ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡିବ ପ୍ରଭାବ, ଅକ୍ଟୋବର ୧ରୁ ବଦଳୁଛି ବ୍ୟାଙ୍କର ଏହି ୭ ନିୟମ
 

These new rules will come into effect from October 1
ଅକ୍ଟୋବର ୧ରୁ ବଦଳୁଛି ବ୍ୟାଙ୍କର ଏହି ୭ ନିୟମ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଅକ୍ଟୋବର ପହିଲାରୁ ଟଙ୍କା ସହ ଜଡିତ କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ଆପଣଙ୍କ ପକେଟ୍ ଉପରେ ସିଧାସଳଖ ପ୍ରଭାବ ପକାଇବ । ଅକ୍ଟୋବରରେ ଟିକସ୍‌ ସଂଗ୍ରହ ନିୟମ, SBI ସମେତ ଅନେକ ବ୍ୟାଙ୍କର ସ୍ୱତନ୍ତ୍ର FD ଡେଡ୍‌ଲାଇନ୍‌, ନୂତନ ଡେବିଟ୍ କାର୍ଡ ନିୟମ ସମେତ ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି। ଅକ୍ଟୋବର ୧ ରୁ କେଉଁ ନିୟମ ପରିବର୍ତ୍ତନ ହେବ ଜାଣନ୍ତୁ।

ନୂଆ ଟିକସ୍‌ ସଂଗ୍ରହ ନିୟମ:

ଯଦି ଆପଣ ଛୁଟିଦିନ ପାଇଁ ଯାଉଛନ୍ତି କିମ୍ବା ବିଦେଶରେ ପଢୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)ର ଲିବରାଲାଇଜଡ୍ ରିମିଟାନ୍ସ ସ୍କିମ୍ (LRS) ଅଧୀନରେ ନୂଆ ଟିକସ୍‌ ସଂଗ୍ରହ ଅକ୍ଟୋବର ୧ ତାରିଖରୁ ଲାଗୁ ହେବ। ଯଦି ଆପଣ ସରଳ ଭାଷାରେ ବୁଝନ୍ତି ତେବେ, ଅକ୍ଟୋବର ୧ ରୁ ବିଦେଶ ଯାତ୍ରା, ବିଦେଶ ସେୟାରରେ ବିନିଯୋଗ ଏବଂ ମ୍ୟୁଚୁଆଲ୍ ଫଣ୍ଡରେ ନୂତନ ଟିକସ୍‌ ସଂଗ୍ରହ ଲାଗୁ ହେବ । ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ଖର୍ଚ୍ଚ ଉପରେ କର ଲାଗୁ ହେବା ନେଇ ଘୋଷଣା କରିଛି ରିଜର୍ଭ ବ୍ୟାଙ୍କ ।

ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ

ଡେବିଟ୍ ଏବଂ କ୍ରେଡିଟ୍ କାର୍ଡରେ ନେଟୱାର୍କ ବାଛିପାରିବେ:

ଅକ୍ଟୋବର ମାସରୁ ଗ୍ରାହକମାନେ ରୁପେ କାର୍ଡ କିମ୍ବା ଭିସା କିମ୍ବା ମାଷ୍ଟର କାର୍ଡ ନେବାକୁ ଚାହୁଁଛନ୍ତି କି ନାହିଁ, ସେ ନେଇ ନିଷ୍ପତ୍ତି ନେବାକୁ ସକ୍ଷମ ହେବେ। ଆରବିଆଇ ପ୍ରସ୍ତାବ ଦେଇଛି ଯେ କାର୍ଡ ପ୍ରଦାନକାରୀ ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ ୟୁନିଟ୍ ସେମାନଙ୍କ ଗ୍ରାହକଙ୍କୁ କାର୍ଡ ନେଟୱର୍କ ବାଛିବା ପାଇଁ ବିକଳ୍ପ ଦେବା ଉଚିତ୍।

ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ

SBI WeCare ସ୍କିମ୍ ସମୟସୀମା:

ବରିଷ୍ଠ ନାଗରିକମାନେ ଅକ୍ଟୋବର ୧ରୁ SBI WeCare ଯୋଜନାରେ ବିନିଯୋଗ କରିପାରିବେ ନାହିଁ । କାରଣ ବିନିଯୋଗର ଶେଷ ତାରିଖ ସେପ୍ଟେମ୍ବର ୩୦ ରହିଛି ।

