ପବିତ୍ର ଅକ୍ଷୟ ତୃତୀୟା ଦିନ ଏଭଳି କରନ୍ତୁ ଦେବୀ ଲକ୍ଷ୍ମୀଙ୍କୁ ପୂଜା, ବର୍ଷସାରା ରହିବନି ଟଙ୍କାର ଅଭାବ

ଓଡ଼ିଆ ଗସିପ୍ ବ୍ୟୁରୋ: ଅକ୍ଷୟ ତୃତୀୟା ଏକ ହିନ୍ଦୁ ଧାର୍ମିକ ପରମ୍ପରା। ହିନ୍ଦୁ ଧର୍ମରେ ପବିତ୍ର ଅକ୍ଷୟ ତୃତୀୟାର ଖୁବ ମହତ୍ତ୍ୱ ରହିଛି। ଏହି ପର୍ବ ବୈଶାଖ ମାସର ଶୁକ୍ଳ ପକ୍ଷ ତୃତୀୟା ତିଥିରେ ପଡିଥାଏ। ଏହି ପର୍ବଟି ପର୍ଶୁରାମ ଜୟନ୍ତୀ ରୂପେ ମଧ୍ୟ ପାଳନ କରାଯାଇଥାଏ। ବହୁ କିମ୍ବଦନ୍ତୀ ଏହି ପର୍ବ ସହିତ ଜଡିତ ହୋଇରହିଛି।
ଶୁଭ କାମ କରିବା ଏବଂ କିଣାକିଣି( ସପିଂ) କରିବା ପାଇଁ ଏହି ଦିନଟି ବହୁତ ଶୁଭ ଅଟେ । ଏହି ବର୍ଷ ଅକ୍ଷୟ ତୃତୀୟା ମଙ୍ଗଳବାର ମଇ ୩ ରେ ପାଳନ କରାଯିବ । ଏହି ଦିନ ଲୋକମାନେ ବ୍ୟବସାୟ, ଘର ପ୍ରବେଶ, ନୂତନ ଘର-କାର, ସୁନା ଓ ରୂପା କିଣିବା ଭଳି ଶୁଭ କାର୍ଯ୍ୟ କରନ୍ତି, ଯାହାଫଳରେ ବର୍ଷସାରା ସେମାନଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧତା ମିଳିବ । ତେବେ ଅକ୍ଷୟ ତୃତୀୟା ଦିନ ଯଦି ଆପଣ ଏପରି କିଛି ଭଲ ପଦକ୍ଷେପ ନେବେ ତେବେ ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ।
ଅଧିକ ପଢନ୍ତୁ : ଏହି ସବୁ କାରଣ ପାଇଁ ହୋଇଥାଏ ହାର୍ଟ ଆଟାକ୍! ବେଳ ଥାଉ ଥାଉ ସତର୍କ ରହନ୍ତୁ ଓ ହାର୍ଟ ଆଟାକକୁ ଚିହ୍ନନ୍ତୁ
- ଅକ୍ଷୟ ତୃତୀୟା ଦିନ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ଏକତ୍ର ପୂଜା କରନ୍ତୁ, ଏହା କରିବା ଦ୍ୱାରା ଉଭୟ ଖୁସି ହେବେ ଏବଂ ଜୀବନରେ ବହୁତ ସୁଖ ଏବଂ ସମୃଦ୍ଧତା ରହିବ ।
- ଅକ୍ଷୟ ତୃତୀୟା ଦିନ କିଛି ନା କିଛି କିଣାକିଣି କରୁନ୍ତୁ। କେବଳ ସୁନା ଓ ରୂପା କିଣିବା ଆବଶ୍ୟକ ନୁହେଁ । ଯଦି ସୁନା ଓ ରୂପା କିଣିବା ସମ୍ଭବ ନୁହେଁ, ତେବେ ଆପଣ ମାଟିପାତ୍ର ମଧ୍ୟ କିଣିପାରିବେ ।
ଅଧିକ ପଢନ୍ତୁ : ନଖରୁ ଜାଣନ୍ତୁ ଆପଣଙ୍କ ଲିଭର୍ ଠିକ୍ ଅଛି କି ନାହିଁ ? ନଖର ରଙ୍ଗ ଏସବୁ ଗମ୍ଭୀର ରୋଗର ଦିଏ ସଙ୍କେତ...
- ଧନର ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅକ୍ଷୟ ତୃତୀୟା ଦିନ ଦାନ କରନ୍ତୁ । ଏହି ଦିନ ଦିଆଯାଇଥିବା ଦାନ ଅଧିକ ଫଳାଫଳ ଦେଇଥାଏ ।
- ଅକ୍ଷୟ ତୃତୀୟା ଦିନ, ପୂଜାପାଠ ସ୍ଥାନରେ ଗୋଟିଏ ନଡ଼ିଆ ରଖନ୍ତୁ ।ଏହା ଦ୍ବାରା ଖୁବ୍ ଶୀଘ୍ର ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ବର୍ଷା ଆରମ୍ଭ ହେବ ।
- ଯଦି ଏହି ଦିନ ଜଣେ ଗରିବ ଝିଅ ବିବାହ କରୁଛି, ତେବେ ତୁମର ସାମର୍ଥ୍ୟ ଅନୁଯାୟୀ ତାଙ୍କୁ ଉପହାର ଦିଅ । ଯାହା ଦ୍ବାରା ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ।
ଅଧିକ ପଢନ୍ତୁ : ଏହି ୬ ଟି ଖାଦ୍ୟ ବଢ଼ାଉଛି ଡାଇବେଟିସ୍ ହୋଇଯାଆନ୍ତୁ ସାବଧାନ! ନଚେତ୍...