ଏହି ୩ଟି ରାଶି ଉପରେ ରହିବ ଶନିଦେବଙ୍କ କୃପା, ଖୁବଶୀଘ୍ର ବଦଳିବ ଏମାନଙ୍କ ଭାଗ୍ୟ
 

Shanidev will bring happiness for these 3 zodiac signs In 2024
ଏହି ରାଶି ଲୋକଙ୍କ ଆର୍ଥିକ ସ୍ଥିତି ଉନ୍ନତି ହେବ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଚଳନ ପ୍ରତ୍ୟକ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନକୁ ପ୍ରଭାବିତ କରେ ବୋଲି ବିଶ୍ୱାସ କରାଯାଏ । ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ରାଶିରେ ଚଳନ କରିଥାନ୍ତି । ରାଶିରେ ଗ୍ରହ ଚଳନ କାରଣରୁ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଆସିଥାଏ । 

ଅଧିକ ପଢନ୍ତୁ :ବିଛା ରାଶିକୁ ଶୁକ୍ର ଗୋଚର, ଶୁଭଫଳ ମିଳିବା ସହ ଏହି ୩ ରାଶି ଉପରେ ହେବ ଧନ ବର୍ଷା! 

ନୂଆ ବର୍ଷ ଆରମ୍ଭ ହେବାକୁ ଆଉ ୨ ସପ୍ତାହ ଥିବାବେଳେ ଜ୍ୟୋତିଷ ଶାସ୍ତ୍ର ରେ ମଧ୍ୟ ଅନେକ ଗଣନା ଆରମ୍ଭ କରାଯାଇଛି । ୨୦୨୪ ମସିହାରେ ଅନେକ ଗ୍ରହ ବିଭିନ୍ନ ରାଶିରେ ଚଳନ କରିବେ ଏବଂ କିଛି ଗ୍ରହ ରାଶିରୁ ପ୍ରତ୍ୟାବର୍ତ୍ତନ କରିବେ । ଯାହା ସମସ୍ତଙ୍କ ଜୀବନକୁ ପ୍ରଭାବିତ କରିବ ବୋଲି ଜ୍ୟୋତିର୍ବିଦଙ୍କ ମତ ।

ଅଧିକ ପଢନ୍ତୁ :କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେବା ସହ ଆର୍ଥିକ ଚାପ ପାଇଁ ଚିନ୍ତିତ ରହିବେ ଏହି ରାଶିର ଲୋକ, ପଢନ୍ତୁ ସପ୍ତାହିକ ରାଶିଫଳ

ମକର ରାଶି

ଜ୍ୟୋତିଷଙ୍କ ମତ ଅନୁଯାୟୀ ୨୦୨୪ ମସିହାରେ ଶନି ମକର ରାଶିରେ ଏକ ବିଶେଷ ପ୍ରଭାବ ପକାଇବେ । ଏହି ସମୟ ମଧ୍ୟରେ ମକର ରାଶିର ଲୋକମାନେ ଆର୍ଥିକ ଲାଭ ପାଇବାର ସମ୍ଭାବନା ରହିଛି । ମକର ରାଶି ବ୍ୟକ୍ତି ବିଶେଷଙ୍କର ଆର୍ଥିକ ସ୍ଥିତିରେ ଖୁବ ଉନ୍ନତି ହେବ। ଶନି ଦେବଙ୍କ ପ୍ରଭାବ କାରଣରୁ ପୈତୃକ ସମ୍ପତ୍ତି ବୃଦ୍ଧି କରିପାରିବେ । କେବଳ ସେତିକି ନୁହେଁ ଯେଉଁମାନେ ଚାକିରି ପାଇଁ ଆବେଦନ କରିବେ ସେମାନଙ୍କୁ ଶୁଭଫଳ ପ୍ରାପ୍ତି ହେବ । ବ୍ୟବସାୟରେ ମଧ୍ୟ ଭଲ ଲାଭ ହେବ । ଶନିଦେବଙ୍କ ପ୍ରଭାବରୁ ନିଜ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।

ଅଧିକ ପଢନ୍ତୁ :ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ସହିତ ଆୟୁର୍ବେଦରେ ‘ବେଲପତ୍ର’ର ମହତ୍ତ୍ବ କ’ଣ ? ଜାଣନ୍ତୁ ସଂକ୍ଷେପରେ...

ମେଷ ରାଶି

ମଏହି ରାଶିର ବ୍ୟକ୍ତିବିଶେଷମାନଙ୍କୁ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଲାଭ ମିଳିବ । ଶନିଦେବଙ୍କ ଆଶୀର୍ବାଦରୁ ଆପଣଙ୍କର ଆୟର ଉତ୍ସ ବଢିବ । ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଯିବ ବର୍ଷ ୨୦୨୪ରେ । ଆପଣଙ୍କ ପାଇଁ ପୁଞ୍ଜି ବିନିଯୋଗ ଲାଭଦାୟକ ହେବ । ଚାକିରି ଜୀବନରେ ଆପଣଙ୍କର ଅନେକ ପରିବର୍ତ୍ତନ ହେବ । ଦରମା ବଢିବା ସହିତ ପଦୋନ୍ନତୀର ସୁଯୋଗ ରହିଛି ।

ଅଧିକ ପଢନ୍ତୁ :ଡିସେମ୍ବର ୩୧ରେ ମାର୍ଗି ଦେବଗୁରୁ ବୃହସ୍ପତି ଚଳନ, ଏହି ୩ଟି ରାଶି ପାଇଁ ପାଲଟିବ ବରଦାନ

ସିଂହ ରାଶି

ବର୍ଷ ୨୦୨୪ରେ ଶନିଦେବଙ୍କ କୃପା ସିଂହ ରାଶି ଉପରେ ରହିବ । ଶନି ଏହି ସିଂହ ରାଶିରେ ସପ୍ତମ ଘରେ ଅବସ୍ଥାନ କରୁଥିବାରୁ ଏକ ସକରାତ୍ମକ ଯୋଗ ରହିଛି । ଏହି ସମୟ ମଧ୍ୟରେ ଚାକିରି ଏବଂ ବ୍ୟବସାୟରେ ଅଧିକ ଲାଭ ହେବାର ସମ୍ଭାବନା ଅଛି । ଏହି ସମୟରେ ବୈବାହିକ ତଥା ଦାମ୍ପତ୍ୟ ଜୀବନ ଭଲ ରହିବ । ଆପଣଙ୍କର ସମ୍ପତ୍ତି ବୃଦ୍ଧି ହେବାର ସମ୍ଭାବନା ରହିବା ସହ ଚାକିରି ଜୀବନରେ ମଧ୍ୟ ଶୁଭଫଳ ମିଳିବ । ଅବିବାହିତ ବ୍ୟକ୍ତିବିଶେଷଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ ।

ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଓଡ଼ିଆ ଗସିପ୍ ଏହାକୁ ନିଶ୍ଚତ କରେ ନାହିଁ।)
 

Share this story