ଭଗବାନଙ୍କୁ ବିବାହ କଲେ ଯୁବତୀ, ଯୋଗ ଦେଲେ ୩୧୧ ବରଯାତ୍ରୀ, ପୁରା ଘଟଣା ପଢିଲେ ଆପଣ ଭାବବିହ୍ୱୋଳ ହୋଇଯିବେ...

Rajasthani girl got married to lord Bishnus idol

ଓଡ଼ିଆ ଗସିପ୍ ବ୍ୟୁରୋ: ୧୬ ଶହ ଶତାଦ୍ଧୀରେ ମୀରାବାଇ ଭଗବାନ କୃଷ୍ଣଙ୍କ ଭକ୍ତି କରିଥିଲେ ଆଉ ତାଙ୍କୁ ନିଜର ସବୁକିଛି ମାନିନେଇଥିଲେ । ମୀରା ଘର ପରିବାର ସମାଜ ସମସ୍ତଙ୍କୁ ପର କରି କୃଷ୍ଣ ଭକ୍ତିରେ ଲୀନ ହୋଇଯାଇଥିଲେ । ଆଜି ବି ମୀରାଙ୍କ ଭକ୍ତିଭାବକୁ ସମସ୍ତେ ମନେ ପକାଇଥାନ୍ତି ।

କଳିଯୁଗରେ ବି ମୀରାଙ୍କ ଭଳି ଜଣେ ବିଷ୍ଣୁ ଭକ୍ତ ଆବିର୍ଭାବ ହୋଇଛନ୍ତି ଯେ କି ଭଗବାନ ବିଷ୍ଣୁଙ୍କୁ ବିବାହ କରିନେଇଛନ୍ତି କହିଲେ ଆପଣ କଣ ବିଶ୍ୱାସ କରିବେ କି? ଠିକ ଶୁଣିଛନ୍ତି, ରାଜସ୍ଥାନ ଜୟପୁରର ଗୋବିନ୍ଦଗଡ ନିକଟ ନରସିଂହପୁର ଗାଁର ପୂଜା ସିଂହ ଭଗବାନଙ୍କୁ ବିବାହ କରିଛନ୍ତି ।

ପୂଜା ଡିସେମ୍ବର ୮ରେ ଗାଁ ମନ୍ଦିରରେ ବିରାଜମାନ କରିଥିବା ଭଗବାନ ବିଷ୍ଣୁଙ୍କୁ ବିବାହ କରିଛନ୍ତି । ଭଗବାନଙ୍କ ନାଁରେ ନିଜ ମଥାରେ ସିନ୍ଦୁର ନାଇଁ ସଧବା ହୋଇଯାଇଛନ୍ତି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ମାଳିସାହିକୁ କେଉଁଠୁ ଆସନ୍ତି ମାଳମାଳ ଦେହଜୀବୀ (ମନ୍ଦାକିନୀ), ଜାଣନ୍ତୁ କଣ କହୁଛନ୍ତି ଜଣେ ଛଟପଟ ଦେହଜୀବୀ...

ପୂଜା ବର୍ତ୍ତମାନ ସକାଳୁ ଭୋଗ ବନାଇ ଠାକୁରଙ୍କ ପାଇଁ ନେଇଯାଉଛନ୍ତି । ତାଙ୍କ ପାଇଁ ପୋଷାକ ପ୍ରସ୍ତୁତ କରୁଛନ୍ତି । ସନ୍ଧ୍ୟାରେ ବି ଠାକୁରଙ୍କ ଦର୍ଶନ ପାଇଁ ଯାଇଥାନ୍ତି । ପୂଜାଙ୍କ କହିବା କଥା ମୁଁ ପରମେଶ୍ୱରଙ୍କୁ ହିଁ ନିଜର ସ୍ୱାମୀ ମାନିନେଇଛି । ଭଗବାନ ତ ଅମର ହୋଇଥାନ୍ତି, ତେଣୁ ମୁଁ ସାରା ଜୀବନ ପାଇଁ ସଧବା ହୋଇଗଲି ।

ପୂଜା ସିଂହ ଭଗବାନ ବିଷ୍ଣୁଙ୍କ ସହିତ ବିବାହ କରିନେଇଛନ୍ତି । ତେବେ ଏନେଇ ସେ ଯେତେବେଳେ ମାଆଙ୍କ ସହ ଆଲୋଚନା କଲେ ସେତେବେଳେ ସମସ୍ତେ ଚକିତ ହୋଇଯାଇଥିଲେ । ପରେ ସେ ଏଥିପାଇଁ ରାଜି ହୋଇଯାଇଥିଲେ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଅଭିନେତ୍ରୀଙ୍କ ପାଦକୁ ଜିଭରେ ଚାଟିଲେ ରାମ ଗୋପାଳ ବର୍ମା, ଏହି ହଟ ପୋଜ ଏବେ ଭାଇରାଲ ହେବାରେ ଲାଗିଛି, ଦେଖନ୍ତୁ ଭିଡ଼ିଓ...

ତେବେ ତାଙ୍କ ବାପା ଏଥିପାଇଁ ରାଜି ନଥିଲେ । ତେଣୁ ସେ ଏହି ବିବାହରେ ମଧ୍ୟ ସାମିଲ ହୋଇନଥିଲେ । ପୂଜା କହିଛନ୍ତି ସମାଜ ଏହାର ମଜାକ ଉଡାଇପାରନ୍ତି, କିନ୍ତୁ ମୁଁ ଭଗବାନଙ୍କୁ ସ୍ୱାମୀ ମାନିନେଇଛି ।

ରୀତିନିତି ଅନୁସାରେ ପୂଜାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପୂଜା ଭଗବାନ ବିଷ୍ଣୁଙ୍କୁ ବିବାହ କରିବା ସହ ସାତ ଜନ୍ମ ପାଇଁ ସାଥି ହୋଇଯାଇଛନ୍ତି । ମନ୍ତ୍ର ଉଚ୍ଚାରଣ ସହ ତାଙ୍କ ହାତଗଣ୍ଠି ପଡିଥିଲା । ବାପା ଆସିନଥିଲେ କିନ୍ତୁ ମାଆ ଝିଅର କନ୍ୟା ଦାନ କରିଥିଲେ । ଠାକୁରଙ୍କୁ ଝିଅ ଘର ତରଫରୁ ପୋଷାକ ଏବଂ ସିଂହାସନ ପ୍ରଦାନ କରାଯାଇଛି । ଆଉ ଶେଷରେ ବିଦାୟୀ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

Share this story

World Odia Language Conferene