ପାଲେଷ୍ଟାଇନ ଆତଙ୍କବାଦୀଙ୍କ ରକେଟ୍ ମାଡ, ମେୟରଙ୍କ ସମେତ ୨୪୦ ମୃତ, ଇସ୍ରାଏଲର ଯୁଦ୍ଧ ଘୋଷଣା
 

What to know about the surprise Hamas attack on Israel
ପାଲେଷ୍ଟାଇନ ଆତଙ୍କବାଦୀଙ୍କ ରକେଟ୍ ମାଡ, ଇସ୍ରାଏଲର ଯୁଦ୍ଧ ଘୋଷଣା
 

ଓଡ଼ିଆ ଗସିପ୍ ବ୍ୟୁରୋ: ଯୁଦ୍ଧ ଘୋଷଣା କଲା ଇସ୍ରାଏଲ୍‌ । ପାଲେଷ୍ଟାଇନ ଆତଙ୍କବାଦୀଙ୍କ ରକେଟ୍ ମାଡ ପରେ ଇସ୍ରାଏଲର ଯୁଦ୍ଧ ଘୋଷଣା । ଅବରୋଧ ହୋଇଥିବା ଗାଜା ଷ୍ଟ୍ରିପରୁ ଇସ୍ରାଏଲ ବିରୋଧରେ ଏକାଥରକେ ମାଡ କରାଯାଇଛି ୫ ହଜାରରୁ ଅଧିକ ରକେଟ । 

ଏହି ଆକ୍ରମଣକୁ ପାଲେଷ୍ଟାଇନ୍‌ର ‘ହାମାସ୍‌ ଆତଙ୍କବାଦୀ’ମାନେ ସେମାନଙ୍କର ‘ପ୍ରଥମ ଆକ୍ରମଣ’ ବୋଲି କହିଛନ୍ତି। ଅନ୍ୟପଟେ ଇସ୍ରାଏଲ୍ ସେନା କହିଛି, ଆମେ ବି ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛୁ । ଆର୍ମି ପକ୍ଷରୁ ସେନା ପାଇଁ ରେଡିନେସ୍ ଫର୍ ୱାର୍ ଆଲର୍ଟ ଜାରି କରିଛି । ଏହି ଆକ୍ରମଣ ଏଭଳି ସମୟରେ ହୋଇଛି ଯେତେବେଳେ କିଛି ଦିନ ପୂର୍ବରୁ ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ପ୍ରତିକୂଳ ପରିସ୍ଥିତି ଲାଗି ରହିଛି ।

ଅଧିକ ପଢ଼ନ୍ତୁ: ଚାକିରୀରୁ ଅବସର ପୂର୍ବରୁ ଭି ଆର ଏସ ନେଲେ DGP B K Ravi ହେଲେ କାହିଁକି ? ଜାଣନ୍ତୁ ଅସଲ କାରଣ...

ପାଲେଷ୍ଟାଇନର ହମାସ ଆତଙ୍କବାଦୀ ଗୋଷ୍ଠୀ ଆଜି ଇସ୍ରାଏଲ ଉପରେ ଭୟାନକ ଆକ୍ରମଣ କରିବା ପରେ ଇସ୍ରାଏଲ ଏହି ଗୋଷ୍ଠୀ ବିରୋଧରେ ଯୁଦ୍ଧ ଘୋଷଣା କରିଛି। ପାଲଟା ଆକ୍ରମଣ କରିବା ସହିତ ଜଣାଇଦେଇଛି ଯେ ଇସ୍ରାଏଲ ଏଭଳି ପ୍ରତିଶୋଧ ନେବ ଯାହାର ହମାସ କେବେ କଳ୍ପନା କରିନଥିବ। 

ସୂଚନାମୁତାବକ ଗତ କିଛି ଦିନ ଧରି ଗାଜା ସୀମାରେ ଉତ୍ତେଜନା ଲାଗି ରହିଥିବା ବେଳେ ଆଜି ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଅଚାନକ ଭୟଙ୍କର ଆକ୍ରମଣ କରିଦେଇଥିଲେ। ଗାଜା ଷ୍ଟ୍ରିପ୍‌ରୁ ଇସ୍ରାଏଲ୍‌ ଉପ‌ରେ ଆତଙ୍କବାଦୀମାନେ ୫ ହଜାରରୁ ଅଧିକ ରକେଟ୍‌ ମାଡ଼ କରିଛନ୍ତି। ମାତ୍ର ୨୦ ମିନିଟ୍‌ ମଧ୍ୟରେ ଇସ୍ରାଏଲ୍‌ ଉପରେ ହଜାର ହଜାର ରକେଟ୍‌ ବର୍ଷା କରି ଅକଳ୍ପନୀୟ କ୍ଷୟକ୍ଷତି ଘଟାଇଛି । 

ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...

ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ଏହି ଆକ୍ରମଣ ହୋଇଥିଲା। ଜଣେ ମେୟରଙ୍କ ସମେତ ୨୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୫ ଶହରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି। ଆତଙ୍କବାଦୀମାନେ ସମୁଦ୍ର ପଟୁ ଏବଂ ଆକାଶ ମାର୍ଗରୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ପାରାଗ୍ଲାଇଡରଙ୍କୁ ମଧ୍ୟ ବ୍ୟବହାର କରାଯାଇଛି। ଏଭଳି ଆକ୍ରମଣ ନେଇ ଇସ୍ରାଏଲ ପୂର୍ବରୁ ସୁରାକ୍ ପାଇପାରି ନଥିଲା।

ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ‌

ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁ ହମାସ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ଏକ ଭିଡିଓ ବାର୍ତ୍ତା ଜାରି କରି ନେତାନ୍ୟାହୁ କହିଛନ୍ତି, ଆମେ ଏବେ ଯୁଦ୍ଧ ସ୍ଥିତିରେ ଅଛୁ। ଏହା ଅପରେସନ୍‌ ନୁହେଁ କି ଉତ୍ତେଜନା ନୁହେଁ। ଏହା ଯୁଦ୍ଧ ଏବଂ ଆମେ ଏହି ଯୁଦ୍ଧ ଜିତିବୁ। ଇସ୍ରାଏଲ ଏହାର ଶତ୍ରୁଠାରୁ ଅତି ଅପ୍ରତ୍ୟାଶିତ ମୂଲ୍ୟ ଆଦାୟ କରିବ ବୋଲି ନେତାନ୍ୟାହୁ ପ୍ରତିଜ୍ଞା କରିଛନ୍ତି। 

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

Share this story