ଚଳିତ ବର୍ଷ ଚୈତ୍ର ନବରାତ୍ରୀରେ ଏକାସାଙ୍ଗରେ ପଡି଼ଛି ୫ ରାଜଯୋଗ, ଏହି ୩ ରାଶି ହେବେ ଧନବାନ୍ 
 

Chaitra Navratri 2024 These 3 Zodiac Signs Of people get more benfits
ଚୈତ୍ର ନବରାତ୍ରୀରେ ବିରଳ ସିଦ୍ଧି ଯୋଗ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ନୂତନ ବର୍ଷ ପ୍ରତିବର୍ଷ ଜାନୁୟାରୀ ୧ ରୁ ଆରମ୍ଭ ହୁଏ । କିନ୍ତୁ ଆଜି ହିନ୍ଦୁ ନବବର୍ଷ।  ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ନୂତନ ବର୍ଷର ଆରମ୍ଭ ଚୈତ୍ର ମାସ ପ୍ରତିପଦ ତିଥି ଠାରୁ ଆରମ୍ଭ ହୁଏ ବୋଲି ବିବେଚନା କରାଯାଏ। ଏହି ଦିନକୁ ନାଭ ସାମ୍ବସ୍ତାର ବୋଲି କୁହାଯାଏ।  

ଚୈତ୍ର ନବରାତ୍ରୀର ଏକ ବିଶେଷ ମହତ୍ବ ରହିଛି।  ଆଜିଠାରୁ ଆରମ୍ଭ ହୋଇଥିବା ଏହି ନବରାତ୍ରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନବରାତ୍ରୀର ନଅ ଦିନରେ ମା ଦୁର୍ଗାଙ୍କର ନଅ ପ୍ରକାର ପୂଜା କରାଯାଇଥାଏ। ଆଜି ନବରାତ୍ରୀର ପ୍ରଥମ ଦିନରେ ମାଆ ଦୁର୍ଗାଙ୍କ ଶୈଳପୁତ୍ରୀ ପୂଜା କରାଯାଉଛି। ଏହି କ୍ରମରେ ଆଜି ଦିର୍ଘ ୩୦ ବର୍ଷ ପରେ ଏକ ବିରଳ ସିଦ୍ଧି ଯୋଗ ଆରମ୍ଭ ହୋଇଛି। ୫ ରାଜଯୋଗ ଏକାସାଙ୍ଗରେ ଗଠନ ହେଉଛି। 

ମେଷ ରାଶିରେ ଗଜକେଶରୀ ରାଜଯୋଗ, ତ୍ରିଲୋକନ ,ଶଶ ରାଜଯୋଗ, ମାଲଭିୟ ରାଜଯୋଗ ଓ ଲକ୍ଷ୍ମୀ ନାରାୟଣ ରାଜଯୋଗ ସୃଷ୍ଟି ହେଇଛି। ଏହି ୫ ରାଜଯୋଗ କିଛି ରାଶିକୁ ଏହା ଶୁଭଫଳ ପ୍ରଦାନ କରିବ।...

ଆଧିକ ପଢନ୍ତୁ : ପାଣି ପିଇବା ସମୟରେ ଆପଣ ମଧ୍ୟ କରୁଛନ୍ତି କି ଏହି ଭୁଲ ? ଆଜି ହିଁ ହୋଇଯାଆନ୍ତୁ ସାବଧାନ! ନଚେତ୍... 

ଏହି ସବୁ ରାଶି ହେବେ ଧନବାନ୍ :

ମେଷ ରାଶି: ଏହି ରାଶିରେ ଏକା ସାଙ୍ଗରେ ୫ ରାଜଯୋଗ ସୃଷ୍ଟି ହେଉଥିବା କାରଣରୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପାଇବେ ମେଷ ରାଶି ଲୋକେ। ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ଦୂର ହେବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଆକସ୍ମିକ ଧନଲାଭର ଯୋଗ ରହିଛି। 

ସେହିଭଳି କାର୍ଯ୍ୟାଳୟରେ ଆପଣଙ୍କୁ ପ୍ରମୋସନ୍ ମିଳିପାରେ। ଆୟ ବଢିବା ସହ ଖର୍ଚ୍ଚ ମଧ୍ୟ ସେହି ପରିମାଣରେ ବୃଦ୍ଧି ପାଇବ।  ବିଶେଷ କରି, ସ୍ବାସ୍ଥ୍ୟରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ। ତେଣୁ ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ବିଦେଶର ଭ୍ରମଣରେ ଯାଇପାରନ୍ତି। 

ଆଧିକ ପଢନ୍ତୁ : ପାରିବାରିକ ସମସ୍ୟା ଲାଗି ରହିବା ସହ ଏମାନଙ୍କ ପାଇଁ ଦିନଟି ଆଦୌ ଭଲ ନୁହେଁ! ପଢନ୍ତୁ ଆଜିର ରାଶିଫଳ 

ସିଂହ ରାଶି: ୫ ରାଜଯୋଗର ପ୍ରଭାବ ମଧ୍ୟ ଏହି ରାଶି ଉପରେ ରହିବ। ମାଆ ଦୁର୍ଗାଙ୍କ କୃପା ଏହି  ସିଂହ ରାଶି ଉପରେ ବର୍ଷିବ। ଆର୍ଥିକ ଲାଭ ମିଳିବା ନେଇ ସମ୍ଭାବନା ରହିଛି । ପ୍ରେମ ଓ ବୈବାହିକ ଜୀବନ ସୁଖମୟ ହେବ। କ୍ୟାରିୟରେ ସଫଳତା ମିଳିବ। 

ଏହାସହ କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ ସହ ପଦୋନ୍ନତି ନେଇ ଯୋଗ ରହିଛି। ଯେଉଁମାନେ ନୂତନ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ମନଲାଖି ଅଫର ମିଳିବ। ବ୍ୟବସାୟରେ ବିପୁଳ ଲାଭ ନେଇ ସମ୍ଭାବନା ରହିଛି।

କୁମ୍ଭ ରାଶି: ମାଆ ଦୁର୍ଗାଙ୍କ ଆର୍ଶିବାଦ ଏହି ରାଶି ଉପରେ ରହିବ।  ଆୟ ବୃଦ୍ଧି ସହ ବିଭିନ୍ନ ଉତ୍ସରୁ ଟଙ୍କା ଆସିବ । ଆର୍ଥିକ୍ ସମସ୍ୟା ଦୂର ହେବ । ବ୍ୟବସାୟ ଶ୍ରେଣୀର ଲୋକେ ଲାଭବାନ ହେବେ । ବିନିଯୋଗରୁ ଲାଭ ମିଳିବ। ଚାକିରି ଓ ବ୍ୟବସାୟରେ ଅଗ୍ରଗତି କରିବେ । ତଥାପି, ଏହି ଅବଧି ମଧ୍ୟରେ ଭାବିଚିନ୍ତି ନିବେଶ କରନ୍ତୁ ।

ଆଧିକ ପଢନ୍ତୁ : କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ଦେଖା ଦେବା ସହ ଅଧିକ ବିଶ୍ବାସ କରି ଠକାମିର ଶିକାର ହେବେ! ପଢନ୍ତୁ ସାପ୍ତାହିକ ରାଶିଫଳ
 

Share this story