ଏହି ବୟସରୁ ସହମତିରେ ରଖିପାରିବେ ଶାରିରୀକ ସମ୍ପର୍କ, କେଉଁ ଦେଶରେ କେତେ ବର୍ଷରୁ କରିପାରିବେ ସେକ୍ସ, ଲାଗିବନି ଏହି ସବୁ ଧାରା
ଓଡ଼ିଆ ଗସିପ୍ ବ୍ୟୁରୋ: ଗୋଟିଏ ସମୟ ଥିଲା ଯେଉଁଠି ନାବାଳକ ଓ ନାବାଳିକାଙ୍କୁ ସହମତିରେ ଯୌନ ସମ୍ପର୍କ ରଖିବାକୁ ଆଇନ ଅନୁମତି ପ୍ରଦାନ କରିଥିଲା । କିନ୍ତୁ ସମୟ ବଦଳିବା ସହିତ ସେଥିରେ ପରିବର୍ତ୍ତନ କରାଯାଇଛି। ଆଇନରେ ମଧ୍ୟ ବହୁ ପରିବର୍ତ୍ତନ ହୋଇଛି। ଏହି ପ୍ରସଙ୍ଗକୁ ନେଇ କଣ କହୁଛି ଆଇନ। ପଢନ୍ତୁ ପୁରା ରିପୋର୍ଟ:
ନୂଆଦିଲ୍ଲୀ: ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଡିଓ୍ୱାଇ ଚନ୍ଦ୍ରଚୁଡ଼ (DY Chandrachud) ଗତ ୧୦ ତାରିଖରେ ଏକ ମାମଲା ଶୁଣାଣୀ କରିଥିଲେ । ଏହି ଶୁଣାଣୀ ସମୟରେ ପୋକ୍ସୋ ଆକ୍ଟ (Pocso Act) ଅନୁଯାୟୀ ସହମତିରେ ଶାରିରୀକ ସମ୍ପର୍କ (Physical Relation) ରଖିବା ବୟସ ଉପରେ ସଂସଦରେ ଆଲୋଚନା କରିବାକୁ ସରକାରଙ୍କୁ ପରାମର୍ଶ ଦେଇଥିଲେ ।
ମୁଖ୍ୟ ବିଚାରପତିଙ୍କ (Chief Justice) କହିବା ଅନୁଯାୟୀ ଦୁଷ୍କର୍ମ ମାମଲାରେ ଯୁବକମାନଙ୍କ ସମ୍ପୃକ୍ତି ଥିବା ନେଇ ଆସୁଛି । ତେବେ ସେହି ଘଟଣାରେ ସହମତିରେ ସମ୍ପର୍କ ସ୍ଥାପନ ହୋଇଛି କି ନାହିଁ ତାହା ଜାଣିବା କଷ୍ଟକର ହୋଇ ପଡ଼ୁଛି । ଏଭଳି ସ୍ଥିତିରେ ଶୁଣାଣୀ କରିବା କଷ୍ଟକର ହୋଇ ପଡ଼ୁଥିବା ନେଇ ସେ କହିଛନ୍ତି । ସହମତିରେ ଶାରିରୀକ ସମ୍ପର୍କ ରଖିବା ପାଇଁ ବୟସ ସୀମା କେତେ ହେବା ଜରୁରୀ ବୋଲି ସେ ଆହୁରି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।
ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ବୟସ ଓ ଯୌନ ସମ୍ପର୍କ ମଧ୍ୟରେ ରହିଛି କି ସମ୍ପର୍କ ? ନୂଆ ଅଧ୍ୟୟନରୁ ସାମ୍ନାକୁ ଆସିଲା ଏହି ତଥ୍ୟ…
ପୂର୍ବରୁ ରହିଥିଲା ୧୬ ବର୍ଷ:
