ମିଶିବେ ରିଲାଏନ୍ସ ଓ ଡିଜନୀ, ଦୁଇ କମ୍ପାନୀ ମଧ୍ୟରେ ବଡ ଚୁକ୍ତି, ଜାଣନ୍ତୁ କାହାର କେତେ ପ୍ରତିଶତ ଶେୟାର 
 

Reliance-Disney Star sign new agreement
ମିଶିବେ ରିଲାଏନ୍ସ ଓ ଡିଜ୍‌ନୀ
 

ଓଡ଼ିଆ ଗସିପ୍ ବ୍ୟୁରୋ:ଆମେରିକୀୟ ମନୋରଞ୍ଜନ ଧର୍ମୀ କମ୍ପାନୀ ୱାଲ୍ଟ ଡିଜ୍‌ନୀ ଓ ଭାରତୀୟ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମଧ୍ୟରେ ବଡ଼ ଚୁକ୍ତି ହୋଇଛି। ଦୁଇ କମ୍ପାନୀ ଭାରତରେ ଚାଲୁଥିବା ସେମାନଙ୍କର ସମସ୍ତ ବ୍ୟବସାୟର ମିଶ୍ରଣ ଘଟାଇବାକୁ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି। ଚୁକ୍ତି ଅନୁସାରେ, ଶେୟାର ଓ କ୍ୟାସ୍‌ରେ ରିଲାଏନ୍ସ ପାଖରେ ୫୧ ପ୍ରତିଶତ ଅଶଂଧନ ରହିବ ଓ ଡିଜ୍‌ନୀ ପାଖରେ ବାକି ୪୯ ପ୍ରତିଶତ ଅଂଶଧନ ରହିବ।

ଅଧିକ ପଢନ୍ତୁ :ଯୌନଶକ୍ତି ବଢାଇବ ଏହି ୫ ଖାଦ୍ୟ, ଦରକାର ପଡିବନି ଟାବଲେଟ୍‌ କି କ୍ୟାପସୁଲ୍‌

ଏକ ରିପୋର୍ଟ ଅନୁଯାୟୀ, ଦୁଇ କମ୍ପାନୀ ମଧ୍ୟରେ ନନ୍ ବାଇଣ୍ଡିଂ ଟର୍ମଶିଟ୍ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହା ଭାରତର ସବୁଠାରୁ ବଡ଼ ମିଡିଆ ଏବଂ ମନୋରଞ୍ଜନ ବ୍ୟବସାୟରେ ପରିଣତ ହେବ। ଏହି କାରବାର ଆସନ୍ତା ଫେବୃଆରୀ ସୁଦ୍ଧା ଶେଷ ହେବ। ରିଲାଏନ୍ସର ଚୁକ୍ତି ସମ୍ପର୍କିତ ସମସ୍ତ ଅନୁମୋଦନ ଜାନୁଆରୀ ଶେଷ ସୁଦ୍ଧା ଶେଷ ହେବ। ଏହି ମିଳିତ ବ୍ୟବସାୟ ରିଲାଏନ୍ସର ମନୋରଞ୍ଜନ ବ୍ୟବସାୟକୁ ବଳ ଦେବ।

ଅଧିକ ପଢନ୍ତୁ :ପେଟ କ୍ୟାନ୍ସରରୁ ଦୂରେଇ ରହିବାକୁ ଚାହାଁନ୍ତି କି ? ଏହି ଖାଦ୍ୟ ଖାଇବା ବନ୍ଦ କରନ୍ତୁ, ନଚେତ୍ ଭୋଗିବେ  

ରିଲାଏନ୍ସ ଓ ଡିଜ୍‌ନୀ ମଧ୍ୟରେ ଚୁକ୍ତି ଭାରତରେ ଏକ ବଡ଼ ମନୋରଞ୍ଜନ ପ୍ରତିଷ୍ଠାନ ଛିଡ଼ା କରିବ, ଯାହା ପ୍ରତିଷ୍ଠିତ ଟିଭି ମିଡିଆ ଜି ଏଣ୍ଟରଟେନ୍‌ମେଣ୍ଟ ଓ ସୋନୀ ସହ ଷ୍ଟ୍ରିମିଂ ସର୍ଭିସ୍ ନେଟ୍‌ଫ୍ଲିକ୍ସ ଓ ଆମାଜନ ପ୍ରାଇମ୍‌କୁ କଡ଼ା ଟକ୍କର ଦେବ। ବାସ୍ତବରେ ରିଲାଏନ୍ସ ମନୋରଞ୍ଜନ ବ୍ୟବସାୟରେ ଡିଜ୍‌ନୀ ହଟ୍‌ଷ୍ଟାରକୁ କଡ଼ା ଟକ୍କର ଦେଉଛି। ଡିଜ୍‌ନୀ ଭଳି ରିଲାଏନ୍ସ ମାଗଣାରେ ଆଇପିଏଲ୍‌ ଦେଖାଇ ନିଜର ଗ୍ରାହକ ସଂଖ୍ୟା ବହୁ ସଂଖ୍ୟାରେ ବଢ଼ାଇଛି। 

ଅଧିକ ପଢନ୍ତୁ :ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବୟସ ବ୍ୟବଧାନ କେତେ ରହିବା ଉଚିତ୍? ଜାଣନ୍ତୁ ବିଜ୍ଞାନ କଣ କହୁଛି...

ରିଲାଏନ୍ସ ଏକାଧିକ ଟିଭି ଚ୍ୟାନେଲ୍‌ ଓ ଜିଓ ସିନେମା ଭଳି ଷ୍ଟ୍ରିମିଂ ଆପ୍ ଚଳାଉଛି। ଭାୟାକମ୍‌ ୧୮ ମିଡିଆ ୟୁନିଟ୍ ମାଧ୍ୟମରେ ଏସବୁ ଚଳାଉଛି ଜିଓ। ଏବେ ଦୁଇ କମ୍ପାନୀ ମିଶି ଏହି ବ୍ୟବସାୟରେ ୧ କିମ୍ବା ୧.୫ ବିଲିଅନ ଡଲାର ଅର୍ଥ ନିବେଶ କରିବାକୁ ଚାହୁଁଛନ୍ତି। ରିପୋର୍ଟ ଅନୁସାରେ ମିଳିତ କମ୍ପାନୀର ବୋର୍ଡରେ ଉଭୟ ପକ୍ଷରୁ ସମାନ ନିର୍ଦ୍ଦେଶକ ରହିବେ ଏବଂ ଦୁଇଜଣ ସ୍ୱାଧୀନ ନିର୍ଦ୍ଦେଶକ ରହିବେ ବୋଲି ଜଣାପଡ଼ିଛି।

ଅଧିକ ପଢନ୍ତୁ :କଣ୍ଡୋମ ବ୍ୟବହାର କରୁଥିଲେ ସାବଧାନ; ଜାଣି ରଖନ୍ତୁ ଏହି ୫ଟି ଜରୁରୀ କାରଣ !
 

Share this story