ସୃଷ୍ଟି ହେବ ଗଜକେଶରୀ ରାଜଯୋଗ, ଚମକିବ ୪ ରାଶିଙ୍କ ଭାଗ୍ୟ! ଜାଣନ୍ତୁ କେବେ ?

Gajkesari Yoga 2024 Effects These Zodiac Signs Will Get more Benefits
ଧନବାନ୍ ହେବେ ଏହି ୪ ରାଶି!
 

ଓଡ଼ିଆ ଗସିପ୍ ବ୍ୟୁରୋ: ବୈଶାଖ ଶୁକ୍ଳ ତୃତୀୟା ତିଥୀରେ ଅକ୍ଷୟ ତୃତୀୟା ପାଳନ କରାଯାଏ । ଚଳିତ ବର୍ଷ ମଇ ୧୦ରେ ପାଳିତ ହେବ ଅକ୍ଷୟ ତୃତୀୟା । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳତ ବର୍ଷ ଅକ୍ଷୟ ତୃତୀୟା କିଛି ରାଶିଙ୍କ ପାଇଁ ବେଶ ଖାସ୍ ହେବାକୁ ଯାଉଛି, ଏହି ଦିନ ଗଜକେଶରୀ ଯୋଗ ସହ ମଙ୍ଗଳ ଓ ବୁଧଙ୍କ ମିଳନ ହେତୁ ମୀନ ରାଶିରେ ଧନ ଯୋଗ ସୃଷ୍ଟି ହେବ । 

ଏହା ବ୍ୟତୀତ ସେହି ଦିନ ରବି ଯୋଗ ମଧ୍ଯ ସୃଷ୍ଟି ହେବାକୁ ଯାଉଛି । ଏହି ସମସ୍ତ ଯୋଗ ଫଳରେ ୪ଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ୪ ରାଶିଙ୍କ ବିଷୟରେ...

ଆଧିକ ପଢନ୍ତୁ : ପାରିବାରିକ ସମସ୍ୟା ଦେଖା ଦେବା ସହ ଅଧିକ ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି ଏହି ରାଶି ଲୋକ! ପଢନ୍ତୁ ଆଜିର ରାଶିଫଳ

ବୃଷ ରାଶି: ଏହି ଦିନ ବୃଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ଦାୟୀ ରହିବ । ଦୀର୍ଘ ଦିନରୁ ଆଶା କରିଥିବା ସଫଳତା ପ୍ରାପ୍ତି ହେବ । ଆୟର ନୂତନ ଉତ୍ସ ସୃଷ୍ଟି ହେବା ସହ ଆର୍ଥିକ ସ୍ଥିତି ମଜଭୁତ ହେବ । ବ୍ୟବସାୟୀମାନେ ଲାଭବାନ ହେବେ । ବିନିଯୋଗ ପାଇଁ ସମୟ ଅନୁକୂଳ ହେବ । ପରିବାରରେ ସୁଖ-ଶାନ୍ତି ଲାଗି ରହିବ।

ମିଥୁନ ରାଶି: ଚଳିତ ବର୍ଷ ଅକ୍ଷୟ ତୃତୀୟାରୁ ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଫିଟିବାକୁ ଯାଉଛି । ଏହି ସମୟରେ ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ମିଳିବା ନେଇ ଯୋଗ ରହିଛି ।  ଦୀର୍ଘ ଦିନ ଧରି ବିଚାରାଧୀନ ଥିବା କାର୍ଯ୍ୟ ସମାପ୍ତ ହେବ । ମିତ୍ରମାନଙ୍କ ସହ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ରହିଛି। ବ୍ୟବସାୟରେ ଉନ୍ନତି ହେବା ସହ ବୈବାହିକ ଜୀବନ ସୁଖମୟ ହେବ ।

ଆଧିକ ପଢନ୍ତୁ : ୟୁରିକ୍ ଏସିଡ୍‌କୁ ଦୂର କରିବ ଏହି ୩ଟି ଜିନିଷ, ଯନ୍ତ୍ରଣାରୁ ମିଳିବ ମୁକ୍ତି

ତୁଳା ରାଶି: ଅକ୍ଷୟ ତୃତୀୟାଠାରୁ ତୁଳା ରାଶିର ଜୀବନରେ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି । ଏହି ସମୟ ମଧ୍ଯରେ ସୁଖ- ସମୃଦ୍ଧି ସହ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ନେଇ ଯୋଗ ରହିଛି । ବିଦେଶ ଗସ୍ତ ଓ ଅଧ୍ୟୟନ କରିବାକୁ ଚିନ୍ତା କରୁଥିବା ଛାତ୍ରଛାତ୍ରୀ ସଫଳତା ପାଇପାରନ୍ତି ।

ଧନୁ ରାଶି: ଏହି ସମୟରେ ବିନିଯୋଗରୁ ଲାଭ ମିଳିବ । ଆୟ ବୃଦ୍ଧି ସହ ବିଭିନ୍ନ ଉତ୍ସରୁ ଧନପ୍ରାପ୍ତି ନେଇ ଯୋଗ ରହିଛି । ଆର୍ଥିକ୍ ସମସ୍ୟା ଦୂର ହେବ । ପରିବାରରେ ହସଖୁସି ଲାଗି ରହିବ । ଯାନବାହାନ କିମ୍ବା ନୂତନ ଜମି କ୍ରୟ ନେଇ ଯୋଗ ରହିଛି । ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ।

ଆଧିକ ପଢନ୍ତୁ : ଦମ୍ପତିଙ୍କ ଭିତରେ ଏତିକି ବୟସ ପାର୍ଥକ୍ୟ ରହିବା ଉଚିତ୍..ନଚେତ ବୈବାହିକ ଜୀବନରେ ଦେଖାଦେବ ଅଶାନ୍ତି!

Share this story