ଏହି ୩ ରାଶିର ବ୍ୟକ୍ତି ବିଶେଷଙ୍କୁ ଆଜି ନିଯୁକ୍ତି କ୍ଷେତ୍ରରେ ରହିଛି ସୁଯୋଗ; ରାଜନେତାଙ୍କ ପାଇଁ ଦିନଟି ଭଲ

ଆଜିର ରାଶିଫଳ, (ଅକ୍ଟୋବର ୧୦, ୨୦୧୯) ଗୁରୁବାର: ଏହି ରାଶି ଥିବା ବ୍ୟକ୍ତିଙ୍କ ପାପଗ୍ରହ ରାହୁଙ୍କ ଶୁଭ ଭାବରୁ ବ୍ୟବସାୟ ଲାଭଜନକ ହେବ…

ଓଡ଼ିଆ ଗସିପ୍ ବ୍ୟୁରୋ: ଭଲ ଥିଲେ ଖରାପ ଅଛି ସୁଖ ଥିଲେ ଦୁଃଖ । ଭଲ ଥିଲେ ମନ୍ଦ ଅଛି ମନ୍ଦ ଥିଲେ ଭଲ ବି ଅଛି । ଜୀବନରେ ଆମେ ଆଜି ଅପେକ୍ଷା କାଲିକୁ ଅଧିକରୁ ଅଧିକ ଧ୍ୟାନ ଦେଇଥାଉ । ସେ ଡର ହେଉ କି ସତର୍କତା । ଆମେ ଆମ ଜୀବନକୁ ଖୁସିମୟ ଶାନ୍ତିମୟ କରିବା ପାଇଁ ସବୁବେଳେ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତି ଯେ, ପ୍ରଭୁ ଭଲରେ କଟୁ ମୋ ଦିନ । ତେବେ ଚାଲନ୍ତୁ ଜାଣିବା ଆଜିର ରାଶି ଫଳ ସମ୍ପର୍କରେ । କଣ କହୁଛି ଆପଣଙ୍କ ରାଶିଚକ୍ର...
ଅଧିକ ପଢ଼ନ୍ତୁ:ସଂଯୁକ୍ତା ମହଲା ସହ ଲିଭ୍ ଇନରେ ଥିଲେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ: ବ୍ରେକ୍ ଅପ୍ ପରେ ଦୁହେଁ ଭାଙ୍ଗି ପଡ଼ିଛନ୍ତି

ମେଷ: ନିର୍ଦ୍ଧାରିତ ସମୟ ମଧ୍ୟରେ କାମ କରନ୍ତୁ ଆପଣଙ୍କୁ ଲାଭ ମିଳିବ। ନୂଆ କାମ କରିବାକୁ ଆଗ୍ରହୀ ଥିଲେ ବରିଷ୍ଠଙ୍କ ପରାମର୍ଶ ନିଅନ୍ତୁ। ଚାକିରିଆ ବ୍ୟକ୍ତି ନିଜର ବାଣୀ ଉପରେ ଧ୍ୟାନ ଦିଅନ୍ତୁ। ‌
ବୃଷ: ପ୍ରତିଟି କାମ ମନଦେଇ କଲେ ସଫଳତା ପାଇବେ। ଜୀବନସାଥୀଙ୍କ ବିଚାର ବୁଝିବାକୁ ଚେଷ୍ଟା କରିବେ। ବିଦ୍ୟାର୍ଥୀ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ଭରିବେ।‌
ମିଥୁନ: ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ନିତିଦିନିଆ କାମ ସହଜରେ ପୂରା ହୋଇଯିବ। ଏଭଳି ବ୍ୟକ୍ତିଙ୍କ ସହ ମିଶିବେ ଯିଏ ଆପଣଙ୍କ ନୂଆ କାମରେ ସାହାଯ୍ୟ କରିବେ।
କର୍କଟ: କାର୍ଯ୍ୟକ୍ଷେତ୍ରରେ ଧନଲାଭର ନୂଆ ଉତ୍ସ ତଲାସ କରିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ। ଆପଣ କରିଆସୁଥିବା ଉଦ୍ୟମରେ ସଫଳ ହେବେ।

