ବାର୍ଷିକ ରାଶିଫଳ (୨୦୨୩): ଜାଣନ୍ତୁ କଣ କେମିତି ରହିବ ଆପଣଙ୍କ ଏହି ୩ଟି ରାଶିର ଭାଗ୍ୟ ଚକ୍ର…

Know your yearly horoscope on these three zodiac signs with fate

ଓଡ଼ିଆ ଗସିପ ବ୍ୟୁରୋ: ନୂତନ ବର୍ଷ ୨୦୨୩ ବହୁତ ଆଶା ବହୁତ ଆକାଂକ୍ଷା । ନୂତନ ବର୍ଷ ଅୟମାରମ୍ଭରେ ଅନଳ ସମ୍ବତ୍ସରରେ ସୌରମାନ ଧନୁ ୧୭ ଦିନ, ଚାନ୍ଦ୍ରମାନ ପୌଷ ଶୁକ୍ଳ ପକ୍ଷ ଦଶମୀ ତିଥି, ଅଶ୍ବିନୀ ନକ୍ଷତ୍ର, ମେଷ ଚନ୍ଦ୍ର, ଶିବଯୋଗ, ତୈଳିକ କରଣ ରବିବାର ଜାନୁଆରୀ ୧ ତାରିଖ ମଧ୍ୟ ରାତ୍ରି ଜନ୍ମଜାତକରେ କନ୍ୟାଲଗ୍ନ, ଦ୍ବିତୀୟରେ କେତୁ, ଚତୁର୍ଥରେ  ରବି, ବୁଧ, ପଞ୍ଚମରେ ଶୁକ୍ର ସହ ଶନି, ସପ୍ତମରେ ବୃହସ୍ପତି, ଅଷ୍ଟମରେ ଚନ୍ଦ୍ର ରାହୁ ତଥା ଭାଗ୍ୟ ସ୍ଥାନରେ ମଙ୍ଗଳ ଅବସ୍ଥାନ କରିଛନ୍ତି ।

ଏହାକୁ ବିଚାରକୁ ନେଲେ, କିଭଳି ରହିବ ରାଶି ନକ୍ଷତ୍ରଙ୍କ ପ୍ରଭାବ ! କେଉଁ ରାଶିର ବ୍ୟକ୍ତିଙ୍କ ଜୀବନରେ ନୂତନ ବର୍ଷ ଆଣିଦେବ ସୁଖ, ସମୃଦ୍ଧି,ଆନନ୍ଦ, ଉଲ୍ଲାସ । କାହା ପାଇଁ ରହିଛି ଅଶୁଭ ସୂଚନା । ୨୦୨୩ ମସିହାରେ ରାଶି ଅନୁଯାୟୀ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ, ପାରିବାରିକ ଜୀବନ, ସାମାଜିକ ପ୍ରତିଷ୍ଠା, ଅର୍ଥନୈତିକ ସ୍ଥିତି କିଭଳି ରହିବ । ଏ ସବୁକୁ ନେଇ ଜ୍ୟୋତିଷଶାସ୍ତ୍ର ଗଣନା ଆଧାରରେ ନିର୍ଣ୍ଣୟ କରାଯାଇଛି ବର୍ଷ ୨୦୨୩ର ୧୨ଟି ରାଶି ଭିତରୁ ଏହି ୩ ରାଶିର ଶୁଭ ଓ ଅଶୁଭର ସମ୍ୟକ ସ୍ଥୂଳ ଭବିଷ୍ୟବାଣୀ ।

ମକର ରାଶି:

