ସ୍ବାସ୍ଥ୍ୟ ସମସ୍ୟା ଉପୁଜିବା ସହ ଆର୍ଥିକ ସମସ୍ୟା ମଧ୍ୟ ସୃଷ୍ଟି ହେବ! ପଢନ୍ତୁ ଆଜିର ରାଶିଫଳ 
 

Horoscope for Thursday 28th March 2024
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: କେଉଁ ରାଶିର ଲୋକଙ୍କ ପାଇଁ ଏହି ଆଜିର ଦିନଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା ...

ମେଷ: ଅଫିସ୍‌ରେ ସମସ୍ୟା ଦେଖା ଦେବ। ଗୁରୁଜନଙ୍କ ସହ ଉତ୍ତମ ବୁଝାମଣା ରହିବ। ଆର୍ଥିକ ଦୃଷ୍ଟିରୁ ଦିନଟି ଉତ୍ତମ। ରୋଜଗାର ବୃଦ୍ଧି ହେବ। ମନ ପ୍ରସନ୍ନ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ।

ବୃଷ:ଦିନଟି ମିଶ୍ରଫଳ ପ୍ରଦାନ କରିବ। କୌଣସି କାର୍ଯ୍ୟ ବିଗିଡ଼ିଯାଇପାରେ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ଆଚରଣରେ ସଂଯମତା ରକ୍ଷା କରିବେ। ଆତ୍ମବିଶ୍ବାସର ସହ କାର୍ଯ୍ୟ କରିବେ।

ମିଥୁନ: ବିରୋଧୀଙ୍କ ସହ ମତାନ୍ତର ଦୂର ହେବ। ଆଇନ ସମ୍ବନ୍ଧୀୟ ମାମଲା ଆପଣଙ୍କ ସପକ୍ଷରେ ଯିବ। ପାରିବାରିକ ଜୀବନରେ ସୁଖଶାନ୍ତି ରହିବ। ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଭଲ।

କର୍କଟ: ଦାନଧର୍ମରେ ଦିନଟି ଅତିବାହିତ କରିବେ। ବିଦ୍ୟାର୍ଥୀ ବିଦେଶ ଯାତ୍ରା କରିବେ। ଗରିବଙ୍କୁ ସାହାଯ୍ୟ କରିବେ। ମାନସିକ ଶାନ୍ତି ମିଳିବ। ଖର୍ଚ୍ଚରେ ନିୟନ୍ତ୍ରଣ ରକ୍ଷା କରିବେ।

ଆଧିକ ପଢନ୍ତୁ: ଦ୍ବିତୀୟ ସନ୍ତାନ ପାଇଁ କରୁଛନ୍ତି କି ପ୍ଲାନ? ଜାଣନ୍ତୁ ସଠିକ୍ ସମୟ ବ୍ୟବଧାନ କେତେ ରହିବା ଉଚିତ୍

ସିଂହ: ଆର୍ଥିକ ସମସ୍ୟା ସୃଷ୍ଟି ହେବ। ସେଲ୍‌ସ ମାର୍କେଟିଂ କ୍ଷେତ୍ରରେ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ବିଶେଷ ଧ୍ୟାନ ଦେବେ। ଦୁର୍ଗା ଚାଳିଶା ପାଠ କରିବା ଭଲ। କାର୍ଯ୍ୟ ଧାରାରେ ପରିବର୍ତ୍ତନ ଆଣିବେ।

କନ୍ୟା: ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ବନ୍ଧୁଙ୍କ ସହାୟତାରେ କାମ ପୂରା କରିବେ। ଛାତ୍ରଛାତ୍ରୀ ପଢ଼ାକୁ ନେଇ ଚିନ୍ତାରେ ରହିବେ। ସ୍ବାସ୍ଥ୍ୟ ସମସ୍ୟା ଉପୁଜିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ତୁଳା: ଦିନଟିରେ ସଫଳତା ମିଳିବ। ପୈତୃକ ବ୍ୟବସାୟରୁ ଲାଭବାନ ହେବେ। ସକାରାତ୍ମକ ଚିନ୍ତାଧାରାରେ ସମସ୍ତ କାର୍ଯ୍ୟ କରିବେ। ଆର୍ଥିକ ଲାଭ ମିଳିବ। ବଚନରେ ମଧୁରତା ରକ୍ଷା କରିବେ।

ବିଛା: ବାଦବିବାଦରୁ ଦୂରେଇ ରହିବେ। ତରବରିଆ ଭାବେ ନିଷ୍ପତ୍ତି ନେବେ ନାହିଁ। କାମରୁ ଲାଭ ଓ ସଫଳତା ମିଳିବ। ବ୍ୟବସାୟରେ ଦୂରସ୍ଥାନକୁ ଯାତ୍ରା କରିବେ। ପ୍ରେମ ସମ୍ପର୍କ ସୁଖମୟ ହେବ।

ଆଧିକ ପଢନ୍ତୁ : ଏହି ୫ଟି ଖାଦ୍ୟ ଥାଇରଏଡ୍ ରୋଗୀଙ୍କ ପାଇଁ ବିଷ, ଜାଣନ୍ତୁ କଣ କଣ ?

ଧନୁ: କାର୍ଯ୍ୟକ୍ଷେତ୍ରରେ ଆତ୍ମବିଶ୍ବାସର ଅଭାବ ରହିବ। ସମସ୍ୟାରେ ପଡ଼ିପାରନ୍ତି। ପରିଶ୍ରମ ଅନୁସାରେ ସଫଳତା ମିଳିବ। ମହାଦେବଙ୍କ ପୂଜାର୍ଚ୍ଚନାରେ ସମୟ ବିତିବ।

ମକର: ବିବାହ ପ୍ରସ୍ତାବ ଆସିବ। କୌଣସି କଥାକୁ ନେଇ ଅଧିକ ଚିନ୍ତା କରିବେ ନାହିଁ। ଭାଇ,ଭଉଣୀଙ୍କ ସହ ହସ ଖୁସିରେ ଦିନ କାଟିବେ। ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

କୁମ୍ଭ: ପରନିନ୍ଦାରୁ ଦୂରେଇ ରହିବେ। ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ମତାନ୍ତର ଦେଖା ଦେବ। ରଣନୀତିରେ କାମ କରିବେ ଏବଂ ସଫଳତା ପ୍ରାପ୍ତି ହେବ। ସନ୍ତାନଙ୍କ କ୍ୟାରିୟରକୁ ନେଇ ଉପଯୁକ୍ତ ନିର୍ଣ୍ଣୟ ନେବେ।

ମୀନ: ମାନସିକ ଶାନ୍ତି ପାଇବେ। ଅଫିସ୍‌ରେ ପ୍ରତିଷ୍ଠା ବଢ଼ିବ। ଆର୍ଥିକ ଦୃଷ୍ଟିରୁ ଦିନଟି ଶୁଭ। କାମ ଆରମ୍ଭ ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନେବେ। ସମସ୍ତ କାମ ସହଜରେ ପୂରା କରିବେ।

ଆଧିକ ପଢନ୍ତୁ : କାହିଁକି ଝିଅମାନେ ଅଧାବାଟରୁ ପାର୍ଟନରର ହାତଛାଡ଼ି ଚାଲି ଯାଆନ୍ତି? ଜାଣନ୍ତୁ ଏହାର ଅସଲ କାରଣ
 

Share this story