୨ କି ୩ ହଜାର ନୁହେଁ ବରଂ ସ୍ବିଗ୍ଗିରୁ ପ୍ରାୟ ୪୨.୩ ଲକ୍ଷ ଟଙ୍କାର ଖାଦ୍ୟ ଅର୍ଡର କଲେ ଯୁବକ
ଓଡ଼ିଆ ଗସିପ୍ ବ୍ୟୁରୋ: ୨୦୨୩ବର୍ଷ ଶେଷ ହେବାକୁ ଯାଉଥିବା ବେଳେ ସ୍ପୋଟିଫଏ, ୟୁଟ୍ୟୁବ୍, ଗୁଗଲ୍ ଏବଂ ଅନ୍ୟାନ୍ୟ ବ୍ରାଣ୍ଡଗୁଡିକ ସେମାନଙ୍କର ବାର୍ଷିକ ‘ରାପ୍’ ରିପୋର୍ଟ ଏବଂ ସେମାନଙ୍କ ଟପ୍ ଟ୍ରେଣ୍ଡିଂ ‘ସର୍ଚ୍ଚ ଲିଷ୍ଟ’ ସେୟାର କରୁଛନ୍ତି। ଖାଦ୍ୟ ଡେଲିଭର କରୁଥିବା କମ୍ପାନି ସ୍ବିଗ୍ଗି ମଧ୍ୟ ବାର୍ଷିକ ଖାଦ୍ୟ ବିତରଣ ରିପୋର୍ଟ ପ୍ରକାଶ କରିଛି। ଏହା ଗ୍ରାହକଙ୍କ ଖାଦ୍ୟ ପସନ୍ଦ ବିଷୟରେ ସୂଚନା ପ୍ରଦାନ କରେ।
ଆପଣ ବି ଅନଲାଇନ୍ ଖାଦ୍ୟ ଅର୍ଡର କରୁଥିବେ। ଅଧିକରୁ ଅଧିକ ଆପଣଙ୍କ ୨ରୁ ୩ ହଜାର ଟଙ୍କା ମଧ୍ୟରେ, ହେଲେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ୨ କିମ୍ବା ୩ ହଜାରର ନୁହେଁ ଲକ୍ଷ ଲକ୍ଷ ଟଙ୍କାର ଖାଦ୍ୟ ଅର୍ଡର କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି।
ଅଧିକ ପଢନ୍ତୁ :ବିଛା ରାଶିକୁ ଶୁକ୍ର ଗୋଚର, ଶୁଭଫଳ ମିଳିବା ସହ ଏହି ୩ ରାଶି ଉପରେ ହେବ ଧନ ବର୍ଷା!
ଆଜ୍ଞା ହଁ, ଅନଲାଇନରେ ଖାଦ୍ୟ ଅର୍ଡର କରିବାର ଇଚ୍ଛାରେ ମୁମ୍ବାଇର ଜଣେ ଗ୍ରାହକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ୧୦ କିମ୍ବା ୨୦ ଲକ୍ଷ ଟଙ୍କା ନୁହେଁ ଏକ ବର୍ଷରେ ୪୨ ଲକ୍ଷରୁ ଅଧିକ ଟଙ୍କାର ଅନଲାଇନ୍ ଖାଦ୍ୟ ଅର୍ଡର କରି ଚର୍ଚ୍ଚାରେ ଗ୍ରାହକ। ଅନଲାଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମ ଏହାକୁ ସ୍ବିଗି ‘୨୦୨୩ରେ ଇଣ୍ଡିଆ ସ୍ବିଗିଡ୍’ ଏହାର ସୂଚନା ଦେଇଛି।
ଅଧିକ ପଢନ୍ତୁ :ଶୀତଦିନେ ପୂରା ସମ୍ପୂର୍ଣ୍ଣ ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ୫ଟି ସରଳ ଟିପ୍ସ
ସ୍ୱିଗି ତାର ରିପୋର୍ଟରେ କହିଛି କି ମୁମ୍ବାଇର ଜଣେ ଗ୍ରାହକ ୪୨.୩ ଲକ୍ଷ ଟଙ୍କାର ଖାଦ୍ୟ ମଗାଇଛନ୍ତି। ଏକ ବର୍ଷ ମଧ୍ୟରେ ୧୬୩୩ ବିରିୟାନି ମଗାଇଛନ୍ତି। ଏପରିକି କ୍ରିକେଟ୍ ଖେଳ ସମୟରେ ଚଣ୍ଡିଗଡର ଏକ ପରିବାର ଏକାଥରକେ ୭୦ ପ୍ଲେଟ୍ ବିରିୟାନି ଅର୍ଡର କରିଥିଲେ।