ସ୍ବାସ୍ଥ୍ୟ: ଷଷ୍ଠ ଓ ଅଷ୍ଟମ ସ୍ଥାନକୁ ମଙ୍ଗଳ ଶନିଙ୍କ ପୂର୍ଣ୍ଣ ଦୃଷ୍ଟି ହେତୁ ଶାରୀରିକ ଅସୁସ୍ଥତା ଲାଗି ରହିବ । ଡାଇବେଟିସ୍‌, ନାସା,ଗଳା, କର୍ଣ୍ଣ ରୋଗରେ ଆକ୍ରାନ୍ତ ହେବେ । ବର୍ଷର ମଧ୍ୟଭାଗରେ ସାମାନ୍ୟ ଅସ୍ତ୍ରୋପଚାରର କରିବାକୁ ପଡ଼ିପାରେ । ଖାଦ୍ୟପେୟରେ ଅନିୟମିତତା ଲାଗି ରହିବ । ପୁରୁଣା ରୋଗ ପୁଣି ଦେଖାଦେବ । ଅଜଣା ରୋଗରେ ଶିକାର ହୋଇ ବହୁ ଖର୍ଚ୍ଚାନ୍ତ ହେବେ । ମାନସିକ ଦୁଃଶ୍ଚିନ୍ତା ଲାଗି ରହିବ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: କେମିତି କଟିବ ନୂତନ ବର୍ଷ -୨୦୨୩: ଜାଣନ୍ତୁ କଣ ରହିଛି ଆପଣଙ୍କ ଭାଗ୍ୟ ଚକ୍ର ଏବଂ ୩ଟି ରାଶିର ବାର୍ଷିକ ରାଶିଫଳ…

ପରିବାର: ମାନସିକ ଭାରସାମ୍ୟ ଠିକ୍‌ ରହିବ । ଦାମ୍ପତ୍ୟ ଜୀବନ ମଧୁମୟ ହେବ । ବର୍ଷସାରା ବନ୍ଧୁ ସମାଗମ ଯୋଗୁ ବ୍ୟସ୍ତବ୍ୟବ୍ରତ ରହିବେ । ପିତାମାତାଙ୍କ ଆଶୀର୍ବାଦ ଯୋଗୁଁ ବହୁ ବିପଦ ତଥା ବଦନାମରୁ ରକ୍ଷା ପାଇବେ । ନିଜର ବଳିଷ୍ଠ ପଦକ୍ଷେପ ଯୋଗୁ ପରିସ୍ଥିତି ଓ ପରିବେଶକୁ ନିଜ ଆୟତ୍ତରେ ରଖିବେ । ଭ୍ରାତୃ ବିବାଦର ସମାଧାନ ଘଟିବ । ଗୃହରେ ମାଙ୍ଗଳିକ ଶୁଭ କର୍ମରେ ମାନସିକ ଶାନ୍ତି ମିଳିବ। ବ୍ରାହ୍ମଣ ଓ ଗୁରୁଜନମାନଙ୍କଠାରୁ ସ୍ନେହ ଶ୍ରଦ୍ଧା ପାଇବେ । ପରିବାରରେ ଥିବା ପୂର୍ବ ମତାନ୍ତରର ଅବସାନ ଘଟିବ ।

ସାମାଜିକ ପ୍ରତିଷ୍ଠା: ସମାଜରେ ସମସ୍ତଙ୍କ ଶ୍ରଦ୍ଧାଭାଜନ ହେବେ । କର୍ମକ୍ଷେତ୍ରରେ ମାନସିକ ଶାନ୍ତି ବଜାୟ ରହିବ । ମାନସିକ ଦୃଢ଼ତା, ଅଗାଧ ପରିଶ୍ରମ ତଥା ଶୃଙ୍ଖଳିତ କାର୍ଯ୍ୟକଳାପ ଯୋଗୁଁ ସମାଜର ସର୍ବୋଚ୍ଚ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ସ୍ବାଧୀନଚେତା, ନିର୍ଭୀକ ମନୋଭାବ ତଥା କଠୋର କର୍ତ୍ତବ୍ୟପରାୟଣତା ହେତୁ ରାଜନୀତି କ୍ଷେତ୍ରରେ ସମ୍ମାନିତ ହେବେ । ପୂର୍ବ ମାଲି-ମକଦ୍ଦମାର ଆଶୁ ସମାଧାନର ବାଟ ଦେଖାଦେବ । କର୍ମକ୍ଷେତ୍ରକୁ ରାହୁଙ୍କ ପୂର୍ଣ୍ଣ ଦୃଷ୍ଟି ହେତୁ ବାକ୍‌ ସଂଯମତାକୁ ନିଜ ଆୟତ୍ତରେ ନ ରଖି ପାରିଲେ ସମାଜରେ ବିରୋଧାଭାସର ସମ୍ମୁଖୀନ ହେବେ ।

