ଲୋକସଭା ଫଳାଫଳ ଘୋଷଣା ହେବା ପରେ କର୍ମଚାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେବେ ସରକାର! ଜାଣନ୍ତୁ କଣ 
 

Will 8th Pay Commission Be Implemented know details
ଲୋକସଭା ନିର୍ବାଚନ ପରେ ମିଳିବ ବଡ଼ ଉପହାର
 

ଓଡ଼ିଆ ଗସିପ୍ ବ୍ୟୁରୋ: ଦେଶରେ ଲୋକସଭା ନିର୍ବାଚନ ପାଇଁ ୭ ପର୍ଯ୍ୟାୟରେ ମତଦାନ ଜାରି ରହିଛି। ଏହା ମଧ୍ୟରେ ଦୁଇଟି ପର୍ଯ୍ୟାୟର ମତଦାନ ଶେଷ ହୋଇଥିବାବେଳେ ଆଗକୁ ଆଉ ୫ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ। 

ଜୁନ୍ ୪ ତାରିଖରେ ଫଳାଫଳ ଘୋଷଣା କରାଯିବ। ତେବେ ଲୋକସଭା ନିର୍ବାଚନ ଶେେ ହେବା ପରେ କର୍ମଚାରୀଙ୍କୁ ଏକ ବଡ଼ ଉପହାର ମିଳିବାର ସମ୍ଭାବନା ରହିଛି। କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ହେବା ନେଇ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ଗଠନ କରାଯାଇପାରେ। ଜୁନ୍ ୪ରେ ଲୋକସଭା ଫଳାଫଳ ଘୋଷଣା ହେବା ପରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ଅନୁମାନ କରାଯାଉଛି।

ଅଧିକ ପଢନ୍ତୁ : ଆପଣଙ୍କ ହୋଇଛି କି କିଡନୀ ଷ୍ଟୋନ୍ ? ଏହି ଲକ୍ଷଣଗୁଡ଼ିକ ଦେଖା ଦେଲେ କରନ୍ତୁନି ଅଣଦେଖା 

ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ମୁତାବକ, କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ବର୍ଷକୁ ୨ ଥର ବୃଦ୍ଧି ହେବା ଆବଶ୍ୟକ। ସେହି ଅନୁସାରେ କେନ୍ଦ୍ର ସରକାର ପ୍ରତିବର୍ଷ ଜାନୁଆରୀରୁ ଜୁନ ଓ ଜୁଲାଇରୁ ଡିସେମ୍ବର ମଧ୍ୟରେ ଡିଏ ବୃଦ୍ଧି କରିଥାନ୍ତି। ୨୦୨୪ ବର୍ଷର ପ୍ରଥମ ୬ ମାସ ପାଇଁ ଡିଏ ବୃଦ୍ଧି ହୋଇସାରିଛି। କେନ୍ଦ୍ର ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରିଥିବାବେଳେ ଏବେ କର୍ମଚାରୀଙ୍କ ମୋଟ ଡିଏ ୫୦ ପ୍ରତିଶତରେ ପହଞ୍ଚିଯାଇଛି। 

ଅଧିକ ପଢନ୍ତୁ : ଅଚାନକ୍ “ହୃଦଘାତ” ଆସିଲେ କରିବେ କଣ ? ଜାଣିଲେ ଆପଣ ମଧ୍ୟ ବଞ୍ଚାଇପାରିବେ ଜଣଙ୍କ ଜୀବନ

ତେଣୁ ଜୁଲାଇରୁ ଡିସେମ୍ବର ୬ ମାସର ଡିଏ ବୃଦ୍ଧି ସେପ୍ଟେମ୍ବର ବା ଅକ୍ଟୋବରରେ ହୋଇପାରେ। ଆଗାମୀ ୬ ମାସ ପାଇଁ ଯଦି କେନ୍ଦ୍ର ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରିବେ ତେବେ ମୋଟ ଡିଏ ୫୪ ପ୍ରତିଶତରେ ପହଞ୍ଚିଯିବ। ସେହିପରି ଯଦି ୩ ପ୍ରତିଶତ ବୃଦ୍ଧି କରିବେ ତେବେ ମୋଟ ଡିଏ ୫୩ ପ୍ରତିଶତରେ ପହଞ୍ଚିଯିବ।

ଅଧିକ ପଢନ୍ତୁ : ପ୍ରତିଦିନ ହେଉଛି କି ପାଦ ଯନ୍ତ୍ରଣା ? ସାବଧାନ! ହୋଇପାରେ ହାର୍ଟ ଷ୍ଟ୍ରୋକ୍‌ର ଲକ୍ଷଣ
 

Share this story