ଏହି ୪ ରାଶିଙ୍କ ପାଇଁ ସତର୍କ ଘଣ୍ଟି, ବୁଧଙ୍କ ଚଳନ ଯୋଗୁଁ ବିବାଦ ସହ ଧନହାନୀର ରହିଛି ଯୋଗ!
 

Budh margi Impact on these 4 zodiac signs
ବୁଧଙ୍କ ଚଳନ ସତର୍କ ରୁହନ୍ତୁ ଏହି ସବୁ ରାଶି!
 

ଓଡ଼ିଆ ଗସିପ୍ ବ୍ୟୁରୋ: ଜ୍ୟୋତିଶ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ରାଜକୁମାର ବୁଧ ଏପ୍ରିଲ ୧୫ ତାରିଖରେ ତୁଳା ରାଶି ଛାଡି ମୀନ ରାଶିକୁ ଚଳନ କରିସାରିଛନ୍ତି। ବୁଧଙ୍କୁ ଧନ, ବୃଦ୍ଧି, ବାଣୀ ଓ ବ୍ୟବସାୟର କାରକ ବୋଲି ବିବେଚନା କରାଯାଏ। ବୁଧଙ୍କ ସ୍ଥିତି ମଣିଷକୁ ବିଭିନ୍ନ କ୍ଷେତ୍ରରେ ସଫଳତା ପ୍ରଦାନ କରିଥାଏ। ତେବେ ବୁଧଙ୍କର ଏହି ରାଶି ପରିବର୍ତ୍ତନ କାହା ପାଇଁ ସତର୍କ ର ଘଣ୍ଟି ଆସନ୍ତୁ ଜାଣିବା...

ସତର୍କ ରୁହନ୍ତୁ ଏହି ସବୁ ରାଶି:

ମେଷ: ମୀନ ରାଶିରେ ବୁଧଙ୍କ ଅସ୍ତ ହେବା ବା ଚଳନ ଏହି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ବ୍ୟବସାୟୀମାନେ ଘାଟା ସହିବାର ସମ୍ଭାବନା ରହିଛି। ଯଦି କୌଣସି ବ୍ୟବସାୟରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି । ତେବେ, ଜଣେ ଏକ୍ସପର୍ଟଙ୍କ ପରାମର୍ଶ ନେଇ ଟଙ୍କା ବିନିଯୋଗ କରନ୍ତୁ । 

ଗାଡ଼ି ମଟର ଚଲାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। କଠିନ ପରିଶ୍ରମ କଲାପରେ ମଧ୍ୟ କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ପ୍ରିୟ ହୋଇପାରିବେ ନାହିଁ। ହେବାକୁ ଥିବା ପଦୋନ୍ନତି ବି ଅଟକିପାରେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଋଣ ମଧ୍ୟ ଆଣିପାରନ୍ତି। 

ଆଧିକ ପଢନ୍ତୁ : ଆପଣଙ୍କୁ ହୋଇଛି କି ଡାଇସେଟିସ୍ ? ଏସବୁ ଲକ୍ଷଣରୁ ଜାଣି ହୋଇଯାଆନ୍ତୁ ସତର୍କ! ନଚେତ୍...ଭୋଗିବେ

ସିଂହ:  ସିଂହ ରାଶିର ବ୍ୟକ୍ତି ବିଶେଷଙ୍କୁ କ୍ୟାରିୟରରେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେବାକୁ ପଡି଼ବ। କୌଣସି କାରଣ ପାଇଁ ନିଜ ଚାକିରି ହରାଇ ପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଛୋଟମୋଟ କଥାକୁ ନେଇ ନିଜ ସହକର୍ମୀଙ୍କ ସହ ବିବାଦ ଦେଖାଦେବ। କଠିନ ପରିଶ୍ରମ କଲେ ମଧ୍ୟ ଫଳ ପାଇବେ ନାହିଁ। କ୍ୟାରିୟରେ ବଡ଼ ଧରଣର କ୍ଷତି ସହିପାରନ୍ତି। ଏବଂ କ୍ୟାରିୟରକୁ ନେଇ ଚାପରେ ରହିବେ। ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ। 

ମୀନ:  ବୁଧଙ୍କ ଚଳନର କୁପ୍ରଭାବ ଏହି ରାଶି ଉପରେ ପଡି଼ବ। ଅଯଥା ଖର୍ଚ୍ଚ ବଢିବ। ପରିଶ୍ରମର ଫଳ ମିଳିବ ନାହିଁ। ପ୍ରେମ ବ୍ୟାପାରରେ ସମସ୍ୟା ଦେଖାଦେଇପାରେ। ଆଶା କରୁଥିବା ଦିଗରୁ ଅର୍ଥ ମିଳିବ ନାହିଁ । ଅଯଥା କଥାକୁ କେନ୍ଦ୍ର କରି ପରିବାରରେ ବିବାଦ ଦେଖାଦେବ। ରାଜନିତି କ୍ଷେତ୍ରରେ ଜଡି଼ତ ଥିବା ଲୋକଙ୍କ ପାଇଁ ସମୟ ଆଦୈ ଭଲ ନାହିଁ। ତେଣୁ ଦେଖିରଖି ଚଳନ୍ତୁ।

ବିଛା: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବିଛା ରାଶିର ଲୋକଙ୍କ ପାଇଁ ମୀନ ରାଶିରେ ବୁଧର ଚଳନ ଖୁବ୍ ଯନ୍ତ୍ରଣାଦାୟକ ହେବ। ଚାକିରିରେ କାମର ଚାପ ଅଧିକ ପଡ଼ିପାରେ। ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ସିନିୟରଙ୍କ ସହ କିଛି ପ୍ରସଙ୍ଗରେ ଯୁକ୍ତିତର୍କ ହୋଇପାରେ। ଯେଉଁ କାରଣରୁ ଆପଣ ଚାକିରିରୁ ବରଖାସ୍ତ ମଧ୍ୟ ହୋଇପାରନ୍ତି। 

ଆଧିକ ପଢନ୍ତୁ : ୟୁରିକ୍ ଏସିଡ୍‌କୁ ଦୂର କରିବ ଏହି ୩ଟି ଜିନିଷ, ଯନ୍ତ୍ରଣାରୁ ମିଳିବ ମୁକ୍ତି!

( Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)

Share this story