ଅର୍ଥନୈତିକ ଅବସ୍ଥା: ଧନାଧିପତି ଧନ ସ୍ଥାନରେ ଓ ବୃହସ୍ପତି ସ୍ବଗୃହୀ ହେତୁ ବର୍ଷସାରା ଧନାଗମ ସୂଚନା ମିଳେ । ଶ୍ରମିକ ଓ ସରକାରୀ କର୍ମଚାରୀମାନଙ୍କ ପଦୋନ୍ନତି ହେତୁ ଆୟର ବାଟ ଦେଖାଦେବ । କ୍ରୟ ବିକ୍ରୟରୁ ବ୍ୟବସାୟୀମାନେ ଅର୍ଥ ଉପାର୍ଜନ କରିବେ । ଋଣ ପ୍ରାପ୍ତି ତଥା ଋଣ ପରିଶୋଧର ସୁଯୋଗ ମିଳିବ । ଅର୍ଥନୈତିକ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେବ ନାହିଁ । ମୋଟାମୋଟି ଭାବେ ଆର୍ଥିକ ସ୍ବଚ୍ଛଳତା ବର୍ଷସାରା ବଜାୟ ରହିବ ।

ଛାତ୍ରଛାତ୍ରୀ: ଗବେଷଣା କ୍ଷେତ୍ରରେ ବାଧାପ୍ରାପ୍ତି ହେବ ନାହିଁ । ନୂତନ ଜ୍ଞାନକୌଶଳ ଲାଭ କରିବେ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ । ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂଗଠନିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକପ୍ରିୟତା ଅର୍ଜନ କରିବେ ।

ଦୈବୀ ଉପଚାର : ମନରେ ସକାରାତ୍ମକ ଚିନ୍ତାଧାରା ରଖନ୍ତୁ । ଗୃହପାଳିତ ପଶୁପକ୍ଷୀଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ । ମା’ ଦୁର୍ଗାଙ୍କୁ ସ୍ମରଣ କରନ୍ତୁ ।

କୁମ୍ଭ ରାଶି:

ସ୍ବାସ୍ଥ୍ୟ: ଲଗ୍ନପତି ଲଗ୍ନରେ ଭାଗ୍ୟସ୍ଥାନକୁ ବୃହସ୍ପତିଙ୍କ ପୂର୍ଣ୍ଣ ଦୃଷ୍ଟି ହେତୁ ବର୍ଷସାରା ସ୍ବାସ୍ଥ୍ୟ କ୍ଷେତ୍ରରେ ଉଭୟ ଶୁଭ ଓ ଅଶୁଭ ମିଶ୍ରିତ ଫଳ ପାଇବେ । ପୁରାତନ ରୋଗୀମାନେ ସ୍ବାସ୍ଥ୍ୟରେ ଜଟିଳତା ଅନୁଭବ କରିବେ । ଅସ୍ତ୍ରୋପଚାରର ବହୁ ସମ୍ଭାବନା ରହିଛି । ବିଶ୍ରାମହୀନତା ତଥା ଅତ୍ୟଧିକ ପରିଶ୍ରମ ହେତୁ ସାମୟିକ ଭାବରେ ଅସୁସ୍ଥତା ଅନୁଭବ କରିବେ । ମନ ଅପ୍ରସନ୍ନତା ରହିବ । ବର୍ଷସାରା ସାମୟିକ ଭାବରେ ଉଦର, ଯକୃତ, ଜଣ୍ଡିସ୍‌ ଓ ଚକ୍ଷୁ ଆକ୍ରାନ୍ତ ହେବାର ବହୁ ସମ୍ଭାବନା ରହିଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବାର୍ଷିକ ରାଶିଫଳ (୨୦୨୩): ଜାଣନ୍ତୁ କଣ କେମିତି ରହିବ ଆପଣଙ୍କ ଏହି ୩ଟି ରାଶିର ଭାଗ୍ୟ ଚକ୍ର…

