ମାଡ଼ି ଆସୁଛି କାଳବୈଶାଖୀ, ଦୁଇଦିନ ଛେଚିବ ବର୍ଷା ! କମିବ ତାତି, ପୁଣି ଏହି ଦିନଠୁ ବଢିବ ତାପମାତ୍ରା
 

Light to moderate rainfall expected in these districts of odisha due to thunderstorms
ଏସବୁ ଜିଲ୍ଲର ପ୍ରବଳ ବର୍ଷିବ!
 

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟରେ ମୁଣ୍ଡଫଟା ଖରା ଯୋଗୁଁ ଗରମ ବୃଦ୍ଧି ପାଇଛି । ଅଧିକାଂଶ ସ୍ଥାନରେ ପାରଦ ୪୦ କିମ୍ବା ୪୦ ଡିଗ୍ରୀ ଉପରେ ରହିଛି । ସାରା ରାଜ୍ୟରେ ତାତିର ପ୍ରକୋପ ଜାରି ରହିଛି। ଅସହ୍ୟ ତାତି ଗରମ ଗୁଳୁଗୁଳି ଯୋଗୁଁ ରାଜ୍ୟବାସୀ କଲବଲ ହେଉଛନ୍ତି। ସକାଳ ୮ ଟାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଆରମ୍ଭ ହୋଇଯାଉଛି। 

ଆଜି ଦିନ ୨ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ସେଥିମଧ୍ୟରୁ ସୁନ୍ଦରଗଡର ତାପମାତ୍ରା ସର୍ବୋଚ୍ଚ ରହିଛ। ସୁନ୍ଦରଗଡର ତାପମାତ୍ରା ୪୩.୮ ଡ଼ିଗ୍ରୀ  ସେଲସିୟସ ରେକର୍ଡ କରାଯାଇଛି।  ସେହିପରି-ସୁନ୍ଦରଗଡ: 43.8°C, ସମ୍ବଲପୁର: 42.4°C, କେନ୍ଦୁଝର: 42.2°C, ଚାନ୍ଦବାଲି: 42.2°C,ହୀରାକୁଦ: 42°C, ରାଉରକେଲା: 41.8°C, ଭୁବନେଶ୍ୱର: 41.4°C, ବାଲେଶ୍ୱର: 39.4°C, ପାରାଦ୍ୱୀପ: 34.8°C, ପୁରୀ:34.4°C, ଗୋପାଳପୁର:33.6°C।

ଦିନତମାମ ଟାଣ ଖରାରେ ଭାଜି ହେଉଥିବା ଲୋକେ ରାତିରେ ବି ତାତିରୁ ନିସ୍ତାର ପାଉ ନାହାନ୍ତି। ଏହାରି ମଧ୍ୟରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଶ୍ବସ୍ତିକର ସୂଚନା ଆସିଛି। କାଳବୈଶାଖୀ ଜନିତ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। 

ଅଧିକ ପଢନ୍ତୁ : ମାନସିକ ଅବସାଦର ଶିକାର ହେବା ସହ ଅକସ୍ମାତ୍‌ ଦୂରଯାତ୍ରା କରି କରିପାରନ୍ତି! ପଢନ୍ତୁ ଏ ସପ୍ତାହର ରାଶିଫଳ

କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ କନ୍ଧମାଳ ଆଦି ଜିଲ୍ଲାରେ ବର୍ଷା ସହ ପବନର ବେଗ ୩୦ରୁ ୪୦ କିମି ପ୍ରତି ଘଣ୍ଟା ରହିପାରେ । ଫଳରେ ପଡୋଶୀ ଜିଲ୍ଲାଗୁଡିକ ଉପରେ ମଧ୍ୟ ସାମାନ୍ୟ ପ୍ରଭାବ ରହିପାରେ । ଏହାପରେ ଏପ୍ରିଲ୍‌ ୨୧ ତାରିଖରେ ଉତ୍ତର-ପୂର୍ବ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ ।

ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏପ୍ରିଲ ୨୧ ତାରିଖରେ ଏହି ସବୁ ଜିଲ୍ଲାରେ ବର୍ଷା ସହ ପବନର ବେଗ ୪୦ରୁ ୫୦ କିମି ପ୍ରତି ଘଣ୍ଟା ରହିପାରେ । ଏଣୁ ଲୋକଙ୍କୁ ସତର୍କ କରାଯାଇଛି ।

ଅଧିକ ପଢନ୍ତୁ : ଏହି ୪ ରାଶିଙ୍କ ପାଇଁ ସତର୍କ ଘଣ୍ଟି, ବୁଧଙ୍କ ଚଳନ ଯୋଗୁଁ ବିବାଦ ସହ ଧନହାନୀର ରହିଛି ଯୋଗ!

ଏପ୍ରିଲ୍‌ ୨୨ ତାରିଖରେ ପୂର୍ବ ଉପକୂଳ ଓଡିଶା ସମେତ ଉତ୍ତର ଉପକୂଳ ଓ ଆଭ୍ୟାନ୍ତରୀଣ ଜିଲ୍ଲାରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ । ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ନୟାଗଡ, ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଢେଙ୍କାନାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ଷାର ପ୍ରଭାବ ଏପ୍ରିଲ୍‌ ୨୫ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ।

ମୋଟାମୋଟି କହିବାକୁ ଗଲେ ଆସନ୍ତା ୨୧ ଓ ୨୨ ତାରିଖରେ କାଳବୈଶାଖୀ ପ୍ରଭାବ ହେତୁ ୨୧ ଠାରୁ ୨୪ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୨ ରୁ ୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। ଫଳରେ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ନିସ୍ତାର ମିଳିବ। ମାତ୍ର ପୁଣି ୨୫ ତାରିଖ ଠାରୁ ତାପମାତ୍ରାରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ୨୬ ଏପ୍ରିଲରୁ ୨ ମଇ ମଧ୍ୟରେ ରାଜ୍ୟରେ ପୁଣି ଉଷ୍ମ-ଆଦ୍ର ପାଣିପାଗ ସହ କିଛି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି।

ଅଧିକ ପଢନ୍ତୁ : ସୃଷ୍ଟି ହେବ ଗଜକେଶରୀ ରାଜଯୋଗ, ଚମକିବ ୪ ରାଶିଙ୍କ ଭାଗ୍ୟ! ଜାଣନ୍ତୁ କେବେ ?

Share this story