ଅଧିକ ପଢ଼ନ୍ତୁ: ସେକ୍ସ ଟାଇମିଂକୁ ନେଇ କନଫ୍ୟୁଜ୍ କି? ପାର୍ଟନରଙ୍କ ଶୀଘ୍ର ପତନ ପାଇଁ ଚିନ୍ତିତ ? ଜାଣନ୍ତୁ କଣ କରିବେ

IDBI ବ୍ୟାଙ୍କ ଅମୃତ ମହୋତ୍ସବ:

ଯଦି ଆପଣ ଫିକ୍ସଡ୍ ଡିପୋଜିଟ୍ (FD) ରେ ବିନିଯୋଗ କରି ଅଧିକ ସୁଧ ପାଇବାକୁ ଚାହାଁନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ବାସ୍ତବରେ, ଆଇଡିବିଆଇ ବ୍ୟାଙ୍କ ଏହାର ସ୍ୱତନ୍ତ୍ର ଏଫଡି ଯୋଜନା ଅମୃତ ମହୋତ୍ସବ ଆରମ୍ଭ କରିବାକୁ ଯାଉଛି । ଏଫଡିରେ ବିନିଯୋଗ ପାଇଁ ସମୟସୀମା ବୃଦ୍ଧି କରିଛି IDBI ବ୍ୟାଙ୍କ ଯାହା ଅଧିକ ରିଟର୍ଣ୍ଣ ଦେଇଥାଏ । ଏହାପୂର୍ବରୁ ଏହି ସମୟସୀମା ୩୦ ସେପ୍ଟେମ୍ବରରେ ଶେଷ ହେଉଥିଲା । ବର୍ତ୍ତମାନ ବ୍ୟାଙ୍କ ଏହି ଯୋଜନାରେ ପୁଞ୍ଜି ବିନିଯୋଗର ସମୟସୀମାକୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରିଛି।

ଇଣ୍ଡିଆନ୍ ବ୍ୟାଙ୍କର ସ୍ୱତନ୍ତ୍ର FD:

ପବ୍ଲିକ୍ ସେକ୍ଟର ଇଣ୍ଡିଆନ୍ ବ୍ୟାଙ୍କ ଅଧିକ ସୁଧ ହାର ପ୍ରଦାନ କରୁଥିବା ସ୍ୱତନ୍ତ୍ର FD ଯୋଜନାଗୁଡିକର ସମୟସୀମା ବୃଦ୍ଧି କରିଛି । Ind Super 400 ଏବଂ Ind Super 300ର ସମୟ ସୀମା ଅକ୍ଟୋବର ୩୧ ତାରିଖ ଯାଏଁ ବୃଦ୍ଧି କରିଛି ବ୍ୟାଙ୍କ ।

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି

ଡିମେଟ୍ ଆକାଉଣ୍ଟରେ ନୋମିନି ଡେଡ୍‌ଲାଇନ୍‌:

ଡିମେଟ୍‌ ଆକାଉଣ୍ଟ ଗୁଡିକରେ ନୋମିନି ଯୋଡିବାର ଶେଷ ତାରିଖ ସେପ୍ଟେମ୍ବର ୩୦ ତାରିଖ ଥିବା ବେଳେ ଏହାକୁ ୩ ମାସ ପାଇଁ ବୃଦ୍ଧି କରାଯାଇଛି । ଏହି ସମୟ ସୀମା ଡିସେମ୍ବର ୩୧ ତାରିଖ ଯାଏଁ ବୃଦ୍ଧି କରାଯାଇଛି।

ଅଧିକ ପଢ଼ନ୍ତୁ: ଆର୍ଥିକ ବାଧା ସହ ଅଧିକ ଖର୍ଚ୍ଚାନ୍ତ ଯୋଗ ଯୋଗୁଁ କଠିନ ପରିସ୍ଥିତି ଦେଇ ଗତି କରିବେ, ପଢନ୍ତୁ ଆଜିର ରାଶିଫଳ

Share this story