ଫେବୃଆରୀରେ ଏକାସାଙ୍ଗରେ ବଦଳିବ ୫ ଟି ଗ୍ରହର ଗତିବିଧି, ଏହି ୫ ରାଶିଙ୍କୁ ମିଳିବ ଶୁଭଫଳ!
ଓଡ଼ିଆ ଗସିପ୍ ବ୍ୟୁରୋ: ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ଫେବୃଆରୀ ମାସରେ ୫ଟି ଗ୍ରହ ଏକାସାଙ୍ଗରେ ସେମାନଙ୍କର ଗତିବିଧି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଫେବୃଆରୀ ୧ ରେ ବୁଧ ମକର ରାଶିରେ ପ୍ରବେଶ କରିବାକୁ ଥିବାବେଳେ ଫେବୃଆରୀ ୧୧ ରେ ଶନି କୁମ୍ଭରେ ସ୍ଥାପନ କରିବେ।
ତାପରଦିନ ଅର୍ଥାତ ୧୨ ତାରିଖରେ ଶୁକ୍ର ମକର ରାଶିରେ, ଫେବୃଆରୀ ୧୩ ରେ ସୂର୍ଯ୍ୟ କୁମ୍ଭ ରାଶିରେ ଏବଂ ଫେବୃଆରୀ ୨୦ ରେ ବୁଧ କୁମ୍ଭ ରାଶିରେ ଚଳନ କରିବେ । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଫେବୃଆରୀ ମାସରେ ଶନି, ବୁଧ, ମଙ୍ଗଳ, ଶୁକ୍ର ଏବଂ ସୂର୍ଯ୍ୟ ଗ୍ରହମାନେ ସେମାନଙ୍କର ଗତିବିଧି ପରିବର୍ତ୍ତନ କରିବେ । ଯାହା ଫଳରେ ୧୨ ଟି ରାଶିର ଲୋକଙ୍କ ଉପରେ ଶୁଭ ଏବଂ ଅଶୁଭ ପ୍ରଭାବ ଦେଖିବାକୁ ମିଳିବ । ତେବେ ଆସନ୍ତୁ ଜାଣିବା ଏହାର ପ୍ରଭାବରେ କେଉଁ ରାଶିର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି ...
ଅଧିକ ପଢନ୍ତୁ : ଶୀତଦିନେ ସେକ୍ସ କରିବାକୁ ଅଧିକ ଇଚ୍ଛା ହୁଏ କାହିଁକି? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ
ମେଷ ରାଶି:- ଫେବୃଆରୀ ମାସ ମେସ ରାଶି ଚିହ୍ନର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ ବୋଲି ବିବେଚନା କରାଯାଉଛି । ଆପଣଙ୍କୁ ହଠାତ୍ ଶୁଭ ଖବର ମିଳିପାରେ । ଆପଣ ଅନେକ କାର୍ଯ୍ୟରେ ସଫଳତା ପାଇବେ । ଆର୍ଥିକ ପରିସ୍ଥିତିରେ ପୂର୍ବାପେକ୍ଷା ସୁଧାର ଆସିବ । ଟଙ୍କା ରୋଜଗାର କରିବାର ଅନେକ ସୁଯୋଗ ମଧ୍ୟ ସୃଷ୍ଟି ହେବ ।
ଅଧିକ ପଢନ୍ତୁ : ସ୍ବାସ୍ଥ୍ୟ ସମସ୍ୟା ଉପୁଜିବା ସହ ପରିବାରରେ ତିକ୍ତତା ଦେଖାଦେବ, ଜାଣନ୍ତୁ କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ…
ବୃଷ ରାଶି:- ବୃଷ ରାଶିର ବ୍ୟକ୍ତିମାନେ ମଧ୍ୟ ଫେବୃଆରୀ ମାସରେ ଶୁଭ ଫଳାଫଳ ପାଇପାରିବେ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ଆପଣ ପରିବାର ସଦସ୍ୟଙ୍କଠାରୁ କିଛି ଭଲ ଖବର ପାଇପାରନ୍ତି । ବ୍ୟବସାୟ କିମ୍ବା ଚାକିରି କରୁଥିବା ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ । ମାନସିକ ଶାନ୍ତି ମିଳିବ । କାର୍ଯ୍ୟ କ୍ଷେତ୍ରରେ ଆଶାନୁପକ ଫଳ ପାଇବେ ।
ମିଥୁନ ରାଶି:- ଆପଣଙ୍କ ଭାଗ୍ୟରେ ମଧ୍ୟ ଶୁଭଫଳ ରହିଛି । ଚାକିରି କ୍ଷେତ୍ରରେ ଆପଣଙ୍କୁ ନୂଆ ସଫଳତା ମିଳିବ । ଅଟକି ରହିଥିବା ଧନ ପ୍ରାପ୍ତି ହେବ । ବ୍ୟବସାୟରେ ମଧ୍ୟ ଲାଭ ଭଲ ହେବ ।
ଅଧିକ ପଢନ୍ତୁ : କେଉଁ କାରଣ ପାଇଁ ଗୋଡ଼ ବିନ୍ଧେ? ଜାଣିଲେ ଆଶ୍ଚର୍ଯ୍ୟ ହେବେ...
ବିଛା ରାଶି:- ଆପଣଙ୍କ ପାଇଁ ଫେବୃଆରୀ ମାସ ଲାଭଦାୟକ ସାବ୍ୟସ୍ତ ହେବ । ଚାକିରି କ୍ଷେତ୍ରରେ ପଦୋନ୍ନତି ପାଇପାରନ୍ତି । ବ୍ୟବସାୟରେ ଆୟର ବୃଦ୍ଧି ହେବାର ସମ୍ଭାବନା ମଧ୍ୟ ଅଛି । ପାରିବାରିକ ସ୍ଥିତିରେ ପରିବର୍ତ୍ତନ ଆସିବ ।
ଧନୁ ରାଶି:- କର୍ମକ୍ଷେତ୍ରରେ ବରିଷ୍ଠଙ୍କ ଠାରୁ ସହଯୋଗ ପାଇବେ । ପାରିବାରିକ କ୍ଷେତ୍ରରେ ଆପଣଙ୍କୁ ସମର୍ଥନ ମିଳିବ । ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ । କହିବାକୁ ଗଲେ ପ୍ରତ୍ୟକ କ୍ଷେତ୍ରରେ ସଫଳତାର ଯୋଗ ରହିଛି ।
ଅଧିକ ପଢନ୍ତୁ :ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ
( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)