ଚାକିରିରେ ପ୍ରମୋସନ ସହ ଆକସ୍ମିକ ଧନଲାଭର ରହିଛି ଯୋଗ! ବୃହସ୍ପତି ଚଳନ ଯୋଗୁଁ ବଦଳିବ ୩ ରାଶିଙ୍କ ଭାଗ୍ୟ  
 

Guru ast 2024 Jupiter Transit In Taurus these 3 zodiac sign will get more benfit
ବୃହସ୍ପତି ଚଳନ ଯୋଗୁଁ ବଦଳିବ ୩ ରାଶିଙ୍କ ଭାଗ୍ୟ  
 

ଓଡ଼ିଆ ଗସିପ୍ ବ୍ୟୁରୋ: ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତି ମହାରାଜ୍ ଆସନ୍ତା ମେ ୧ ତାରିଖ ଦିନ ବୃଷ ରାଶିରେ ପ୍ରବେଶ କରିବେ। ପରେ ପୁଣି ସେହି ରାଶିରେ ମେ ୩ ତାରିଖ ରାତି ୧୦ଟା ୮ ମିନିଟ୍ ସମୟରେ ଅସ୍ତ ହେବେ। ବୃଷ ରାଶିରେ ବୃହସ୍ପତିଙ୍କ ଅସ୍ତ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। କାହିଁକିନା ବୈଦିକ ଜ୍ୟୋତିଶ ଦେବଗୁରୁ ବୃହସ୍ପତିଙ୍କୁ  ସୁଖର କାରକ ବୋଲି କୁହାଯାଏ । 

ଜାତକ ବା ରାଶିରେ ଏହି ଗ୍ରହର ସ୍ଥିତି ବ୍ୟକ୍ତିକୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିଥାଏ । ବୃହସ୍ପତିଙ୍କ ଆଶୀର୍ବାଦ ହେତୁ ବ୍ୟକ୍ତି ଜୀବନରେ ସମସ୍ତ ପ୍ରକାରର ସାମଗ୍ରୀକ ସୁଖ ଲାଭ କରିଥାଏ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବା ସହିତ ବିବାହ ରେ ବିଳମ୍ବ ହେଉଥିବା ସମସ୍ୟା ମଧ୍ୟ ଦୂର ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ୩ ରାଶିଙ୍କ ଭାଗ୍ୟ ବଦଳାଇବେ ବୃହସ୍ପତି...

ଅଧିକ ପଢନ୍ତୁ : ମନରେ ଦୁଶ୍ଚିନ୍ତା ଓ ଅସ୍ଥିରତା ଦେଖା ଦେବା ସହ ଅର୍ଥାଭାବ ଯୋଗୁଁ ଧାର କରି କାର୍ଯ୍ୟ ତୁଲାଇବେ! ପଢନ୍ତୁ ଏ ସପ୍ତାହର ରାଶିଫଳ…

ଧନବାନ୍ ହେବେ ଏହି ୩ରାଶି: 

ମେଷ: ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ବିଶେଷକରି,କ୍ୟାରିୟରରେ ସଫଳତା ପ୍ରାପ୍ତ କରିବେ। କର୍ମକ୍ଷେତ୍ରରେ ପଦୋନ୍ନତି ହେବା ସହ ଦରମା ବୃଦ୍ଧି ହେବ। ଆୟ ବଢିବ। ବ୍ୟବସାୟୀଙ୍କ ପାଇଁ ଭଲ ଦିନ ଆରମ୍ଭ ହେବାକୁ ଯାଉଛି। କୌଣସି ଏକ ବଡ଼ ଡିଲ୍ ଫାଇନାଲ୍ ହୋଇପାରେ।  ଆର୍ଥିକ ସ୍ଥିତି ମଜବୁତ୍ ହେବ। 

ଆଶା କରୁଥିବା ଦିଗରୁ ଅର୍ଥ ମିଳିବ। ବୈବାହିକ ଜୀବନ ସୁଖମୟ ହେବ। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ପୁଣି ଥରେ ଯୋଡି଼ ହେବ। ନିଜ ଜୀବନ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ବିତାଇବେ। ପିତାମାତାଙ୍କ ଆଶୀର୍ବାଦ ହେତୁ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ।

ଅଧିକ ପଢନ୍ତୁ : ଅଚାନକ୍ “ହୃଦଘାତ” ଆସିଲେ କରିବେ କଣ ? ଜାଣିଲେ ଆପଣ ମଧ୍ୟ ବଞ୍ଚାଇପାରିବେ ଜଣଙ୍କ ଜୀବନ

କର୍କଟ: ଏହି ରାଶି ଲୋକଙ୍କ ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ଯେଉଁମାନେ ଅବିବାହିତ ଅଛନ୍ତି । ସେମାନଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଜୀବନସାଥୀଙ୍କ ଠାରୁ ବିଭିନ୍ନ କାର୍ଯ୍ୟରେ ପୂର୍ଣ୍ଣ ସମର୍ଥନ ପାଇବେ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନଙ୍କୁ ଭଲ ରେଜଲ୍ଟ ମିଳିବ। କଠିନ ପରିଶ୍ରମର ଫଳ ପାଇବେ। ଆକସ୍ମିକ ଧନଲାଭ ନେଇ ଯୋଗ ରହିଛି। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି।

ତୁଳା:  ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବିରାଟ୍ ପରିବର୍ତ୍ତନ ଆସିବ। ଏହି ରାଶିଙ୍କ ଦୁଃଖ କଷ୍ଟକୁ ହରଣ କରିବେ ବୃହସ୍ପତି ମହାରାଜ୍ । ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବା ସହ ଧାର୍ମିକ ଯାତ୍ରା କରିପାରନ୍ତି।  ଏହି ଅବଧି ମଧ୍ୟରେ ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ଘଟିବା ସହ ଦାରିଦ୍ରତା ପାଖ ମାଡିବ ନାହିଁ। ଯଦି ଏହି ସମୟରେ ଆପଣ କୌଣସି ନୂତନ ଯୋଜନା ବା ପ୍ଲାନ୍ ଆରମ୍ଭ କରିବାକୁ ଯାଉଛନ୍ତି ତାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ । 

ବୃହସ୍ପତି ଆପଣଙ୍କ ରାଶିର ନବମ ଏବଂ ଦ୍ଵାଦଶ ସ୍ଥାନର ଅଧିପତି ଅଟନ୍ତି ଏହାଯୋଗୁଁ ଭାଗ୍ଯ ଆପଣଙ୍କୁ ସହଯୋଗ କରିବ । ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ବଢିବ। ଆୟର ନୂତନ ଉତ୍ସ ମଧ୍ୟ ସୃଷ୍ଟି ହେବ। ଯାହା ଆର୍ଥିକ ସ୍ଥିତିକୁ ସୁଦୃଢ କରିବ।

ଅଧିକ ପଢନ୍ତୁ : ମାଡ଼ି ଆସୁଛି କାଳବୈଶାଖୀ, ଦୁଇଦିନ ଛେଚିବ ବର୍ଷା ! କମିବ ତାତି, ପୁଣି ଏହି ଦିନଠୁ ବଢିବ ତାପମାତ୍ରା

Share this story