ପରିବାର: ବର୍ଷର ଦ୍ବିତୀୟାର୍ଦ୍ଧରେ ପାରିବାରିକ ଶାନ୍ତି ବଜାୟ ରହିବ । ଗୃହରେ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହେବ । ପୂର୍ବ ମତାନ୍ତର ଓ ମନାନ୍ତରର ଅବସାନ ଘଟିବ । ସାମୟିକ ଭାବେ ତୀର୍ଥଯାତ୍ରାରେ ସଫଳତା ପାଇବେ । ସନ୍ତାନ ସୁଖ ମିଳିବ । ଗୁରୁଜନ ତଥା ସାଧୁସନ୍ଥମାନଙ୍କ ଆଶୀର୍ବାଦ ମିଳିବ । ଭ୍ରାତୃ ବିବାଦର ସମାଧାନ ହେବ । ଭୂସଂପତ୍ତି ସହ ଯାନବାହନ କ୍ରୟର ସମ୍ପୂର୍ଣ୍ଣ ସୁଯୋଗ ରହିଛି । ଦୈବୀକୃପା ହେତୁ ପରିବାରରେ ଧନ- ଜନ- ଗୋପ ଲକ୍ଷ୍ମୀ ପ୍ରାପ୍ତି ହେବ ।

ସାମାଜିକ ପ୍ରତିଷ୍ଠା: ସମାଜରେ ସମ୍ମାନଷ୍ପଦ ଭୂମିକା ଗ୍ରହଣ କରିବେ । ପ୍ରାୟ ସମୟ ସାମାଜିକ ଧର୍ମାନୁଷ୍ଠାନ ତଥା ମାଙ୍ଗଳିକ କାର୍ଯ୍ୟକ୍ରମରେ ନେତୃତ୍ବ ନେଇ ସମ୍ମାନିତ ହେବେ । ନିଜର କର୍ତ୍ତବ୍ୟ ନିଷ୍ଠା ଓ ଏକାଗ୍ରତା ହେତୁ ସାମାଜିକ ଭାବମୂର୍ତ୍ତି ବୃଦ୍ଧି ପାଇବା ସହ ଲୋକ ସମ୍ପର୍କରୁ ପ୍ରତିଷ୍ଠିତ ହେବେ । ସରକାରୀ କଳରୁ ସମ୍ମାନିତ ହେବେ । ନିଜର ଲକ୍ଷ୍ୟ ପୂରଣ ହେବ । ରାଜନୀତି କ୍ଷେତ୍ରରେ ନିଜର ଲକ୍ଷ୍ୟ ପୂରଣ ହେବାରେ ଭାଗ୍ୟ ସାଥ୍ ଦେବ ।

ଅର୍ଥନୈତିକ ଅବସ୍ଥା: ବର୍ଷସାରା ବ୍ୟବସାୟୀମାନଙ୍କ ପାଇଁ ଶୁଭ ସମୟ । ସ୍ଥାବର ଓ ଅସ୍ଥାବର ସମ୍ପତ୍ତିରୁ ଆୟ ବଢ଼ିବ । ବିଭିନ୍ନ ସୂତ୍ରରୁ ଆୟର ନୂତନ ସ୍ରୋତ ବୃଦ୍ଧି ପାଇବ । ଋଣ ପରିଶୋଧ କରିବେ । ସରକାରୀ କର୍ମଚାରୀମାନେ ନିଜର ଦକ୍ଷତା ପାଇଁ ପ୍ରଶଂସିତ ହେବା ସହ ପଦୋନ୍ନତି ପାଇବେ । କୃଷକମାନଙ୍କ ପାଇଁ ବର୍ଷଟି ଶୁଭ ତଥା ଲାଭଯୁକ୍ତ ହେବ । ନିଜର ସାମର୍ଥ୍ୟ, ଶକ୍ତି ଓ ପ୍ରଖର ଜ୍ଞାନ ବଳରେ ବିଭିନ୍ନ ସୂତ୍ରରୁ ଅର୍ଥ ଉପାର୍ଜନର ପଥ ସୁଗମ ହେବ ।