ସ୍ୱାଧୀନତା ପରେ ଅର୍ଥା ୧୯୪୭ ରୁ ୨୦୧୨ ପର୍ଯ୍ୟନ୍ତ ସହମତିରେ ଶାରିରୀକ ସମ୍ପର୍କ ପାଇଁ ବୟସ ସୀମା ୧୬ ରହିଥିଲା । ୨୦୧୨ ମସିହାରେ ପୋକ୍ସ ଆଇନରେ ପରିବର୍ତ୍ତନ ହେବା ସହିତ ଏହା ୧୮ ବର୍ଷକୁ ବଢାଇ ଦିଆଯାଇଥିଲା ।
କଣ କହୁଛି ସଂଖ୍ୟା:
ରିପୋର୍ଟ ଅନୁଯାୟୀ ଦେଶରେ ବର୍ତ୍ତମାନ ସୁଦ୍ଧା ଯୁବାବର୍ଗଙ୍କ ସଂଖ୍ୟା ପ୍ରାୟ ୨୫ କୋଟି ରହିଛି । ଭାରତରେ ସମଗ୍ର ବିଶ୍ୱର ଅଧିକ ଯୁବାବର୍ଗଙ୍କ ସଂଖ୍ୟା । ଏଠାକାର ସମାଜରେ ବିବାହ ପୂର୍ବରୁ ଶାରିରୀକ ସମ୍ପର୍କ ସ୍ଥାପନ କରିବା ଅପରାଧ ଭାବେ ପରିଗଣିତ କରାଯାଇଥାଏ । କିନ୍ତୁ ହୋଇଥିବା ସର୍ଭେ ରିପୋର୍ଟ କିଛି ଭିନ୍ନ କାହାଣୀ କହିଥାଏ ।
ନିକଟରେ ସାମ୍ନାକୁ ଆସିଥିବା ପରିବାର ଓ ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ ଅନୁଯାୟୀ ୩୯ ପ୍ରତିଶତ ମହିଳା ସ୍ୱିକାର କରିଛନ୍ତି କି ସେ ୧୮ ବର୍ଷରେ ପାଦ ଦେବା ପୂର୍ବରୁ ଶାରିରୀକ ସମ୍ପର୍କ ସ୍ଥାପନ କରି ସାରିଥିଲେ । ଏପରିକି ୨୫ ରୁ ୪୯ ବୟସର ମହିଳା ବର୍ଗଙ୍କ ମଧ୍ୟରୁ ୧୦ ପ୍ରତିଶତ ମହିଳା ଏହା ମଧ୍ୟ ସ୍ୱିକାର କରିଛନ୍ତି କି ୧୫ ବର୍ଷ ପୂର୍ବରୁ ଯୌନ ସମ୍ପର୍କ ସ୍ଥାପନ କରି ସାରିଥିଲେ ।
କଣ ରହିଛି ତୃଣମୂଳସ୍ତରର ସ୍ଥିତି:
ଚାଇଲଡ ରାଇଟ ଚ୍ୟାରିଟି ସଂସ୍ଥା ଏନଫୋଲ୍ଡ ପ୍ରୋଆକ୍ଟିଭ ହେଲ୍ଥ ଟ୍ରଷ୍ଟ ୨୦୧୬ ରୁ ୨୦୨୦ ମଧ୍ୟରେ ପଶ୍ଚିମବଙ୍ଗ, ଆସାମ ଓ ମହାରାଷ୍ଟ୍ରରେ ପୋକ୍ସୋ କୋର୍ଟରେ ୭୦୬୪ଟି ମାମଲା ଉପରେ ଗବେଷଣା କରିଥିଲା । ଏଥିରୁ ସେ ଅଧାରୁ ଅଧିକ ମାମଲାରେ ୧୬ ରୁ ୧୮ ବର୍ଷ ବୟସର ଝିଅଙ୍କ ସମ୍ପୃକ୍ତି ରହିଥିବା ନେଇ ଜାଣିବାକୁ ପାଇଥିଲା ।
ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଶ୍ୱଶୁରଙ୍କୁ ଘରେ ତାଲା ପକାଇ ବୟଫ୍ରେଣ୍ଡ୍ ସହ ବୋହୂ ଫେରାର, ତାପରେ ଯାହା ଘଟିଲା ଆପଣ ଆଶ୍ଚର୍ଯ୍ୟ ହୋଇଯିବେ...
