ଏହି ରାଶି ଲୋକଙ୍କ ଶାରୀରିକ ଅସୁସ୍ଥତା ଯୋଗୁଁ ଅଯଥା ଧନ ଖର୍ଚ୍ଚ ହେବ! ପଢନ୍ତୁ ଆଜିର ରାଶିଫଳ 
 

Horoscope for Thursday 21 december 2023
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ଅର୍ଥାତ ଡିସେମ୍ବର ୨୧ ହେଉଛି ଗୁରୁବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ବେଶ ଅନୁକୂଳ ରହିବ। ନିଜ ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ। ବନ୍ଧୁଙ୍କ ସହ ଦୂର ଯାତ୍ରା କରିପାରନ୍ତି । ପାରିବାରିକ ବିବାଦର ଅନ୍ତ ଘଟିବ। 

ଅଧିକ ପଢନ୍ତୁ :ଏହି ସବୁ ଲକ୍ଷଣ ଦେଖା ଗଲେ ଜମାରୁ କରନ୍ତୁନି ଅଣଦେଖା, ହୋଇପାରେ ହାର୍ଟ ଆଟାକ୍‌, ନଚେତ୍‌...

ବୃଷ:  ଆଜି ବ୍ୟବସାୟରେ କୌଣସି ପ୍ରକାର ଅର୍ଥ ବିନିଯୋଗ କରନ୍ତୁ ନାହିଁ । ନଚେତ୍ ବଡ଼ ଧରଣର କ୍ଷତି ସହିପାରନ୍ତି। ଆଜି ଆପଣ ଆବଶ୍ୟକ କାର୍ଯ୍ୟ କରିବେ। ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରି ଆପଣଙ୍କୁ ଚାଲିବାକୁ ହେବ। ଯୋଜନା ନ କରି କାର୍ଯ୍ୟ କଲେ ଅସୁବିଧାରେ ପଡିପାରନ୍ତି। ପୁରୁଣା ରୋଗ ଆପଣଙ୍କୁ ସମସ୍ୟାରେ ପକାଇବ।

ମିଥୁନ: ବ୍ୟବସାୟୀଙ୍କ ଲାଗି ଦିନଟି ମଧ୍ୟମ ରହିବ । ପରିବାରରେ ମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ପ୍ରିୟଜନଙ୍କ ସହ କଥା କଟାକଟି ହେବାରୁ ମନ ଅଶାନ୍ତ ରହିବ । ଦୁଃ-ସମ୍ବାଦ ମିଳିପାରେ । କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ନେଇ ସମ୍ଭବନା ରହିଛି ।

ଅଧିକ ପଢନ୍ତୁ :ବିବାହିତ ପୁରୁଷ ମହିଳା ପ୍ରତି କାହିଁକି ଆକର୍ଷିତ ହୁଅନ୍ତି? ଜାଣନ୍ତୁ କଣ କହୁଛି ଚାଣକ୍ୟ ନୀତି ?

କର୍କଟ: ଆଜି ଆପଣ କଠିନ ପରିଶ୍ରମ କଲେ ମଧ୍ୟ ସେହି ଅନୁସାରେ ଫଳ ପାଇବେ ନାହିଁ। କାରବାର ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବେ। ଯଦି ଆପଣ କାହାଠାରୁ ଧନ ଉଧାର ନେଇଛନ୍ତି, ତେବେ ତାହାକୁ ଠିକ୍ ସମୟରେ ଫେରସ୍ତ କରିବାକୁ ପଡ଼ିବ। 

ସିଂହ: ଶତ୍ରୁ ପରାଜୟ ହେବେ । ବନ୍ଧୁଙ୍କ ସହ ଉତ୍ତମ ସମୟ ବିତେଇବେ । ବିଦେଶ ଯାତ୍ରା କରିବେ । ବ୍ୟାପାରରେ ଲାଭବାନ ହେବେ । ପରିବାରରେ ସୁଖରେ ସମୟ ବିତିବ। ବିଦ୍ୟାର୍ଥୀ ମାନେ ସଫଳତା ପାଇବେ ।

କନ୍ୟା: ଜିଦଖୋର ସ୍ଵଭାଵ ଯୋଗୁଁ କାର୍ଯ୍ୟ ବିଗିଡି ଯାଇପାରେ । ବ୍ୟାପାରରେ କ୍ଷତି ହୋଇପାରେ । ପରିବାରରେ ସଦସ୍ୟଙ୍କ ସହ ମନୋମାଳିନ୍ୟ ଦେଖାଦେବ । ଆଜି କୌଣସି ଜରୁରୀ ନିଷ୍ପତ୍ତି ନିଅନ୍ତୁ ନାହିଁ । ଭାବିଚିନ୍ତି କାର୍ଯ୍ୟ କରନ୍ତୁ ।