ସ୍ୱିଗି ରିପୋର୍ଟରେ ଆହୁରି କହିଛି ଝାନ୍ସିରେ ରହୁଥିବା ଏକ ପରିବାର ଗୋଟିଏ ଦିନରେ ୨୬୯ ପ୍ରକାରର ଖାଦ୍ୟ ମଗାଇ ଥିଲେ। ଏପରିକି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସହରରେ ଏକ ପରିବାର ୨୦୭ ପିଜ୍ଜା ଏକା ଥରକେ ମଗାଇଥିଲେ।
ଅଧିକ ପଢନ୍ତୁ :ଧନୁ ସଂକ୍ରାନ୍ତିରେ ରାଜଯୋଗ, ଏହି ୪ଟି ରାଶିର ଲୋକଙ୍କ ଫିଟିବ ଭାଗ୍ୟ, ଜୀବନରେ ଆସିବ ବଡ଼ ପରିବର୍ତ୍ତନ
ଏହା ବ୍ୟତୀତ କ୍ରମାଗତ ଅଷ୍ଟମ ବର୍ଷ ପାଇଁ ସ୍ୱିଗିରେ ସର୍ବାଧିକ ଅର୍ଡର ହୋଇଥିବା ଖାଦ୍ୟ ଭାବରେ ବିରିୟାନି ଶୀର୍ଷରେ ରହିଛନ୍ତି। ସ୍ବିଗି ପ୍ଲାଟଫର୍ମ ୨୦୨୩ରେ ସେକେଣ୍ଡରେ ବିରିୟାନିର ୨.୫ ଅର୍ଡର ପାଇଥିଲା। ଚିକେନ୍ ବିରିୟାନି ପାଇଁ ଭେଜ ବିରିୟାନିର ୫.୫ ଗୁଣ ଅଧିକ ଅର୍ଡର କରାଯାଇଛି।
ଦୁର୍ଗା ପୂଜା ସମୟରେ ୭୭ ଲକ୍ଷରୁ ଅଧିକ ଗୁଲାବ ଜାମୁ ଅର୍ଡର ଗ୍ରହଣ କରାଯାଇଥିଲା। ହାଇଦ୍ରାବାଦର ଜଣେ ଗ୍ରାହକ ଏଥିରେ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଇଡଲି ମଧ୍ୟ ଶୀର୍ଷ ସ୍ଥାନକୁ ଆସିଛି।
ଅଧିକ ପଢନ୍ତୁ :ଡିସେମ୍ବର ୩୧ରେ ମାର୍ଗି ଦେବଗୁରୁ ବୃହସ୍ପତି ଚଳନ, ଏହି ୩ଟି ରାଶି ପାଇଁ ପାଲଟିବ ବରଦାନ
ସମସ୍ତଙ୍କ ପ୍ରିୟ ଚକୋଲେଟ୍ କେକ୍ ପାଇଁ ୮୫ ଲକ୍ଷ ଅର୍ଡର ସହିତ ବେଙ୍ଗାଲୁରୁକୁ ‘କେକ୍ କ୍ୟାପିଟାଲ୍’ ଭାବରେ ସମ୍ମାନିତ କରାଯାଇଥିଲା। କମ୍ପାନୀ କହିଛି ଯେ ୨୦୨୩ରେ ଭାଲେଣ୍ଟାଇନ୍ସ ଡେ ସମୟରେ ଭାରତ ପ୍ରତି ମିନିଟରେ ୨୭୧ କେକ୍ ଅର୍ଡର କରିଥିଲା।
ଜୟପୁରର ଜଣେ ଗ୍ରାହକ ଗୋଟିଏ ଦିନରେ ସ୍ୱିଗି ଇନଷ୍ଟାମାର୍ଟରେ ୬୭ ଆଇଟମର ଅର୍ଡର କରିଥିଲେ। ସବୁଠୁ ବଡ ସିଙ୍ଗଲ୍ ଅର୍ଡରର ମୂଲ୍ୟ ଥିଲା ୩୧,୭୪୮ ଟଙ୍କା। ଚେନ୍ନାଇର ଏହି ଗ୍ରାହକ କଫି, ଜୁସ୍, କୁକିଜ୍, ନାଚୋସ୍ ଏବଂ ଚିପ୍ସରେ ଷ୍ଟକ୍ କରିଥିଲେ |
ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !