ଲୋକସଭା ନିର୍ବାଚନରେ ଟିକେଟ୍ ନ ମିଳିବାରୁ କୀଟନାଶକ ପିଇ ଦେଇଥିବା ସାଂସଦଙ୍କ ମୃତ୍ଯୁ
 

Tamil Nadu MP who attempted suicide days ago dies of cardiac arrest
ଟିକେଟ ନ ମିଳିବାରୁ କୀଟନାଶକ ପିଇ ଦେଇଥିବା ସାଂସଦଙ୍କ ମୃତ୍ଯୁ
 

ଓଡ଼ିଆ ଗସିପ୍ ବ୍ୟୁରୋ: ସମସ୍ତ ରାଜନୈତିକ ଦଳ ଲୋକସଭା ନିର୍ବାଚନ ୨୦୨୪ପାଇଁ ଜୋରଦାର ପ୍ରସ୍ତୁତି କରିବାରେ ଲାଗିଛନ୍ତି ଏବଂ ସେମାନଙ୍କ ପ୍ରାର୍ଥୀ ତାଲିକା ପ୍ରକାଶ କରୁଛନ୍ତି। କିନ୍ତୁ ବର୍ତମାନ କିଛି ନେତାଙ୍କୁ ଟିକେଟ ନ ମିଳିବା ଫଳରେ ଅସନ୍ତୋଷ ମନଭାବ ଦେଖିବାକୁ ମିଳିଛି, ଏଭଳି ଏକ ଘଟଣା ବର୍ତମାନ ତାମିଲନାଡୁ ରେ ମଧ୍ୟ ଦେଖିବାକୁ ମିଳିଛି, କିଛି ଦିନ ପୂର୍ବେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାମିଲନାଡୁ ସାଂସଦ ଏ ଗଣେଶ ମୂର୍ତ୍ତି।

ଆଧିକ ପଢନ୍ତୁ: ସିଜରିଆନ୍ ଜନ୍ମର କେତେ ଦିନ ପରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ? ଜାଣି ନାହାନ୍ତି ଯଦି ନିହାତି ଜାଣନ୍ତୁ 

ସୂଚନା ଅନୁଯାୟୀ, ଲୋକସଭା ନିର୍ବାଚନରେ ଟିକେଟ୍ ନ ମିଳିବାରୁ ସେ ରାଗିଯାଇ ମାର୍ଚ୍ଚ ୨୪ରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ପ୍ରଥମେ କୋଏମ୍ବାଟୁରର ଏକ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯିବାରୁ ତାଙ୍କୁ କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାକୁ ପଠାଯାଇଥିଲା । ଆଜି ସକାଳ ପ୍ରାୟ ୫ଟା ସମୟରେ ସେଠାରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା ।

ଆଧିକ ପଢନ୍ତୁ: ଦ୍ବିତୀୟ ସନ୍ତାନ ପାଇଁ କରୁଛନ୍ତି କି ପ୍ଲାନ? ଜାଣନ୍ତୁ ସଠିକ୍ ସମୟ ବ୍ୟବଧାନ କେତେ ରହିବା ଉଚିତ୍

ଖବର ଅନୁଯାୟୀ, ଏ ଗଣେଶମୂର୍ତ୍ତି ତିନି ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ତାଙ୍କୁ ଟିକେଟ ଦିଆଯାଇ ନଥିଲା । ତାଙ୍କ ବଦଳରେ ଏମଡିଏମକେ ପ୍ରତିଷ୍ଠାତା ଭାଇକୋଙ୍କ ପୁଅ ଦୁରାଇ ଭାଇକୋଙ୍କୁ ଇରୋଡ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି । ଦଳର ଏହି ନିଷ୍ପତ୍ତି ପରେ ଅସନ୍ତୋଷ ପ୍ରକାଶ କରି ଏହା ପରେ ଏ ଗଣେଶମୂର୍ତ୍ତି କୀଟନାଶକ ପିଇ ଦେଇଥିଲେ ।

ଆଧିକ ପଢନ୍ତୁ : ସ୍ବାସ୍ଥ୍ୟ ସମସ୍ୟା ଉପୁଜିବା ସହ ଆର୍ଥିକ ସମସ୍ୟା ମଧ୍ୟ ସୃଷ୍ଟି ହେବ! ପଢନ୍ତୁ ଆଜିର ରାଶିଫଳ 
 

Share this story