ଅଧିକ ପଢନ୍ତୁ :ଯୌନଶକ୍ତି ବଢାଇବ ଏହି ୫ ଖାଦ୍ୟ, ଦରକାର ପଡିବନି ଟାବଲେଟ୍‌ କି କ୍ୟାପସୁଲ୍‌

ତୁଳା:  ବନ୍ଧୁ ପରିଜନଙ୍କ ଠାରୁ ଉପହାର ମିଳିପାରେ। କୌଣସି ଶୁଭ ସମାଚାର ପାଇ ମନ ଉଲ୍ଲସିତ ହେବ । କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ଦ୍ୱାରା କାମ ସଫଳତାର ସହ ଶେଷ ହେବ । ବ୍ୟବସାୟରେ ଉନ୍ନତି ଯୋଗୁଁ ମାନସିକ ଶାନ୍ତି ମିଳିବ । ଉତ୍ତମ ଭୋଜନ ଲାଗି ମନ ପ୍ରଫୁଲ୍ଲିତ ରହିବ ।

ବିଛା: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ବୈବାହିକ ଜୀବନ ସୁଖମୟ ହେବ। ପରିବାରରେ କିଛି ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରେ। କର୍ମକ୍ଷେତ୍ରରେ ଆପଣଙ୍କୁ ଜୁନିୟରମାନଙ୍କ ସାହାଯ୍ୟ ଆବଶ୍ୟକ ହୋଇପାରେ।

ଧନୁ: ଶାରୀରିକ ଅସୁସ୍ଥତା ଯୋଗୁଁ ଧନ ଖର୍ଚ୍ଚ ହୋଇପାରେ । ବାକ-ସଂଯତ ରୁହନ୍ତୁ; ନଚେତ୍ ବାଦ ବିବାଦ ମଧ୍ଯରେ ପଡ଼ିପାରନ୍ତି । ବ୍ୟାପାରରେ ଦିନଟି ମଧ୍ୟମ ରହିବ । ପରିବାରରେ ତର୍କ-ବିତର୍କ ଯୋଗୁଁ କଳହ ଦେଖାଦେବ । ତେଣୁ ଆଜି ଦିନରେ ତର୍କ ବିତର୍କରୁ ଦୂରେଇ ରହିବା ସହିତ ସାବଧାନତାର ସହକାରେ ଆପଣଙ୍କୁ ଚଳିବାକୁ ପଡି଼ବ

ଅଧିକ ପଢନ୍ତୁ :ଏହି ୩ଟି ରାଶି ଉପରେ ରହିବ ଶନିଦେବଙ୍କ କୃପା, ଖୁବଶୀଘ୍ର ବଦଳିବ ଏମାନଙ୍କ ଭାଗ୍ୟ

ମକର: ଆଜି ଆପଣଙ୍କୁ କିଛି ଶୁଭ ଖବର ମିଳିପାରେ । କୋର୍ଟ କଚେରୀ କାମରେ ଆପଣଙ୍କୁ ସଫଳତା ମିଳିବ। ଆଜି କିଛି ନୂଆ କାମ ମିଳିବ। ବେପାରିଙ୍କ ପାଇଁ ଦିନଟି ଅଳ୍ପ ଖରାପ ରହିବ । ଆର୍ଥିକ ସ୍ଥିତି ଯୋଗୁ ଚିନ୍ତିତ ରହିବେ । ରାଜନୀତିରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ । ଅଫିସ୍‌ରେ ସହକର୍ମିଙ୍କ ସହଯୋଗ ମିଳିବ । ଲଭ୍‌ମେଣ୍ଟ୍‌ଙ୍କ ପାଇଁ ଦିନଟି ଭଲ ରହିବ ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ପାଇ ଖୁସି ହେବେ । ବ୍ୟାପାରରେ ନୂତନ ନିବେଶ ଯୋଗୁଁ ଲାଭବାନ ହେବେ । ପରିବାରରେ କୌଣସି ଶୁଭ କାର୍ଯ୍ୟ ଆୟୋଜନରେ ବ୍ୟସ୍ତ ରହିବେ ।

ମୀନ: ଆଜି ପ୍ରତିଟି କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ଧନ ଲାଭ ନେଇ ଯୋଗ ରହିଛି । ଦୀର୍ଘ ଦିନରୁ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ମନ ପ୍ରଫୁଲ୍ଲ ରହିବ । ଗୁରୁଜନଙ୍କଠାରୁ ଆଶୀର୍ବାଦ ମିଳିବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ । ବ୍ୟାପାରରେ ନିବେଶ ଶୁଭ ରହିବ । ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଶୁଭ ରହିବ ।

ଅଧିକ ପଢନ୍ତୁ :୩୦ ବର୍ଷ ପରେ ବିରଳ ସଂଯୋଗ, କଟିବ ଶନି ଦଶା, ବଦଳି ଯିବ ଏହି ୫ ରାଶିଙ୍କ ଭାଗ୍ୟ!
 

Share this story