନର ଆକାର ପରିବର୍ତ୍ତନ, ସ୍ତନମୁହଁ/ ନିପଲ୍ ଟାଣିହୋଇ ରହିବା, ସ୍ତନ କିମ୍ବା ଏହା ପାଖରେ ଯନ୍ତ୍ରଣା ଅନ୍ତର୍ଭୁକ୍ତ। ସ୍ତନରୁ ଧଳା ରଙ୍ଗ, ଚର୍ମ ପରିବର୍ତ୍ତନ ହୁଏ। ଯଦି ଆପଣ ଏହି ରୋଗରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ତୁରନ୍ତ ଏହାର ଚିକିତ୍ସା ଆରମ୍ଭ କରନ୍ତୁ। 

୪୦ ବର୍ଷରୁ ଅଧିକ ମହିଳାଙ୍କ ପାଇଁ ମାମୋଗ୍ରାମ୍ ପ୍ରାୟତଃ ପରାମର୍ଶ ଦିଆଯାଏ। ସ୍ତନ କର୍କଟ ରୋକିବାରେ ଅସ୍ତ୍ରୋପଚାର, କେମୋଥେରାପି, ହରମୋନ୍ ଥେରାପି ଅନ୍ତର୍ଭୁକ୍ତ। ଯଦି ଏହା ସମୟ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହା ସାଂଘାତିକ ମଧ୍ୟ ହୋଇପାରେ।

ଅଧିକ ପଢନ୍ତୁ : ଆପଣଙ୍କୁ ହୋଇଛି କି ବ୍ଲଡ଼ କ୍ୟାନ୍ସର ? ଏହି ଲକ୍ଷଣଗୁଡ଼ିକ ଦେଖା ଦେଲେ କରନ୍ତୁନି ଅଣଦେଖା 

ସ୍ତନ କର୍କଟ ରୋଗର କାରଣ :-

ମହିଳାମାନଙ୍କଠାରେ ଏହା ମୁଖ୍ୟତ ଦେଖାଯାଏ, ଯଦିଓ ପୁରୁଷଙ୍କଠାରେ ମଧ୍ୟ ସ୍ତନ କର୍କଟ ଦେଖାଦେବା ବିରଳ ନୁହେଁ। ବୟସରେ ବୃଦ୍ଧି। ପରିବାରରେ କାହାକୁ ଯଦି ପୂର୍ବରୁ ସ୍ତନ କର୍କଟ ହୋଇଥାଏ, ତା ହେଲେ ଅନ୍ୟ ମହିଳାଙ୍କୁ ହେବାର ସମ୍ଭାବନା ଅଧିକ ଥାଏ। ଯଦି ପୂର୍ବରୁ ପ୍ରାକ୍-କର୍କଟର ଲକ୍ଷଣ ବା ଅର୍ବୁଦ ଦେଖାଦିଏ । ଅବଶ୍ୟ, କେବଳ ୫-୧୦% ସ୍ତନ କର୍କଟ ରୋଗ ଜେନେଟିକ କାରଣରୁ ହୋଇଥାଏ ।

ବଂଶାନୁକ୍ରମିକ ଜିନ୍‌ର ପ୍ରଭାବ – BRCA-1 ଓ BRCA-2 ଜିନ୍‌ରେ ପରିବର୍ତ୍ତନ, ହରମନ୍ ଅସନ୍ତୁଳନ, ଅନିୟମିତ ଜୀବନଶୈଳୀ ମଧ୍ୟ ସ୍ତନ କର୍କଟର ସମ୍ଭାବନା ହୋଇଥାଏ । ମେଦବହୁଳତା । ଶୀଘ୍ର/ ଅଳ୍ପ ବୟସରେ ଋତୁସ୍ରାବ ଆରମ୍ଭ ହେବା । ବିଳମ୍ବ/ ଅଧିକ ବୟସରେ ଋତୁସ୍ରାବ ବନ୍ଦ ହେବା । ଗର୍ଭଧାରଣରେ ବିଳମ୍ବ । ଗର୍ଭନିରୋଧକ ବଟିକା/ ଔଷଧର ବ୍ୟବହାର ମଦ୍ୟପାନ କରିବା ଦ୍ବାରା ବ୍ରେଷ୍ଟ କ୍ୟାନସର ହୋଇଥାଏ  । ତେଣୁ ଏହାକୁ ବିଲକୁଲ ବି ଅଣଦେଖା କରନ୍ତୁ ନାହିଁ। ଏବଂ ଡାକ୍ତରଙ୍କ ପରାମଶ୍ର ଅନୁସାରେ ସିକିତ୍ସିତ ହୁଅନ୍ତୁ।

ଅଧିକ ପଢନ୍ତୁ : ଅଚାନକ୍ “ହୃଦଘାତ” ଆସିଲେ କରିବେ କଣ ? ଜାଣିଲେ ଆପଣ ମଧ୍ୟ ବଞ୍ଚାଇପାରିବେ ଜଣଙ୍କ ଜୀବନ
 

Share this story