ଛାତ୍ରଛାତ୍ରୀ: ଛାତ୍ରଛାତ୍ରୀମାନେ ବର୍ଷସାରା ଶୁଭାଶୁଭ ମିଶ୍ରିତ ଫଳ ପାଇବେ । ଅଧ୍ୟୟନ କ୍ଷେତ୍ରରେ ମନ୍ଥରତା ବୃଦ୍ଧି ପାଇବ । ଉଚ୍ଚଶିକ୍ଷା ତଥା ଗବେଷଣା ଦିଗରେ ମଧ୍ୟମ ଧରଣର ଫଳ ପାଇବେ । ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା ଶୁଭପ୍ରଦ ହେବ ।

ଦୈବୀ ଉପଚାର: ମନ ସର୍ବଦା ସ୍ବଚ୍ଛ ତଥା ନିର୍ମଳ ରଖନ୍ତୁ । ଦୁଃସ୍ଥ ଲୋକଙ୍କୁ ସାହାଯ୍ୟ କରନ୍ତୁ । ଉଦୟକାଳୀନ ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତୁ ।

ମୀନ ରାଶି:

ସ୍ବାସ୍ଥ୍ୟ: ବର୍ଷସାରା ସ୍ବାସ୍ଥ୍ୟବସ୍ଥା ମୋଟାମୋଟି ଭଲ ରହିବ । ମନୋବଳ ବୃଦ୍ଧି ପାଇବ । ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ । ସାମୟିକ ଭାବରେ ପରିଶ୍ରମଜନିତ ରୋଗ, ଚକ୍ଷୁରୋଗ, ଗଳା, ଦନ୍ତ ଓ ଉଦର ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ତଥା ମାନସିକ ସ୍ଥିତି ସୁଦୃଢ଼ ହେବ । ପୁରାତନ ସ୍ଥାୟୀ ରୋଗୀମାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ବର୍ଷର ମଧ୍ୟ ଭାଗରେ ଆକସ୍ମିକ ଦୁର୍ଘଟଣା ଅଥବା ଅସ୍ତ୍ରୋପଚାରର ଆଶଙ୍କା ରହିଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବାର୍ଷିକ ରାଶିଫଳ (୨୦୨୩): ଜାଣନ୍ତୁ କଣ କେମିତି ରହିବ ଆପଣଙ୍କ ଏହି ୩ଟି ରାଶିର ଭାଗ୍ୟ ଚକ୍ର…

ପରିବାର: ଦାମ୍ପତ୍ୟ ଜୀବନରେ ମତାନ୍ତର ଓ ମନାନ୍ତର ଦୂର ହେବ । ପରିବେଶ ଓ ପରିସ୍ଥିତି ଅନୁକୂଳ ହେତୁ ଗୃହରେ ଶୁଭକାର୍ଯ୍ୟ ସମ୍ପନ୍ନ ହେବ । ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ହେବ । ପଡ଼ୋଶୀମାନଙ୍କ ସହ ସୁସମ୍ପର୍କ ରହିବ । ଗୁରୁଜନ ତଥା ବ୍ରାହ୍ମଣମାନଙ୍କଠାରୁ ଆଶୀର୍ବାଦ ମିଳିବ । ମୋଟାମୋଟି ଭାବେ ବର୍ଷଟି ବହୁ ଦିଗରୁ ଲାଭବାନ୍‌ ହେବେ । ପରିବାର ଓ ପରିବେଶ ଆନନ୍ଦ ପ୍ରଦାନ କରିବ । ପରିବାରର ଅନେକ ସମସ୍ୟା ଦିଗରେ ସଫଳତା ପାଇବେ ।

