ଶ୍ୱଶୁରଙ୍କୁ ଘରେ ତାଲା ପକାଇ ବୟଫ୍ରେଣ୍ଡ୍‌ ସହ ବୋହୂ ଫେରାର, ତାପରେ ଯାହା ଘଟିଲା ଆପଣ ଆଶ୍ଚର୍ଯ୍ୟ ହୋଇଯିବେ...

daughter in law locks father in law and fled away with boy friend in Bhubaneswar

ଓଡ଼ିଆ ଗସିପ୍ ବ୍ୟୁରୋ: ଶ୍ୱଶୁରଙ୍କୁ ଘରେ ତାଲା ପକାଇ ବୟଫ୍ରେଣ୍ଡ୍‌ ସହ ଫେରାର ମାରିଲା ବୋହୂ । ଘରୁ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ଅନ୍ୟାନ୍ୟ ଦାମୀ ଜିନିଷ ଓ ନଗଦ ଦେଢ଼ ଲକ୍ଷ ଟଙ୍କା ନେଇ ମହିଳା ଜଣକ ବୟଫ୍ରେଣ୍ଡ୍‌ ସହ ଫେରାର ହୋଇଥିବା ଅଭିଯୋଗ ହୋଇଛି ।

ଶ୍ୱଶୁରଙ୍କୁ ଘରେ ତାଲା ପକାଇ ବୟଫ୍ରେଣ୍ଡ୍‌ ସହ ଫେରାର ମାରିଲା ବୋହୂ । ଏହା ପୂର୍ବରୁ ବୋହୂ ଘରେ କଳାକନା ମଧ୍ୟ ବୁଲାଇଛି । ଘରୁ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ଅନ୍ୟାନ୍ୟ ଦାମୀ ଜିନିଷ ଓ ନଗଦ ଦେଢ଼ ଲକ୍ଷ ଟଙ୍କା ନେଇ ମହିଳା ଜଣକ ବୟଫ୍ରେଣ୍ଡ୍‌ ସହ ଫେରାର ହୋଇଥିବା ଅଭିଯୋଗ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି । ଏନେଇ ମହିଳାଙ୍କ ସ୍ୱାମୀ ସନ୍ଦୀପ ନାୟକ ଥାନାରେ ଅଭିଯୋଗ କରିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ମାଳିସାହିକୁ କେଉଁଠୁ ଆସନ୍ତି ମାଳମାଳ ଦେହଜୀବୀ (ମନ୍ଦାକିନୀ), ଜାଣନ୍ତୁ କଣ କହୁଛନ୍ତି ଜଣେ ଛଟପଟ ଦେହଜୀବୀ...

ସୂଚନା ଅନୁସାରେ, ଏୟାରପୋର୍ଟ ଥାନା ଅନ୍ତର୍ଗତ ଗଙ୍ଗନଗରରେ ସନ୍ଦୀପ ଭଡ଼ା ନେଇ ରହୁଛନ୍ତି । ଚଳିତ ବର୍ଷ ଫେବୃଆରୀରେ ନୟାଗଡ଼ ଦଶପଲ୍ଲା ଅଞ୍ଚଳର ନମିତା ନାୟକ ନାମକ ଜଣେ ଯୁବତୀଙ୍କ ସହ ତାଙ୍କର ବିବାହ ହୋଇଥିଲା ।

କମ୍‌ ଦିନରେ ନମିତା ଶାଶୁ ଘର ଲୋକଙ୍କୁ ନିଜର କରି ନେଇଥିଲେ । ହେଲେ ଏହା ପଛରେ ତାଙ୍କର ଉଦ୍ଦେଶ୍ୟ କିନ୍ତୁ ଅଲଗା ଥିଲା । ସୁଯୋଗ ଦେଖି ସେ ଘରୁ ଫେରାର ହେବା ପାଇଁ ଯୋଜନା କରିଥିଲେ ।

ମଙ୍ଗଳବାର ଦିନ ସନ୍ଦୀପ ଅଫିସ୍‌ ଯାଇଥିବା ବେଳେ ନମିତା ଏହାର ଫାଇଦା ଉଠାଇ ଥିଲେ । ଶ୍ୱଶୁର ଶୋଇଥିବା ବେଳେ ତାଙ୍କୁ ଘର ଭିତରେ ତାଲା ପକାଇ ନମିତା ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଦେଢ଼ ଲକ୍ଷ ଟଙ୍କା ନେଇ ବୟଫ୍ରେଣ୍ଡ୍‌ ସହ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ପଟିଆ ପଡ଼ିଆ ପାଚେରୀ କଡ଼େ ମିଳିଲା ୧୫୦ ଟଙ୍କାର ସେକ୍ସ ମଜା; ଯ଼ୁବତୀ ନହେଲା ନାହିଁ କିନ୍ନର ସହ ଡାରେନାରେ ହେଲେ ଲଫଙ୍ଗା...

ଶ୍ୱଶୁରଙ୍କ ନିଦ ଭାଙ୍ଗିବା ପରେ ବାହାର ପଟୁ ରୁମ୍‌ ଲକ୍‌ ପଡ଼ିଥିବା ସେ ଜାଣିବାକୁ ପାଇଥିଲେ । ଏହାପରେ ଝରକା ପଟେ ସେ ପଡ଼ୋଶୀଙ୍କୁ ଡାକିବା ପରେ ପଡ଼ୋଶୀ ଆସି ଘରର କବାଟ ଖୋଲିଥିଲେ । ଖବରପାଇ ସନ୍ଦୀପ ଘରେ ପହଞ୍ଚି ପତ୍ନୀ ନମିତାଙ୍କୁ ଫୋନ୍‌ କରିଥିଲେ । ହେଲେ ସେ ଫୋନ୍‌ ଉଠାଇ ନଥିଲେ ।

ଏନେଇ ସନ୍ଦୀପ ପରେ ଥାନାରେ ଏତଲା ଦେଇଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ବିବାହ ପୂର୍ବରୁ ପତ୍ନୀ ନମିତାଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା । ସମ୍ପୃକ୍ତ ଯୁବକଙ୍କ ସହ ଫେରାର ହୋଇଥିବା ସନ୍ଦୀପ ଅଭିଯୋଗ କରିଛନ୍ତି । 

Share this story

World Odia Language Conferene