ବିବିସି ଏହି ସଂସ୍ଥାର ରିପୋର୍ଟକୁ ଆଧାର କହି ଏକ ଆଲେଖ୍ୟ ମଧ୍ୟ ପ୍ରସ୍ତୁତ କରିଥିଲା । ଏହି ରିପୋର୍ଟରେ ମୋଟ ୭୦୬୪ ମାମଲାରୁ ୧୭୧୫ ମାମଲାରେ ପ୍ରେମ ଜନିତ ସମ୍ପର୍କ ବର୍ଗରେ ରଖାଯାଇଥିଲା । ଯଦି ଏହି ସଂଖ୍ୟାକୁ ପୁରା ଭାରତୀୟ ସନ୍ଦର୍ଭରେ ଦେଖାଯାଏ ତାହା ହେଲେ ଏହି ସଂଖ୍ୟା ଢେର ଅଧିକ ରହିବ । କାରଣର ପ୍ରତିବର୍ଷ ଦେଶରେ ଲକ୍ଷାଧିକ ସଂଖ୍ୟାରେ ପୋକ୍ସୋ ଆକ୍ଟ ଅଧିନରେ ମାମଲା ରୁଜୁ ହୋଇଥାଏ ।
କଣ କହୁଛି ସମଗ୍ର ବିଶ୍ୱରେ ଏହି ସଂଖ୍ୟା:
ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆନ ଇନଷ୍ଟିଚ୍ୟୁଅ ଅଫ ଫାମିଲି ଷ୍ଟଡ଼ିର ରିପୋର୍ଟ ଅନୁଯାୟୀ କିଛି ଅଞ୍ଚଳକୁ ଛାଡ଼ି ଦେଲେ ଦେଶରେ ସହମତିରେ ଯୌନ ସମ୍ପର୍କ ସ୍ଥାପନ କରିବାର ବୟସ ୧୬ ରହିଛି ।
ଫ୍ରାନ୍ସ: ବିଶ୍ୱର ସବୁଠାରୁ ଅଧିକ ବିକଶିତ ରାଷ୍ଟ୍ର ମଧ୍ୟରେ ଫ୍ରାନ୍ସ ହେଉଛି ଅନ୍ୟତମ । ଏଠାରେ ୧୫ ବର୍ଷ ବୟସରେ ଯୌନ ସମ୍ପର୍କ ସ୍ଥାପନ କରିପାରିବେ ।
ଆମେରିକା: ଏଠାରେ ବିଭିନ୍ନ ରାଜ୍ୟରେ ବିଭିନ୍ନ ନିୟମ ରହିଛି । ତେବେ ମୋଟାମୋଟି ଦେଖିବାକୁ ଗଲେ ୧୬ ରୁ ୧୮ ବର୍ଷ ବୟସ ମଧ୍ୟରେ ଶାରିରୀକ ସମ୍ପର୍କ ସ୍ଥାପନ କରିପାରିବେ ।
ଦକ୍ଷିଣ ଆମେରିକା: ଆମେରିକା ଭଳି ଏଠାରେ ମଧ୍ୟ ଭିନ୍ନ ଭିନ୍ନ ରାଜ୍ୟର ଭିନ୍ନ ନିୟମ ରହିଛି। ଏଠାରେ ୧୨ ରୁ ୧୮ ବର୍ଷ ବୟସ ମଧ୍ୟରେ ଶାରିରୀକ ସମ୍ପର୍କ ରଖିପାରିବେ । ୟୁନିସେଫ ଅନୁଯାୟୀ ଏଠାରେ ଶାରିରୀକ ସମ୍ପର୍କ ରଖୁଥିବା ଯୁବପୀଢୀଙ୍କ ବୟସ ୧୫ ରହିଛି ।
ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଭଗବାନଙ୍କୁ ବିବାହ କଲେ ଯୁବତୀ, ଯୋଗ ଦେଲେ ୩୧୧ ବରଯାତ୍ରୀ, ପୁରା ଘଟଣା ପଢିଲେ ଆପଣ ଭାବବିହ୍ୱୋଳ ହୋଇଯିବେ...
ବ୍ରାଜିଲ: ଏଠାରେ ସହମତିରେ ଯୌନ ସମ୍ପର୍କ ସ୍ଥାପନର ବୟସ ୧୪ ରହିଛି ।
ଜର୍ମାନୀ: ୟୁରୋପର ତମାମ ଦେଶରେ ସହମତିରେ ଯୌନ ସମ୍ପର୍କ ସ୍ଥାପନ କରିବାର ବୟସ ୧୪ ରୁ ୧୮ ବର୍ଷ ପର୍ଯ୍ୟନ୍ତ ରହିଛି । ଜର୍ମାନୀରେ ସର୍ବନିମ୍ନ ବୟସ ୧୪ ରହିଥିବା ବେଳେ ମାନିଲାରେ ଏହା ୧୮ ରହିଛି ।
ଇଂଲଣ୍ଡ ଓ ଓ୍ୱେଲ୍ସ: ବିବିସି ଅନୁଯାୟୀ ଇଂଲଣ୍ଡ ଓ ଓ୍ୱେଲ୍ସରେ ୧୮୮୫ ମସିହାରୁ ସହମତିରେ ସେକ୍ସ କରିବାର ବୟସ ୧୬ ରହିଛି ।