ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଲା ଟାଟା ଏସି, ରାସ୍ତାରେ ବିଛାଡି ହୋଇ ପଡି ଗଲା ଟଙ୍କା ୭ କୋଟି
 

Rs 7 crore cash seized after vehicle meets with accident in Andhra Pradesh
ରାସ୍ତାରେ ବିଛାଡି ପଡିଲା ୭ କୋଟି ଟଙ୍କା 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ଆନ୍ଧ୍ରପ୍ରେଦଶର ନଲ୍ଲାଜର୍ଲା ମଣ୍ଡଳ ଅନ୍ତର୍ଗତ ଅନନ୍ତପାଲ୍ଲି ରାସ୍ତାରେ ଏକ ଦୁର୍ଘଟଣା ସାମ୍ନାକୁ ଆସିଛି । ଗୋଟିଏ ଟ୍ରକ ସହିତ ଟାଟା ଏସି ଧକ୍କା ହେବା ଫଳରେ ଦୁର୍ଘଟଣା ଘଟି ଟାଟା ଏସିଟି ରାସ୍ତାର ଏକ ପାର୍ଶ୍ୱକୁ ଓଲଟି ପଡିଥିଲା । ଏହି ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଦୁର୍ଘଟଣାସ୍ଥଳରେ ଦେଖିବାକୁ ମିଳିଥିଲା ବିଡା ବିଡା ଟଙ୍କା ।

ଅଧିକ ପଢନ୍ତୁ : ନଖରୁ ଜାଣନ୍ତୁ ଆପଣଙ୍କ ଲିଭର୍ ଠିକ୍‌ ଅଛି କି ନାହିଁ ? ନଖର ରଙ୍ଗ ଏସବୁ ଗମ୍ଭୀର ରୋଗର ଦିଏ ସଙ୍କେତ...

ସୂଚନା ମୁତାବକ, ଟାଟା ଏସିରେ ଥିବା ଟଙ୍କା ବିଡା ସବୁ ରାସ୍ତାରେ ପଡିଥିଲା । ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳକୁ ଉଦ୍ଧାର କରିବାକୁ ଆସି ବିପୁଳ ଟଙ୍କା ଦେଖିବା ପରେ ମନରେ ସନ୍ଦେହ ହୋଇଥିଲା । ଫଳରେ ତୁରନ୍ତ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟଙ୍କା ଜବତ କରିଥିଲା । ମୋଟ ୭ କୋଟି ଟଙ୍କା ଟାଟା ଏସିରୁ ଜବତ ହୋଇଥିବା ଜଣା ପଡିଛି । ଏହା ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଗିରଫ କରିଛି।

ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଥିବା କାରଣରୁ ତାଙ୍କୁ ସ୍ଥାନୀୟ ଗୋପାଳପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି । ମିଳିଥିବା ଖବର ମୁତାବକ, ବିଜୟୱାଡାରୁ ବିଶାଖାପଟନମ ଆଡକୁ ଯାଉଥିଲା ଟାଟା ଏସି । 

ଅଧିକ ପଢନ୍ତୁ : ଏହି ୬ ଟି ଖାଦ୍ୟ ବଢ଼ାଉଛି ଡାଇବେଟିସ୍ ହୋଇଯାଆନ୍ତୁ ସାବଧାନ! ନଚେତ୍... 


ତେବେ ଜବତ ହୋଇଥିବା ଟଙ୍କା କାହାର ଏବଂ କେଉଁ କାର୍ଯ୍ୟରେ ବ୍ୟବହାର ପାଇଁ ଟଙ୍କା ଯାଉଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । କିନ୍ତୁ ସଡ଼କ ଦୁର୍ଘଟଣାରେ ମିଳିଥିବା ୭ କୋଟି ଟଙ୍କା ପୋଲିସ ଏବଂ ନିର୍ବାଚନ ଅଧିକାରୀଙ୍କ ନିଦ ହଜାଇ ଦେଇଛି ।

ଅଧିକ ପଢନ୍ତୁ : ରାହୁଙ୍କ ନକ୍ଷେତ୍ର ପରିବର୍ତ୍ତନ ଯୋଗୁଁ ସତର୍କ ରୁହନ୍ତୁ ଏହି ୬ ରାଶି, ନଚେତ୍ ହେବ ବଡ କ୍ଷତି!
 

Share this story