ଓଏଏସ୍‌‌ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି
 

Odisha govt Effects Reshuffle In OAS Level
ଓଏଏସ୍‌‌ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର
 

ଓଡ଼ିଆ ଗସିପ୍ ବ୍ୟୁରୋ: ବରିଷ୍ଠ ଓଏଏସ୍‌‌ ସ୍ତରରେ ରାଜ୍ୟ ସରକାର ଅଦଳ ବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ଜାରି ବିଜ୍ଞପ୍ତି ଅନୁସାରେ, ବ୍ରହ୍ମପୁର ବନ୍ଦୋବସ୍ତ ଅତିରିକ୍ତ କମିଶନର ମହେଶ କୁମାର ଚୌଧୁରୀଙ୍କୁ ଏମ୍‌‌ଏସ୍‌‌ଏମ୍‌‌ଇ ବିଭାଗରେ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। 

ଅଧିକ ପଢ଼ନ୍ତୁ: ସେକ୍ସ ଟାଇମିଂକୁ ନେଇ କନଫ୍ୟୁଜ୍ କି? ପାର୍ଟନରଙ୍କ ଶୀଘ୍ର ପତନ ପାଇଁ ଚିନ୍ତିତ ? ଜାଣନ୍ତୁ କଣ କରିବେ

ସେହିପରି ଗଞ୍ଜାମ ଆରଆଇସି ଜେନେରାଲ ମ୍ୟାନେଜର ଲୋକନାଥ ଦଳବେହେରାଙ୍କୁ ଶ୍ରୀ ଚୌଧୁରୀଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି। ବିଡିଏ ଯୁଗ୍ମ କମିଶନର ଡଃ ଶ୍ବେତ କୁମାର ଦାଶଙ୍କୁ ବିଏମ୍‌‌ସିର ଯୁଗ୍ମ କମିଶନର ଭାବେ ବଦଳି କରାଯାଇଥିବା ବେଳେ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ଲିଙ୍ଗରାଜ ରାଉତଙ୍କୁ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। 

ଅଧିକ ପଢ଼ନ୍ତୁ: ଜୁଇରୁ ଅଧା‌ପୋଡା ମୃତଦେହ ଉଠାଇ ଆଣିଲା ମା’, ହାତ ଓ ଗୋଡ଼ ବାନ୍ଧି ଶାଶୁଘରଲୋକ କରିଥିଲେ ହତ୍ୟା

କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ଜଗତସିଂହପୁର ଜିଲ୍ଲାପରିଷଦର ନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି। କନ୍ଧମାଳ ଉପ ଜିଲ୍ଲାପାଳ ଶେଷଦେବ ମିଶ୍ରଙ୍କୁ ଢ଼େଙ୍କାନାଳ-କେନ୍ଦୁଝର ମେଜର ସେଟେଲମେଣ୍ଟରେ ବନ୍ଦୋବସ୍ତ ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିବା ବେଳେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କୁ ବିଡିଏ, ଭୁବନେଶ୍ୱରରେ ଓଏସ୍‌‌ଡି ଭାବେ ନିଯୁକ୍ତ କରାଯାଇଛି।

ଅଧିକ ପଢ଼ନ୍ତୁ: ଏଣିକି ଗାଁରୁ ଗଡ଼ିବ ସରକାରୀ ଗାଡ଼ି, ଓଡିଶା ପହଞ୍ଚିଲା ଲାକ୍‌‌ମୀ ବସ୍‌‌ , ସୁଦୃଢ଼ ହେବ ଗ୍ରାମ୍ୟ ଅର୍ଥନୀତି

ଅପରପକ୍ଷେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାଏଙ୍କୁ କନ୍ଧମାଳ ଉପଖଣ୍ଡ ମାଜିଷ୍ଟ୍ରେଟ୍‌‌ ଭାବେ ନିଯୁକ୍ତି ମିଳିଛି। ସେହିପରି ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କୁ ଭଞ୍ଜନଗର ଉପଖଣ୍ଡ ମାଜିଷ୍ଟ୍ରେଟ୍‌‌ ଭାବେ ବଦଳି କରାଯାଇଛି। ଛତ୍ରପୁର ଉପଜିଲ୍ଲାପାଳ ଥିବା ପ୍ରସନ୍ନ କୁମାର ପାତ୍ରଙ୍କୁ ଗଞ୍ଜାମ ଆରଆଇସିରେ ଜେନେରାଲ ମ୍ୟାନେଜର ଭାବେ ଅବସ୍ଥାପିତ କରାଯାଇଛି। 

ଅଧିକ ପଢ଼ନ୍ତୁ: ବିବାହ ସାରି ଦେବ ଦର୍ଶନ କରିବା ହେଲା କାଳ, କୂଅ ଭିତରେ ଅଟୋ ପଡି ନବ ଦମ୍ପତିଙ୍କ ସମେତ ୩ ଜଣଙ୍କ ମୃତ୍ୟୁ

ବାରିପଦା ଆଇଟିଡିଏ ପିଏ ରାମଚନ୍ଦ୍ର ସୋରେନଙ୍କୁ ଆନନ୍ଦପୁର ଉପ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ପୁରୀ ଅତିରିକ୍ତ ଉପଜିଲ୍ଲାପାଳ ଥିବା ରବୀନ୍ଦ୍ର କୁମାର ପ୍ରଧାନ କେନ୍ଦ୍ରାପଡ଼ା ଉପଖଣ୍ଡ ମାଜିଷ୍ଟ୍ରେଟ୍‌‌ ଭାବେ ନିଯୁକ୍ତି ପାଇଛନ୍ତି। ଝାରସୁଗୁଡ଼ା ଡିୟୁଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସମୀକ୍ଷା ନାୟକ ସମ୍ବଲପୁର-କଳାହାଣ୍ଡି ମେଜର ସେଟେଲମେଣ୍ଟରେ ବନ୍ଦୋବସ୍ତ ଅଧିକାରୀ ଭାବେ ନିଯୁକ୍ତି ପାଇଥିଲା ବେଳେ ସାନଖେମୁଣ୍ଡି ବିଡିଓ ଗାୟତ୍ରୀ ଦତ୍ତ ନାୟକ ଆସ୍କା ସମବାୟ ଚିନି ଶିଳ୍ପ ଲିମିଟେଡ୍‌‌ରେ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି।

ଅଧିକ ପଢ଼ନ୍ତୁ: ସ୍ବାସ୍ଥ୍ୟରେ ଅବନତି ଦେଖାଦେବ, ଅତ୍ୟଧିକ ଖର୍ଚ୍ଚ କରି ଚିନ୍ତାରେ ପଡିବେ ! ପଢନ୍ତୁ ଆଜିର ରାଶିଫଳ 
 

Share this story