ବୃଦ୍ଧ ବୟସରେ ତୃତୀୟ ବିବାହ କଲେ ଦେଶର ଦାମୀ ଓକିଲ ହରିଶ ସାଲଭେ, ୨୦୨୦ରେ କରିଥିଲେ ଦ୍ବିତୀୟ ବିବାହ

ଓଡ଼ିଆ ଗସିପ୍ ବ୍ୟୁରୋ: ଦେଶର ଅନ୍ୟତମ ଦାମୀ ଓକିଲ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ ତୃତୀୟ ଥର ବିବାହ କରିଛନ୍ତି। ସେ ଲଣ୍ଡନରେ ୬୮ ବର୍ଷ ବୟସରେ ରବିବାର ତୃତୀୟ ଥର ପାଇଁ ବିବାହ କରିଛନ୍ତି। ଗତକାଲି ଲଣ୍ଡନର ଏକ ବିଳାଶପୂର୍ଣ୍ଣ ହୋଟେଲରେ ତ୍ରିନାଙ୍କୁ ବିବାହ କରିଛନ୍ତି ହରିଶ ସାଲଭେ। ତ୍ରିନା ବ୍ରିଟିଶର ମୂଳ ବାସିନ୍ଦା । ତାଙ୍କ ବିବାହ ଉତ୍ସବରେ ନୀତା ଅମ୍ବାନି, ଲଳିତ ମୋଦି, ଉଜ୍ଜ୍ୱଳା ରାଉତଙ୍କ ଭଳି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିବା ଜଣାପଡିଛି।
ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍ ଉପରେ ପଡିବ ପ୍ରଭାବ
୨୦୨୦ ମସିହାରେ ହରିଶ ସାଲଭେ ତାଙ୍କର ପ୍ରଥମ ପତ୍ନୀ ମୀନାକ୍ଷୀଙ୍କଠାରୁ ଅଲଗା ହୋଇଥିଲେ। ସେମାନଙ୍କର ଦୁଇଟି ଝିଅ ଅଛନ୍ତି। ହରିଶ ସାଲଭେ ୨୦୨୦ ମସିହାରେ ୩୮ ବର୍ଷିୟ ମୀନାକ୍ଷୀଙ୍କଠାରୁ ଅଲଗା ହେବାର କିଛି ମାସ ପରେ କାରୋଲାଇନ୍ ବ୍ରୋସର୍ଡଙ୍କୁ ଦ୍ବିତୀୟ ବିବାହ କରିଥିଲେ। ବର୍ତ୍ତମାନ ପୁଣି ତ୍ରିନାଙ୍କୁ ତୃତୀୟ ବିବାହ କରିଛନ୍ତି ସାଲଭେ। ଉଲ୍ଲେଖନୀୟ କଥା ହେଉଛି, କାରୋଲାଇନଙ୍କୁ ବିବାହ କରିବା ପୂର୍ବରୁ ହରିଶ ସାଲଭେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ।
ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା
ଦେଶର ଅନ୍ୟତମ ଦାମୀ ଓକିଲ ଭାବେ ଜଣାଥିବା ହରିଶ ସାଲଭେ ବହୁ ବଡ଼ ବଡ଼ ମାମଲାରେ ଆଇନଜୀବୀ ଭାବେ ଦାୟିତ୍ୱ ନିଭାଇ ବେଶ୍ ପରିଚିତ ଲାଭ କରିଛନ୍ତି। ସେ ସୁପ୍ରିମକୋର୍ଟରେ ଦୀର୍ଘଦିନ ଧରି ଆଇନଜୀବୀ ଭାବେ କାର୍ଯ୍ୟ କରିଛନ୍ତି। କେବଳ ଏତିକି ନୁହେଁ ଭୋଡାଫୋନ୍, ମୁକେଶ ଅମ୍ବାନୀ, ରତନ ଟାଟା ଏବଂ ଆଇଟିସି ହୋଟେଲର ବଡ଼ ମାମଲାରେ ମଧ୍ୟ ଆଇନଜୀବୀ ଭାବେ କାମ କରିଛନ୍ତି ହରିଶ ସାଲଭେ।
ଅଧିକ ପଢ଼ନ୍ତୁ: କାଉନସିଲରରୁ ବାଚସ୍ପତି ହେବ ଯାଏଁ ସୂର୍ଯ୍ୟ ପାତ୍ରଙ୍କ ପଲିଟିକାଲ ଯାତ୍ରା ବିଷୟରେ ଜାଣନ୍ତୁ ସଂକ୍ଷେପରେ...
ଏଥି ସହିତ ସଲମାନ ଖାନଙ୍କ ହିଟ୍ ଆଣ୍ଡ୍ ରନ୍ ମାମଲାରେ ମଧ୍ୟ ସେ ଆଇନଜୀବୀ ଭାବେ କାମ କରିଛନ୍ତି। ନଭେମ୍ବର ୧୯୯୯ ରୁ ନଭେମ୍ବର ୨୦୦୨ ପର୍ଯ୍ୟନ୍ତ ଭାରତର ସଲିସିଟର ଜେନେରାଲ ଭାବରେ କାର୍ଯ୍ୟ କରିଥିବା ସାଲଭେ ଜାନୁଆରୀରେ ୱେଲ୍ସ ଆଣ୍ଡ ଇଂଲଣ୍ଡ କୋର୍ଟ ପାଇଁ କ୍ୟୁଇନ୍ସ ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ। ଏଥି ସହିତ ହରିଶ ସାଲଭେ ପାକିସ୍ତାନରେ ଗୃହବନ୍ଦୀ ଥିବା କୂଳଭୂଷଣ ଯାଦବଙ୍କ ପାଇଁ କେଶ ଲଢି ବେଶ ଚର୍ଚ୍ଚାରେ ଥିଲେ, କାରଣ ସେ ଏହି କେଶ ଲଢିବା ପାଇଁ ଭାରତ ସରକାରଙ୍କୁ ମାତ୍ର ଏକ ଟଙ୍କା ଫିସ୍ ନେଇଥିଲେ।
ଅଧିକ ପଢ଼ନ୍ତୁ: ଏହି ୩ଟି ରାଶି ଉପରେ ସୂର୍ଯ୍ୟ-ଶନି-ରାହୁଙ୍କ ରହିବ ଘାତକ ଦୃଷ୍ଟି; ଖରାପ ହେବ ସ୍ବାସ୍ଥ୍ୟ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ
ଦେଶର ବ୍ୟସ୍ତବହୁଳ ଓକିଲମାନଙ୍କ ମଧ୍ୟରେ ସାମିଲ ଥିବା ସାଲଭେ ନାଗପୁର ବିଶ୍ୱବିଦ୍ୟାଳୟରୁ LLB ପାସ୍ କରିଥିଲେ। ସେ ଭାରତର ସଲିସିଟର ଜେନେରାଲ ଭାବରେ ନିଯୁକ୍ତ ହେବା ପୂର୍ବରୁ ୧୯୯୨ରେ ଦିଲ୍ଲୀ ହାଇକୋର୍ଟରେ ଜଣେ ବରିଷ୍ଠ ଓକିଲ ଭାବରେ ନିଯୁକ୍ତ ହୋଇଥିଲେ।୨୦୧୫ ରେ ସାଲଭେଙ୍କୁ ଭାରତର ସର୍ବୋଚ୍ଚ ପୁରସ୍କାର ମଧ୍ୟରୁ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା।