ଏହି ୩ ରାଶି ପାଇଁ ବେଶ ଖାସ୍ ରହିବ ଜାନୁଆରୀ ମାସ, ୨୦୨୪ର ପ୍ରଥମ ମାସ ଅତ୍ୟନ୍ତ ଶୁଭ

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ବର୍ଷର ପ୍ରଥମ ଦିନ। ବୈଦିକ ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ବର୍ଷର ପ୍ରଥମ ମାସ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି। କାହିଁକିନା ଏହି ମାସରେ ୪ଟି ଗ୍ରହ ସେମାନଙ୍କ ରାଶି ପରିବର୍ତ୍ତନ କରିବେ। ଯାହାର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡି଼ବ। ୨୦୨୪ ବର୍ଷର ପ୍ରଥମ ମାସରେ ଅର୍ଥାତ୍ ଜାନୁଆରୀରେ, ସୂର୍ଯ୍ୟ, ବୁଧ, ମଙ୍ଗଳ ଏବଂ ଶୁକ୍ର ସେମାନଙ୍କର ମୂଳ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି।
ତେବେ, ଗ୍ରହ ମାନଙ୍କର ଏହି ରାଶି ପରିବର୍ତ୍ତନ ତିନି ରାଶିଙ୍କ ପାଇଁ ବରଦାନ୍ ପାଲଟିବ। ତିନୋଟି ରାଶିର ଲୋକ ଆଶ୍ଚର୍ଯ୍ୟଜନକ ଲାଭ ପାଇବେ। ସେମାନଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ଅର୍ଥପ୍ରାପ୍ତିର ଯୋଗ ରହିଛି। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡି଼କ ବିଷୟରେ...
ଅଧିକ ପଢନ୍ତୁ :୫୦ ବର୍ଷ ପରେ ଏକାସାଙ୍ଗରେ ପଡି଼ଛି ୩ଟି ରାଜଯୋଗ, ନୂଆ ବର୍ଷରୁ ମାଲେମାଲ୍ ହେବେ ଏହି ୪ ରାଶି
ମେଷ: ବର୍ଷର ପ୍ରଥମ ମାସ ଏହି ରାଶିର ଲୋକଙ୍କୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। ବିଶେଷ କରି, କାର୍ଯ୍ୟାଳୟରେ ଆପଣଙ୍କୁ ବଡ଼ ଦାୟିତ୍ବ ମିଳିପାରେ। ଆୟ ବୃଦ୍ଧି ଘଟିବ। ରୋଜଗାରର ନୂଆ ବାଟ ଖୋଲିବ। ବୈବାହିକ ଜୀବନ ସୁଖମୟ ହେବା ସହିତ ଆପଣଙ୍କ ଲଭ୍ ଲାଇଫରେ ବି ଖୁବ ଭଲ ରହିବ। ନିଜ ଜୀବନ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ବିତାଇବେ। ପୈତୃକ ସମ୍ପତିରୁ ଲାଭ ପାଇବେ। ବିଦେଶ ଯାତ୍ରା କରିପାରନ୍ତି।
ଅଧିକ ପଢନ୍ତୁ :ମାସକୁ କେତେଥର ସେକ୍ସ କରିବା ଉଚିତ୍? ବିବାହିତ ଦମ୍ପତିନିଶ୍ଚୟ ଜାଣନ୍ତୁ...
କନ୍ୟା: ଗୋଟିଏ ମାସରେ ୪ ଗ୍ରହଙ୍କ ରାଶି ପରିବର୍ତ୍ତନ କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ଯ ଅନୁକୂଳ ରହିବ । ଜୀବନରେ ଉନ୍ନତି ଆସିବ। ବ୍ୟବସାୟୀମାନେ ଆର୍ଥିକ ଲାଭ ପାଇବେ । ବୈବାହିକ ଜୀବନ ସୁଖମୟ ହେବ । ବିବାହ ପାଇଁ ଚିନ୍ତିତ ଥିବା ଲୋକଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ । ପୁରୁଣା ବିନିଯୋଗରୁ ଲାଭବାନ ହେବେ। ପରିବାର ସଦସ୍ୟଙ୍କ ସହ ସମ୍ପର୍କ ପୂର୍ବ ଅପେକ୍ଷା ଭଲ ହେବ । ପରିବାରରେ ହସଖୁସିର ମାହୋଲ ରହିବ । ଧାର୍ମିକ କାର୍ଯ୍ୟକଳାପରେ ସମୟ ବିତିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କିନ୍ତୁ ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ପଡିବ। ଦିର୍ଘ ଦିନର ଇଚ୍ଛା ପୂରଣ ହେବ। ଲଭ୍ ଲାଇଫ୍ ରେ ନିଜ ପାର୍ଟନରଙ୍କ ସହ ସମୟ ବିତାଇବେ।
ଅଧିକ ପଢନ୍ତୁ :ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ, ଦିନକୁ ଖାଆନ୍ତୁ ବାସ ଦୁଇ ପାଖୁଡ଼ା, ଦୂର ହେବ ପୁରୁଷଙ୍କ ଯୌନ ସମସ୍ୟା !
ମକର : ଜାନୁଆରୀ ୨୦୨୪, ମକର ରାଶି ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ । ପୂର୍ବବର୍ଷ, ଅପେକ୍ଷା ଏ-ବର୍ଷ ଆର୍ଥିକ ସ୍ଥିତି ମଜବୁତ୍ ହେବ। ଆକସ୍ମିକ୍ ଧନ ଲାଭ ନେଇ ଯୋଗ ରହିଛି । ନିଜ ପିଲାମାନଙ୍କ ଠାରୁ କିଛି ଭଲ ଖବର ପାଇ ମନ ଖୁସି ରହିବ। ଧାର୍ମିକ କାର୍ଯ୍ୟ ପାଇଁ ମନ ବଳାଇବେ । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ। ସମାଜରେ ମାନ, ସମ୍ମାନ ବୃଦ୍ଧି ପାଇବ । ନୂତନ ଯାନ ତଥା ଜମି କିଣିବା ନେଇ ଯୋଗ ରହିଛି । ଏହା ସହ ପୁରୁଣା ରୋଗରୁ ମୁକ୍ତି ମିଳିବ।
ଅଧିକ ପଢନ୍ତୁ :୩୦ ବର୍ଷ ପରେ କୁମ୍ଭ ରାଶିରେ ଶନିଙ୍କ ଚଳନ, ୨୦୨୪ରେ ଏହି ୩ ରାଶି ପାଇବେ ପ୍ରବଳ ଟଙ୍କା !