ସାମାଜିକ ପ୍ରତିଷ୍ଠା: ସମାଜରେ କେତେକ ନୂତନ ସମସ୍ୟାର ସମାଧାନ ଦିଗରେ ସଫଳ ହେବେ । ସମାଜରେ ଖ୍ୟାତି ଓ ପ୍ରତିଷ୍ଠା ବୃଦ୍ଧି ପାଇବ । ଶତ୍ରୁମାନଙ୍କ ପ୍ରଭାବ ଅନ୍ତ ଘଟିବ । ଅନେକ କ୍ଷେତ୍ରରେ ଉଚ୍ଚ ପ୍ରଂଶସିତ ହେବେ । ସରକାରୀ କଳରୁ ସାହାଯ୍ୟ, ସହାନୁଭୂତି ପାଇବେ । ଦେବାନୁଗ୍ରହ ଯୋଗୁଁ ରାଜନୀତି କ୍ଷେତ୍ରରେ ଉଚ୍ଚ ପଦପଦବିରେ ପ୍ରତିଷ୍ଠିତ ହେବେ । ନିଜର କୁଶଳ ବାକ୍‌ ଚତୁରୀ ଦ୍ବାରା ସମସ୍ତଙ୍କର ପ୍ରିୟପାତ୍ର ହେବେ । ସାଂଗଠନିକ କାର୍ଯ୍ୟ ତଥା ଧର୍ମାନୁଷ୍ଠାନ କ୍ଷେତ୍ରରେ ନେତୃତ୍ୱ ନେବାର ସୁଯୋଗ ମିଳିବ । ମାଲିମକଦ୍ଦମାରେ ଉଲ୍ଲେଖନୀୟ ସଫଳତା ପାଇବେ ।

ଅର୍ଥନୈତିକ ଅବସ୍ଥା: ଭାଗ୍ୟାଧିପତି ଧନ ଜାଗାରେ ଥିବା ହେତୁ ବର୍ଷ ତମାମ ଆୟର ସୁଅ ଛୁଟିବ । ଆଶା କରୁ ନଥିବା ଦିଗରୁ ଧନାଗମ ହେବ । ଚାକିରିଆମାନଙ୍କ ପାଇଁ ଶୁଭ ସମୟ । ହଠାତ୍‌ ଅର୍ଥାଗମ ହେବ । ଆର୍ଥିକସ୍ଥିତି ସନ୍ତୋଷଜନକ ହେବ । ବହୁଦିନର ଋଣ ପରିଶୋଧ କରିବେ । ଅଯଥା ଖର୍ଚ୍ଚରୁ ମୁକ୍ତି ପାଇବେ । ଧନ ସଞ୍ଚୟ ବର୍ଷ ଆରମ୍ଭରୁ ହେବ । ସଂପର୍କୀୟ ତଥା ଅଜଣା ଧନିକ ବନ୍ଧୁଙ୍କ ଭାଗୀଦାରି ବ୍ୟବସାୟରେ ଲାଭବାନ୍‌ ହେବେ ।

ଛାତ୍ରଛାତ୍ରୀ: ଛାତ୍ରଛାତ୍ରୀମାନେ ସମସ୍ତ କ୍ଷେତ୍ରରେ ସଫଳତା ଲାଭ କରିବେ । ଉଚ୍ଚଶିକ୍ଷା ତଥା ଗବେଷଣା ଦିଗରେ ଉପକୃତ ହେବେ । ଦୈବୀ ଆଶୀର୍ବାଦ ତଥା ଗୁରୁଜନମାନଙ୍କ ସୁପରାର୍ମଶ ଯୋଗୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ ।

ଦୈବୀ ଉପଚାର: ଦୈନିକ ହଳଦୀ, ଚନ୍ଦନ ଜଳରେ ସ୍ନାନ କରନ୍ତୁ । ହନୁମାନ ଚାଳିଶା ପାଠ କରନ୍ତୁ ।

Share this story

World Odia Language Conferene