ଅଧିକ ପଢ଼ନ୍ତୁ: ସ୍କୁଲ ଯାଉଥିବା ଏହି ଶ୍ରେଣୀର ପିଲାଙ୍କୁ ମିଳିବ ଡ୍ରେସ ଏବଂ ଅନ୍ୟାନ୍ୟ ଜିନିଷ, ସରକାର କଲେ ଘୋଷଣା
ସିଂହ: ଜୀବନସାଥୀଙ୍କ ସହଯୋଗରେ ଆଗକୁ ବଢ଼ିବାର ସୁଯୋଗ ପାଇବେ। ନୂଆ ବେପାର ଆରମ୍ଭ କରିବା ପାଇଁ ଭାବିବେ। ଅଫିସ କାମ କରିବା ବେଳେ ମନକୁ ବିଭିନ୍ନ ଯୋଜନା ଆସିବ।
କନ୍ୟା: ପୂର୍ବ ବ୍ୟବସାୟ ଚୁକ୍ତିରୁ ଆପଣଙ୍କୁ ଅଚାନକ ଲାଭ ହେବ। ସାମାଜିକ ସଂସ୍ଥାର କାମରେ ସହଯୋଗ କରିବେ। ଘରୋଇ ଦାୟିତ୍ବ ନେଇ ପରିବାର ଲୋକଙ୍କ ସହ କଥା ହେବେ।
ତୁଳା: ବ୍ୟବସାୟରେ ଚୁକ୍ତି କରିବାକୁ ଯାଉଥିଲେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ସରକାରୀ କାମ ପୂରା କରିବାରେ ସମୟ ଲାଗିପାରେ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

ଅଧିକ ପଢ଼ନ୍ତୁ: ନ୍ୟୁଡ୍‌ କଲ୍‌ର କରୁଣ ପରିଣତି: ୫୦ ଥର ନିଜ ପେଟରେ କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କଲେ ଭୁବନେଶ୍ୱର ଯୁବକ

ବିଛା: ଆଜି ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ମିଳିବ। ବଡ଼ କଂପାନିରୁ ଚାକିରି ପାଇଁ ଡାକରା ଆସିବ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ। ଅଚାନକ ଧନଲାଭ ହେବ।
ଧନୁ: ଲୋକମାନଙ୍କୁ ସହଜରେ ନିଜ କଥାରେ ପ୍ରଭାବିତ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ମାନ ସମ୍ମାନ ପାଇବେ। କେହି ଆପଣଙ୍କ ସହ ମିଶିବାକୁ ଚେଷ୍ଟା କରିପାରନ୍ତି।
ମକର: ଆପଣଙ୍କ ବ୍ୟବହାର ଦ୍ବାରା ଲୋକମାନେ ପ୍ରଭାବିତ ହେବେ। ବନ୍ଧୁ ସହ ସମ୍ବନ୍ଧ ପୂର୍ବ ଅପେକ୍ଷା ଭଲ ହେବ। ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷ ଶୁଭ ଖବର ପାଇବେ।

ଅଧିକ ପଢ଼ନ୍ତୁ: Ex ମିନିଷ୍ଟରଙ୍କ S3X କାହାଣୀ; ଟୁଙ୍ଗୁର କାହାଣୀଠୁ ବି ବଳିଗଲାଣି
କୁମ୍ଭ: ସାମାଜିକ ଗଣମାଧ୍ୟମରେ ଯାହାଙ୍କୁ ବନ୍ଧୁ ଭାବେ ଗ୍ରହଣ କରିବେ ତାଙ୍କ ସହ ବନ୍ଧୁତା ଦୀର୍ଘ ଦିନ ଧରି ରହିବ। ସରକାରୀ ଚାକିରିଆଙ୍କୁ ଭଲ କାମ ପାଇଁ ପ୍ରୋତ୍ସାହନ ମିଳିବ।
ମୀନ: ବନ୍ଧୁ ସହ କଥାବାର୍ତ୍ତା କଲେ ଭଲ ପରାମର୍ଶ ପାଇବେ। ବ୍ୟବସାୟରେ ବାକି ପଡ଼ିଥିବା ଅର୍ଥ ପାଇବେ। ଦାମ୍ପତ୍ୟ ଜୀବନ ସଜାଡ଼ିବା ପାଇଁ ଜୀବନସାଥୀଙ୍କ ସହ କଥା ହେବେ।

Share this story